Advertisment

‘ଇଣ୍ଡିଆନ ଏକ୍ସପ୍ରେସ’ ଟପ୍ -୧୦୦ ପାୱାର ଲିଷ୍ଟ : ଅଶ୍ୱିନୀ ଓ ଧର୍ମେନ୍ଦ୍ରଙ୍କଠୁ ବହୁ ପଛରେ ନବୀନ

ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଜାରି ଶୀର୍ଷ ୧୦୦ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ନବୀନ ପଟ୍ଟନାୟକଙ୍କୁ ୪୯ତମ ସ୍ଥାନରେ ରଖି ପରୋକ୍ଷରେ ନବୀନଙ୍କ ପତିଆରା ଆଉ ପୂର୍ବଭଳି ନାହିଁ ବୋଲି ସନ୍ଦେଶ ଦେଇଛି ।

author-image
Ordigital Desk
Naveen

Naveen

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ସର୍ଭେ ରିପୋର୍ଟରେ ନବୀନଙ୍କ ଲୋକପ୍ରିୟତା କମୁଥିବାବେଳେ ଜାତୀୟ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ’ ନିଜର ଟପ-୧୦୦ ପାୱାର ଲିଷ୍ଟ ଜାରି କରିଛି । ଯେଉଁଥିରେ ନବୀନଙ୍କ ସ୍ଥାନ ୪୯ରେ ରହିଛି । ଅର୍ଥାତ୍ ଦେଶର ଟପ୍ ୧୦୦ ପାୱାର ଲିଷ୍ଟରେ ନବୀନ ବହୁ ପଛରେ ରହିଛନ୍ତି । ନବୀନଙ୍କ ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ଇଣ୍ଡିଆନ ଏକ୍ସପ୍ରେସ୍ ପାୱାର ତାଲିକାରେ ୧୩ ନମ୍ବର ସ୍ଥାନରେ ରହିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ତଥା ଓଡ଼ିଶାର ଶଶୀକାନ୍ତ ଦାସଙ୍କୁ ଏହି ତାଲିକାରେ ୧୯ତମ ସ୍ଥାନରେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩୨ତମ ସ୍ଥାନରେ ରହିଛନ୍ତି ।

Advertisment

ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଜାରି ଶୀର୍ଷ ୧୦୦ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ନବୀନ ପଟ୍ଟନାୟକଙ୍କୁ ୪୯ତମ ସ୍ଥାନରେ ରଖି ପରୋକ୍ଷରେ ନବୀନଙ୍କ ପତିଆରା ଆଉ ପୂର୍ବଭଳି ନାହିଁ ବୋଲି ସନ୍ଦେଶ ଦେଇଛି ।

ନବୀନଙ୍କୁ ପ୍ରଭାବଶାଳୀ ତାଲିକାର ୪୯ତମ ସ୍ଥାନରେ ରଖିବା ପଛରେ ଇଣ୍ଡିଆନ ଏକ୍ସପ୍ରେସ୍ କହିଛି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ କ୍ଷମତାକୁ ଆସିବେ । ବର୍ତ୍ତମାନର ସ୍ଥିତି ଯାହା ତାଙ୍କର ଜିତିବା ନିଶ୍ଚିତ ଲାଗୁଛି । ଆଉ ସେ ଦେଶର ଦୀର୍ଘଅବଧିର ମୁଖ୍ୟମନ୍ତ୍ରୀ ହେବେ । ଯଦିଓ ସେ ଉଭୟ ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ କଥା କହୁଛନ୍ତି ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବେଶ୍ ଭଲ ସମ୍ପର୍କ ବୋଲି ବିବେଚନା କରାଯାଏ । ୨୪ବର୍ଷ ଧରି କ୍ରମାଗତ ଭାବେ କ୍ଷମତାର ଶୀର୍ଷରେ ରହିଥିଲେ ମଧ୍ୟ ନିଜର ସ୍ୱଚ୍ଛ ଭାବମୂର୍ତ୍ତି ବଜାୟ ରଖିଛନ୍ତି ଓ କୌଣସି ପ୍ରକାରର ବିବାଦରୁ ନିଜକୁ ଦୂରେଇ ରଖିବାରେ ସକ୍ଷମ ହୋଇଛନ୍ତି । ବିରୋଧୀ ଦଳର ନେତାଙ୍କୁ ସିଧାସଳଖ ସମାଲୋଚନା କରିବା କିମ୍ବା ବୟାନବାଜି ମଧ୍ୟ ନବୀନ କରନ୍ତି ନାହିଁ । ବିନମ୍ରତା ହେଉଛି ସବୁଠୁ ବଡ଼ ସମ୍ପତ୍ତି । କଲ୍ୟାଣମୂଳକ ଯୋଜନା ଓ ବିନମ୍ରତା ତାଙ୍କ ପ୍ରତି ଲୋକଙ୍କ ଆସ୍ଥା ବଜାୟ ରଖିବାରେ ସହାୟକ ହୋଇଛି । ତାଙ୍କର ଉତ୍ତରାଧିକାରୀକୁ ନେଇ ବିତର୍କ ଲାଗି ରହିଛି । ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ତାମିଲନାଡୁରେ ଜନ୍ମିତ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଏବେ ବିଜେଡିର ଦ୍ୱିତୀୟ ପ୍ରଭାବଶାଳୀ ନେତା । ୨୦୨୪ ସାଧାରଣ ନିର୍ବାଚନ ପରେ ପାଣ୍ଡିଆନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବାର ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରକୁ ଉଦ୍ଧାର କରି ଇଣ୍ଡିଆନ ଏକ୍ସପ୍ରେସ ଲେଖିଛି ।

Advertisment

ତେବେ ପ୍ରଶ୍ନ ଉଠୁଛି, ଇଣ୍ଡିଆନ ଏକ୍ସପ୍ରେସ୍ ଦେଶର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମାଙ୍କୁ ୧୪ନମ୍ବର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୫ତମ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ୨୪ତମ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ୨୫ତମ ସ୍ଥାନରେ ରଖିଥିବାବେଳେ ନବୀନଙ୍କ ୪୯ତମ ସ୍ଥାନରେ ରଖିଛି । ଯାହାକି ରାଜ୍ୟରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଗୋଟିଏ ପଟେ ବିଭିନ୍ନ ସଂସ୍ଥାର ନିର୍ବାଚନୀ ସର୍ଭେରେ ନବୀନଙ୍କ ଲୋକପ୍ରିୟତା ହ୍ରାସ ପାଉଥିବାବେଳେ ଅନ୍ୟପଟେ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ବି ତଳକୁ ଖସିବାରେ ଲାଗିଛନ୍ତି । ଅନ୍ୟ ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଜିନ୍ୟୁଜ୍ -ମାର୍ଟିଜ୍ ଓପିନିୟନ ପୋଲ୍  ରିପୋର୍ଟ ଅନୁସାରେ ଓଡ଼ିଶାରେ ନବୀନଙ୍କ ନେତୃତ୍ୱାଧୀନ ବିଜେଡିକୁ ମାତ୍ର ୯ଟି ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ । ବିଜେପିକୁ ୧୧ଟି ଲୋକସଭା ଆସନ ଯିବ । ଏହି ସଂସ୍ଥା ପକ୍ଷରୁ ଫେବୃୟାରୀ ୫ରୁ ୨୭ତାରିଖ ମଧ୍ୟରେ ଓଡ଼ିଶାର ୨୧ଟି ସମେତ ଦେଶର ମୋଟ ୫୪୩ଟି ସଂସଦୀୟ କ୍ଷେତ୍ରର ୧ଲକ୍ଷ ୬୭ହଜାର ୮୪୩ଜଣଙ୍କ ମତାମତ ନିଆଯାଇ ଏହି ଓପନିୟନ୍ ପୋଲ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

Naveen Patnaik