ନବୀନ କଲେ ‘ଆମ ବ୍ୟାଙ୍କ’ ଯୋଜନାର ଶୁଭାରମ୍ଭ, ବିଜେପି କହିଲା ରୋଡମ୍ୟାପ୍ ନାହିଁ ଖାଲି ପ୍ରଚାରସର୍ବସ୍ୱ

ନବୀନ ସରକାର କେବଳ ପ୍ରଚାରସର୍ବସ୍ୱ ଓ ନିର୍ବାଚନକୁ ଆଖିରେ ରଖି ପ୍ରଚାର ଉଦ୍ଦେଶ୍ୟରେ ଏଭଳି ସୁଆଙ୍ଗ ରଚୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଆମ ବ୍ୟାଙ୍କ’ ଯୋଜନାର ଶୁଭାରମ୍ଭ PhotoOR

Naveen launched 'Am Bank'

Ordigital Desk
  • Published: Tuesday, 28 November 2023
  • Updated: 28 November 2023, 08:46 PM IST

ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ପଂଚାୟତରେ ରାଜ୍ୟ ସରକାର ‘ଆମ ବ୍ୟାଙ୍କ’ ଯୋଜନା ଆଜିଠୁ କାର୍ଯ୍ୟକାରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ଓ ବ୍ୟାଙ୍କିଙ୍ଗ୍ ସୁବିଧା ନଥିବା ମୋଟ ୪୩୭୩ଟି ପଂଚାୟତରେ ଏହି ଯୋଜନା କାର୍ଯ୍ୟକ୍ଷମ ହେବ । ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଂଚାୟତରେ ଏହି ‘ଆମ ବ୍ୟାଙ୍କ’ ଯୋଜନା ସୁବିଧା ଆରମ୍ଭ ହୋଇଛି । ଏପଟେ କଡ଼ା ଭାଷାରେ ବର୍ଷିଛି ବିଜେପି । ନିଜସ୍ୱ ଯୋଜନାରେ ବ୍ୟାଙ୍କ ସେବା ପ୍ରତି ପଂଚାୟତରେ ପହଂଚାଇବା ପାଇଁ ୨୦୧୪,୨୦୧୬ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବିଜେପି ପ୍ରଶ୍ନ କରିଛି । ଏ ନବୀନ ସରକାର କେବଳ ପ୍ରଚାରସର୍ବସ୍ୱ ଓ ନିର୍ବାଚନକୁ ଆଖିରେ ରଖି ପ୍ରଚାର ଉଦ୍ଦେଶ୍ୟରେ ଏଭଳି ସୁଆଙ୍ଗ ରଚୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ସାଧାରଣ ନିର୍ବାଚନ ଆଉ ମାତ୍ର ୪ମାସ ବାକି ଥିବାବେଳେ ବ୍ୟାଙ୍କିଙ୍ଗ୍ ସୁବିଧାନଥିବା ପଂଚାୟତଗୁଡ଼ିକରେ ବ୍ୟାଙ୍କ ଖୋଲିବା ନିମନ୍ତେ ରାଜ୍ୟ ସରକାର ଆଜିଠୁ ‘ଆମ ବ୍ୟାଙ୍କ’ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ୫୦୦କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ଏବେ ରାଜ୍ୟର ୪୩୭୩ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ନାହିଁ । ରାଜ୍ୟ ସରକାର ‘ଆମ ବ୍ୟାଙ୍କ’ ଯୋଜନାରେ ଆଜି ପ୍ରଥମ ପର୍ଯ୍ୟାୟରେ ୭୫୪ଟି ପଂଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିଛନ୍ତି । ବାକି ପଂଚାୟତଗୁଡ଼ିକରେ ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ ହେବ ବୋଲି ସରକାର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ, ‘ଆମ ବ୍ୟାଙ୍କ’ ମଡେଲ୍ ସାରା ଦେଶରେ ପ୍ରଥମ । ଏହି ବ୍ୟାଙ୍କିଙ୍ଗ୍ ମଡ଼େଲ ସାରା ଦେଶ ପାଇଁ ଏକ ରୋଲ୍ ମଡେଲ ହେବ ବୋଲି କହିବା ସହ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହି ‘ଆମ ବ୍ୟାଙ୍କ’ କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା- ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା ସାମିଲ ରହିଛି । ‘ଆମ ବ୍ୟାଙ୍କ’ ଯୋଜନାରେ ସାଧାରଣ ଲୋକଙ୍କୁ ୧୫ଟି ପ୍ରକାରର ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦିଆଯିବ ।

Also Read

ରାଜ୍ୟର ମୋଟ ୬୭୯୮ଟି ପଂଚାୟତ ମଧ୍ୟରୁ ପ୍ରାୟ ୬୫% ପଂଚାୟତ ଅର୍ଥାତ୍ ୪୩୭୩ଟି ପଂଚାୟତରେ ବ୍ୟାଙ୍କିଂ ସୁବିଧା ନାହିଁ । ଲୋକଙ୍କୁ ଆର୍ଥିକ ସଶକ୍ତିକରଣ କରିବା ପାଇଁ ରାଜ୍ୟ ସରକାର ବ୍ୟାଙ୍କଗୁଡ଼ିକୁ ସମସ୍ତ ସୁବିଧା ପ୍ରଦାନ କରି ୬ମାସ ମଧ୍ୟରେ ବ୍ୟାଙ୍କ ନଥିବା ପଂଚାୟତରେ କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସ୍ (ସିଏସପି) ଯୋଜନା ଆରମ୍ଭ କରିଛନ୍ତି । ଏହା ‘ଆମ ବ୍ୟାଙ୍କ’ ଭାବେ ଲୋକଙ୍କୁ ସେବା ଯୋଗାଇ ଦେବ । ଏଥିପାଇଁ ରାଜ୍ୟ ସରକାର ସବୁ ପଂଚାୟତରେ ବ୍ୟାଙ୍କମାନଙ୍କୁ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ଘର, ବିଦ୍ୟୁତ ବ୍ୟବସ୍ଥା, ଇଂଟରନେଟ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବେ ।

ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଥିଲେ ଯେ, ଯେଉଁ କାମ ୩୦ବର୍ଷ ଲାଗିଥାନ୍ତା ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଯୋଗୁ ତାହା ଏବେ ମାତ୍ର ୬ମାସରେ ସମ୍ଭବପର ହୋଇପାରିଛି । ‘ଆମ ବ୍ୟାଙ୍କ’ ଯୋଜନାରେ ଗ୍ରାମାଂଚଳ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ମିଳିପାରିବ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ପାଇଁ କୌଣସି ଦୂରଦୃଷ୍ଟି, ରୋଡମ୍ୟାପ କିମ୍ବା ରଣନୀତି ନକରି କେବଳ ନିର୍ବାଚନ ଲକ୍ଷ୍ୟରେ ପ୍ରଚାର ଉଦ୍ଦେଶ୍ୟରେ ନବୀନ ସରକାର ଏହି ସୁଆଙ୍ଗ କରୁଛନ୍ତି । ନିର୍ବାଚନ ପାଇଁ ପ୍ରଚାରବେଳେ ନବୀନ ସରକାରଙ୍କ ଅବ୍ୟବସ୍ଥା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁ ସବୁବେଳେ ପର ଘର ତିଅଣରେ ଅତିଥି ଚର୍ଚ୍ଚା କରନ୍ତି । ନୂଆ ଖୋଲିବାକୁ ଯାଉଥିବା ସମସ୍ତ ସିଏସପି ପ୍ଲସ୍ କାଉଂଟରଗୁଡ଼ିକରେ ମିଳୁଥିବା ସମସ୍ତ ସେବା ମୋଦି ସରକାରଙ୍କର । ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ସେମାନଙ୍କ ଦ୍ୱାରା ନିୟୋଜିତ ବ୍ୟାଙ୍କମିତ୍ରମାନେ ଲୋକଙ୍କୁ ସେବା ଯୋଗାଉଛନ୍ତି । ଏହି ନୂଆ କାଉଣ୍ଟରଗୁଡ଼ିକରେ ଭାରତ ସରକାରଙ୍କ ସହଯୋଗର କିଛି ବି ଚିହ୍ନବର୍ଣ୍ଣ ନଥିବା ଭଳି ମନେହେଉଛି । କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିଛି । ଏହି ସିଏସପି ସ୍କିମ୍ ବାବଦରେ ଓଡ଼ିଶା ସରକାର କିଛି ନକରି ମିଛରେ ପ୍ରଚାର କରି ଲୋକଙ୍କୁ ଭୂଆଁ ବୁଲାଇବାର ଅର୍ଥ କ’ଣ ବୋଲି ବିଜେପି ପ୍ରଶ୍ନ କରିଛି । ଓଡ଼ିଶା ସରକାର ‘ଆମ ବ୍ୟାଙ୍କ’ ନାମରେ ଭାରତ ସରକାରଙ୍କ ବିଭିନ୍ନ ଆର୍ଥିକ ସମାବେଶର ଯୋଜନାକୁ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ସେବାର ବ୍ୟାପକତାର ପ୍ରଚେଷ୍ଟାକୁ ହଡ଼ପ କରିବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story