ଧନୀ ଓ ଅପରାଧ ତାଲିକାରେ କଂଗ୍ରେସ ବିଧାୟକ ଶୀର୍ଷରେ: ନବୀନ ସବୁଠୁ ଧନୀ, ଦୀପାଳିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ବିଜେଡି ଓ ବିଜେପି ବିଧାୟକଙ୍କ ଅନୁପାତ ତୁଳନାରେ ଅଧିକ। ଅବଶ୍ୟ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ବିଜେଡି ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି

Deepail das

ବିଧାୟିକା ଦୀପାଳି ଦାସ

Ordigital Desk
  • Published: Wednesday, 20 March 2024
  • Updated: 20 March 2024, 10:24 PM IST

ରାଜ୍ୟରେ ଅସ୍ତିତ୍ୱ ସଙ୍କଟ ଦେଇ କଂଗ୍ରେସ ଗତି କରୁଛି ସତ, କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛି। ଦଳର ୭୫ପ୍ରତିଶତ ବିଧାୟକ କୋଟିପତି ଓ ୫୦% ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ଯାହାକି ବିଜେଡି ଓ ବିଜେପି ବିଧାୟକଙ୍କ ଅନୁପାତ ତୁଳନାରେ ଅଧିକ। ଅବଶ୍ୟ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ସର୍ବାଧିକ ବିଜେଡି ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ବିଜେଡି ବିଧାୟକମାନଙ୍କ ମୁଣ୍ଡପିଛା ସମ୍ପତ୍ତି ହାର ହାରାହାରି ୪.୩୧କୋଟି ଟଙ୍କା ଥିବାବେଳେ କଂଗ୍ରେସ ବିଧାୟକମାନଙ୍କ ହାରାହାରି ମୁଣ୍ଡପିଛା ସମ୍ପତ୍ତି ୪.୧୩କୋଟି ଟଙ୍କା ଓ ବିଜେପିର ବିଧାୟକମାନଙ୍କ ସମ୍ପତ୍ତି ହାରାହାରି ୧.୦୫କୋଟି ଟଙ୍କା ରହିଛି । ମହିଳା ବିଧାୟକଙ୍କ ସଂଖ୍ୟା ମାତ୍ର ୧୨% ରହିଛି । ରାଜ୍ୟର ୮ଜଣ ବିଧାୟକ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଛନ୍ତି । ଇଲେକ୍ସନ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପକ୍ଷରୁ ଆଜି ପ୍ରକାଶିତ ଓଡ଼ିଶାର ବିଧାୟକମାନଙ୍କର ଅପରାଧ ପୃଷ୍ଠଭୂମି, ଶିକ୍ଷା ଓ ଆର୍ଥିକ ସ୍ଥିତି ସମେତ ଅନ୍ୟାନ୍ୟ ଦିଗର ବିଶ୍ଲେଷଣାତ୍ମକ ରିପୋର୍ଟରେ ଏହା ଉଲ୍ଲେଖ ରହିଛି।

ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ତାରିଖ ସୁଦ୍ଧା ଓଡ଼ିଶା ବିଧାନସଭାରେ ୧୪୬ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକଙ୍କ ମୃତ୍ୟୁ ଯୋଗୁ ଗୋଟିଏ ଆସନ ଖାଲି ପଡ଼ିଛି । ଏଥିରେ ୧୧୧ଜଣ ବିଜେଡି, ୨୨ଜଣ ବିଜେପି, ୮ଜଣ କଂଗ୍ରେସ, ୪ଜଣ ସ୍ୱାଧୀନ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି । ସଙ୍ଗୀନ ଅପରାଧ ଥିବା ଏହି ମୋଟ ୪୭ଜଣ(୩୨%) ବିଧାୟକମାନଙ୍କ ମଧ୍ୟରେ ୩୧ଜଣ(୨୮%) ବିଜେଡିର, ୯ଜଣ(୪୧%) ବିଜେପିର ଓ ୪ଜଣ(୫୦%) କଂଗ୍ରେସ ବିଧାୟକ, ୨ଜଣ ସ୍ୱାଧୀନ ଓ ଜଣେ ସିପିଏମ୍ ବିଧାୟକ ଅଛନ୍ତି । ଏହି ସଙ୍ଗୀନ ଅପରାଧ ଭିତରେ ୨ଜଣଙ୍କ ନାଁରେ ହତ୍ୟା ମାମଲା, ୧୧ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୧୨ଜଣଙ୍କ ନାଁରେ ମହିଳା ହିଂସା ମାମଲା ରହିଛି ।

ସେହିପରି ରାଜ୍ୟ ବିଧାନସଭାରେ ଏବେ ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୪.୦୧କୋଟି ଟଙ୍କା ରହିଛି । ବିଜେଡି ବିଧାୟକମାନଙ୍କ ହାରାହାରି ମୁଣ୍ଡପିଛା ସମ୍ପତ୍ତି ୪.୩୧କୋଟି, କଂଗ୍ରେସର ୪.୧୩କୋଟି ଟଙ୍କା ଓ ବିଜେପିର ୧.୦୫କୋଟି ଟଙ୍କା ରହିଛି । କଂଗ୍ରେସର ୬ଜଣ, ବିଜେପିର ୯ଜଣ ଓ ବିଜେଡିର ୭୭ଜଣ ବିଧାୟକ ହେଉଛନ୍ତି କୋଟିପତି । ତେବେ ଯଦି ଅନୁପାତିକ ହିସାବରେ ଦେଖାଯାଏ ତା’ହେଲେ କୋଟିପତି ବିଧାୟକଙ୍କ ପରିମାଣ କଂଗ୍ରେସରେ ସର୍ବାଧିକ ।

Also Read

ସେହିପରି ଚଳିତ ବିଧାନସଭାରେ ୭୧ବର୍ଷ ବୟସରୁ ୮ଜଣ ବିଧାୟକ ଅଛନ୍ତି । ୬ଜଣ ବିଧାୟକଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ଓ ୩୧ରୁ ୪୦ବର୍ଷ ବୟସ ମଧ୍ୟରେ ୧୪ଜଣ ବିଧାୟକ ଅଛନ୍ତି । ୪୧ରୁ ୫୦ ବର୍ଷ ମଧ୍ୟରେ ୫୬ଜଣ, ୫୧ରୁ ୬୦ବର୍ଷ ମଧ୍ୟରେ ୪୧ଜଣ, ୬୧ରୁ ୭୦ବର୍ଷ ମଧ୍ୟରେ ୨୧ଜଣ ବିଧାୟକ ଅଛନ୍ତି ।

ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ମୋଟ ୨୨ଜଣ ବିଧାୟକଙ୍କ ମଧ୍ୟରୁ ୧୬ଜଣ ବିଜେଡିର ଏବଂ କଂଗ୍ରେସ ଓ ବିଜେପିର ୩ଜଣ ଲେଖାଏଁ ଅଛନ୍ତି । ଏଥିରେ ବିଜେଡିର ୨ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ପଂଚମ ପାସ୍ ଓ ୬ଜଣଙ୍କ ଅଷ୍ଟମ ପାସ୍ । ସେହିପରି ୨୨ଜଣ ଦ୍ୱାଦଶ, ୩୨ଜଣ ସ୍ନାତକ,୩୫ଜଣ ପିଜି ଡିଗ୍ରୀ ଏବଂ ୪ଜଣ ବିଧାୟକ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଛନ୍ତି ।

ବିଧାନସଭାରେ ମୋଟ ୧୮ଜଣ ମହିଳା ବିଧାୟକ ଓ ୧୨୮ଜଣ ପୁରୁଷ ବିଧାୟକ ଅଛନ୍ତି । ବିଧାନସଭାରେ ମହିଳା ବିଧାୟିକାଙ୍କ ଭାଗିଦାରୀ ମାତ୍ର ୧୨% । ଶାସକ ବିଜେଡିର ୧୫ପ୍ରତିଶତ ଓ ବିଜେପିର ୫ପ୍ରତିଶତ ବିଧାୟକ ହେଉଛନ୍ତି ମହିଳା ।  ଅନ୍ୟ କୌଣସି ଦଳରୁ ମହିଳା ପ୍ରତିନିଧିତ୍ୱ ନାହାନ୍ତି।ସେହିପରି ଶୀର୍ଷ ୧୦ଜଣ ଧନୀ ବିଧାୟକ ତାଲିକାର ଶୀର୍ଷରେ ୬୩.୮୭କୋଟି ଟଙ୍କାର ସମ୍ପତ୍ତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଛନ୍ତି । ଶୀର୍ଷ ୧୦ ଧନୀ ବିଧାୟକ ତାଲିକାରେ ବିଜେଡିର ୭ଜଣ, କଂଗ୍ରେସର ଜଣେ ଓ ଦୁଇଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ନବୀନଙ୍କ ପଛକୁ ବିଧାୟିକା ଦୀପାଳି ଦାସ ଅଛନ୍ତି ଓ ତାଙ୍କର ମୋଟ୍ ସମ୍ପତ୍ତି ୪୦.୧୭କୋଟି ଟଙ୍କା।

ପାଟଣାଗଡ଼ ବିଧାୟକ ସରୋଜ ମେହେର ୩୧.୪୩କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି । ସ୍ୱାଧୀନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ୩୦.୨୯କୋଟି ଟଙ୍କା ଓ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ୧୯.୧୫କୋଟି ଟଙ୍କାର ସମ୍ପତ୍ତି ରହିଛି । ମହମ୍ମଦ ମୋକିମଙ୍କର ୧୭.୯୭କୋଟି ଟଙ୍କା, ସୁରେଶ ରାଉତରାୟ ୧୭.୪୩କୋଟି ଟଙ୍କା, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ୧୭.୨୪କୋଟି ଟଙ୍କା, ସୁଧୀର ସାମଲ ୧୪.୦୩ କୋଟି ଟଙ୍କା ଓ ସୁଶାନ୍ତ କୁମାର ରାଉତ ୧୩.୭୬କୋଟି ଟଙ୍କାର ସମ୍ପତ୍ତି ରହିଛି।

ସେହିପରି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ସମ୍ପତ୍ତି ସବୁଠୁ କମ୍ ୧୫ହଜାର ଟଙ୍କା ଥିବାବେଳେ ସୁନନ୍ଦା ଦାସ ୮.୫୩ଲକ୍ଷ ଟଙ୍କା, ପ୍ରକାଶ ସୋରେନ ୯.୨୨ଲକ୍ଷ ଟଙ୍କା, ସୂର୍ଯ୍ୟମଣି ବୈଦ୍ୟ ୧୧.୧୬ଲକ୍ଷ ଟଙ୍କା ଓ ଆଦିତ୍ୟ ମାଢ଼ୀଙ୍କୁ ୧୨.୪୧ଲକ୍ଷ ଟଙ୍କା ରହିଛି ।

ଅନ୍ୟପକ୍ଷରେ ବିଧାୟିକା ଦୀପାଳି ଦାସଙ୍କ ମୁଣ୍ଡରେ ସର୍ବାଧିକ ୧୯.୮୯କୋଟି ଟଙ୍କା ଋଣବୋଝ ଥିବାବେଳେ ସଞ୍ଜିବ ମଲ୍ଲିକଙ୍କ ମୁଣ୍ଡରେ ୭.୭୪କୋଟି ଟଙ୍କା, ବିକ୍ରମ କୁମାର ପଣ୍ଡାଙ୍କର ୪.୬୫ କୋଟି ଟଙ୍କା, ସୁଶାନ୍ତ କୁମାର ରାଉତଙ୍କର ୪.୨୪କୋଟି ଟଙ୍କା, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ୩.୪୮କୋଟି ଟଙ୍କା, ବିଷ୍ଣୁବ୍ରତ ରାଉତରାୟ ୨.୨୯କୋଟି ଟଙ୍କା, ସୁଧୀର କୁମାର ସାମଲଙ୍କ ୨.୨୧କୋଟି ଟଙ୍କା, ରୋହିତ ପୂଜାରୀଙ୍କ ମୁଣ୍ଡରେ ୨.୧୭କୋଟି ଟଙ୍କା, ପ୍ରଣବ ବଳବନ୍ତରାୟଙ୍କ ମୁଣ୍ଡରେ ୧.୬୭କୋଟି ଟଙ୍କା ଋଣ ରହିଛି । ତେବେ ବିଜେପି ବିଧାୟକ ମୋହନ ମାଝୀଙ୍କର ୧.୦୩କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ତାଙ୍କ ମୁଣ୍ଡରେ ୧.୪୧କୋଟି ଟଙ୍କାର ଋଣବୋଝ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story