Advertisment

ନବୀନ ମିଛ କହୁଛନ୍ତି ନା ତାଙ୍କ ନାଁରେ ମିଛ କୁହାଯାଉଛି

ନବୀନ ଜାଣିଶୁଣି ମିଛ କହୁଛନ୍ତି ନା ତାଙ୍କ ନାଁରେ ଅନ୍ୟକେହି ଗଣମାଧ୍ୟମକୁ ମିଛ କୁହାଉଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Naveen Patnaik

naveen patnaik

Advertisment

କେନ୍ଦ୍ର ବଜେଟକୁ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ତେବେ ରାଜ୍ୟବାସୀଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା କଥାକୁ ପାଳନ କରାଯାଇନଥିବା କହି ନବୀନ ଆଜି ବିଜେପିକୁ ସମାଲୋଚନା କରିଛନ୍ତି । ମାତ୍ର ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନୀ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ସାମିଲ ନାହିଁ ସେହି ପ୍ରସଙ୍ଗକୁ ନବୀନ ଓ ତାଙ୍କ ଦଳ ଉତଥାପନ କରିବାକୁ ନେଇ ଏବେ ପ୍ରଶ୍ନ ଉଠିଛି । ନବୀନ ଜାଣିଶୁଣି ମିଛ କହୁଛନ୍ତି ନା ତାଙ୍କ ନାଁରେ ଅନ୍ୟକେହି ଗଣମାଧ୍ୟମକୁ ମିଛ କୁହାଉଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଆଜି କେନ୍ଦ୍ର ବଜେଟ୍ ଉପରେ ଗଣମାଧ୍ୟମକୁ ଜାରି ପ୍ରେସ୍ ରିଲିଜ୍ ଓ ଭିଡିଓରେ ନବୀନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଏହି ପ୍ରତିଶ୍ରୁତିକୁ ବିଚାରକୁ ନିଆଯାଇନି । ଆନ୍ଧ୍ରପ୍ରଦେଶ ଓ ବିହାରକୁ କୋଟିକୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦିଆଯାଇଛି । ଓଡ଼ିଶାର ଦୀର୍ଘଦିନର ଦାବି କୋଇଲା ରୟାଲିଟି ସଂଶୋଧନକୁ ମଧ୍ୟ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ଏହି କାରଣରୁ ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇବ ।

ସେପଟେ ବିଜେଡିର ରାଜ୍ୟସଭା ସାଂସଦମାନେ ଚଳିତ କେନ୍ଦ୍ରୀୟ ବଜେଟରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିନଥିବା ପ୍ରସଙ୍ଗ ଉଠାଇ କକ୍ଷତ୍ୟାଗ କରିଛନ୍ତି । ବିହାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଥିଲାବେଳେ ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅତିରିକ୍ତ ସହାୟତା ଦିଆଯାଇଛି । ମାତ୍ର ଓଡ଼ିଶାର ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଛନ୍ତି ବୋଲି ସାଂସଦମାନେ ଅଭିଯୋଗ କରିଛନ୍ତି ।

Advertisment

ତେବେ ବିଜେପି ତା’ର ୨୦୨୪  ସାଧାରଣ ନିର୍ବାଚନୀ ଇସ୍ତାହାରରେ  ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନିମନ୍ତେ ପ୍ରତିଶ୍ରୁତି ଦେଇନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନିଜର ଇସ୍ତାହାରରୁ ଏହି ପ୍ରତିଶ୍ରୁତିକୁ ବାଦ୍ ଦେଇଥିଲା । ୨୦୨୪ର ଇସ୍ତାହାର ଆଧାରରେ ବିଜେପିକୁ ରାଜ୍ୟବାସୀ ଜନାଦେଶ ଦେଇଛନ୍ତି । ଏହାସତ୍ତ୍ୱେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଏହାକୁ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି କହି ରାଜନୀତିକ ବୟାନବାଜି ଜାରି ରଖିଛନ୍ତି । ଏହା ନବୀନଙ୍କ ଅଜ୍ଞତା ନା ଜାଣିଶୁଣି ରାଜନୀତିକ ହଟଚମଟ ପାଇଁ ଏଭଳି ବୟାନ ଜାରି କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ନବୀନ ତାଙ୍କ ବଜେଟ୍ ପ୍ରତିକ୍ରିୟାରେ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି ବୋଲି ଅଭିଯୋଗ କରିବା ସହ  ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ଆଦିକୁ ନେଇ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା କହିଛନ୍ତି । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶା ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରୁଛି । ଏହି ଦାବିକୁ ମଧ୍ୟ ଗ୍ରହଣ କରାଯାଇ ନାହିଁ ।

ନବୀନ କହିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପିର ନେତାମାନେ ଓଡ଼ିଶାବାସୀଙ୍କୁ ବହୁତ ବଡ଼ ବଡ଼ କଥା କହିଥିଲେ, କିନ୍ତୁ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଅବଶ୍ୟ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା ନେଇ ସେ ଖୁସି ବ୍ୟକ୍ତ କରିଥିବା ନବୀନ କହିଛନ୍ତି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe