ନବୀନ ନେତା, ଆଉଟସୋର୍ସିଂରେ ନେତୃତ୍ୱ: କାହିଁକି ଭୁଶୁଡ଼ୁଛି ଦଳ? ୧୦ ପ୍ରମୁଖ କାରଣ

ତାମିଲନାଡୁ ଜନ୍ମିତ ପାଣ୍ଡିଆନଙ୍କ ଅହଙ୍କାର ଓ ଜିଦ୍ ଯୋଗୁ କୋଟିଏ ସଦସ୍ୟଙ୍କ ଦଳ ବିଜେଡି ଏବେ ଭୁଶୁଡ଼ିବାରେ ଲାଗିଛି। ତଥାପି ନବୀନ ଅଦୃଶ୍ୟ କାରଣ ଓ ବାଧ୍ୟବାଧକତା ପାଇଁ ‘ପାଣ୍ଡିଆନ’ଙ୍କୁ ଛାଡ଼ି ଦଳୀୟ ସଂଗଠନର ନେତୃତ୍ୱ ନିଜେ ନେବାକୁ ଆଗ୍ରହ ଦେଖାଉନାହାନ୍ତି।

BJD

ବାମରୁ ପାଣ୍ଡିଆନ୍‌ ଓ ନବୀନ ପଟ୍ଟନାୟକ(ଫାଇଲ ଫଟୋ)

Ordigital Desk
  • Published: Thursday, 01 August 2024
  • Updated: 01 August 2024, 09:27 PM IST

Sports

Latest News

ରାଜ୍ୟରେ ନିଜର ଦୀର୍ଘ ୨୪ବର୍ଷ ଶାସନର ପତନ ପରେ ମଧ୍ୟ ଦଳୀୟ ସାଂଗଠନିକ ପରିଚାଳନାକୁ ସୁଧାରିବାର ନାଁ ଧରୁନି ବିଜେଡି। ଦଳ ଭିତରେ ଅନିଶ୍ଚିତତା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି, କର୍ମୀ ଓ ନେତା ହତୋତ୍ସାହିତ ହୋଇ ପଡ଼ିଲେଣି। ଏସବୁ ସତ୍ତ୍ୱେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହି ଦଳର ନେତୃତ୍ୱକୁ ପୁଣିଥରେ ତାମିଲନାଡୁ ଜନ୍ମିତ ଭିକେ ପାଣ୍ଡିଆନଙ୍କୁ ଆଉଟସୋର୍ସିଂ କରିଦେଇଥିବା ଜଣାପଡ଼ିଛି।

ନବୀନ ନିରବ ରହିବାର ବାଧ୍ୟବାଧକତା ମଧ୍ୟରେ ବିଜେଡି ବିପର୍ଯ୍ୟୟର ମୁଖ୍ୟ ଖଳନାୟକ ପାଣ୍ଡିଆନ ଏବେ ନିଜର ଆତ୍ମଘୋଷିତ କ୍ରୀତଦାସଙ୍କୁ ଧରି ସାଂଗଠନିକ କାର୍ଯ୍ୟରେ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି, ଯାହାକି ବିଜେଡି ନେତାମାନଙ୍କୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। ଆଉ ଏଭଳି ସମୟରେ ଆଦିବାସୀ ନେତ୍ରୀ ମମତା ମହନ୍ତ ରାଜ୍ୟସଭା ଓ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ମାତ୍ର ୨୪ଘଣ୍ଟା ମଧ୍ୟରେ ବିଜେପିରେ ସାମିଲ ହେବା ସିଧାସଳଖ ପାଣ୍ଡିଆନଙ୍କ ମାମଲାତିକୁ ଶକ୍ତ ଝଟକା ଲାଗିଛି। ବିଜେଡି ଏବେ ନବୀନ ପରିବର୍ତ୍ତେ ପାଣ୍ଡିଆନକେନ୍ଦ୍ରିକ ହୋଇଥିବାରୁ ଖୁବଶୀଘ୍ର ଆଉ ୩-୪ଜଣ ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତାମାନଙ୍କ ଏକ ବୃହତ୍ ଗୋଷ୍ଠୀ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡି ନିଜକୁ ସୁଧାରିବା ପରିବର୍ତ୍ତେ ଏଭଳି କିଛି ନିଷ୍ପତ୍ତି ନେବାରେ ଲାଗିଛି ଯାହା ଦଳକୁ ଅଧିକ ଦୁର୍ବଳ କରିବାରେ ଲାଗିଛି। ଆଉ ଏସବୁ ପଛରେ ନବୀନଙ୍କ ‘ପାଣ୍ଡିଆନ’ ପ୍ରେମ ପ୍ରମୁଖ କାରଣ ପାଲଟିଛି। ନବୀନଙ୍କ ପାଇଁ ‘ବିଜେଡି’ ତୁଳନାରେ ‘ପାଣ୍ଡିଆନ’ ଅଧିକ ବାଧ୍ୟବାଧକତା ପାଲଟିଯାଇଛନ୍ତି। ପାଣ୍ଡିଆନଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ରାଜନୀତିକ ମହତ୍ୱାକାଂକ୍ଷା ଯୋଗୁ ସାଧାରଣ ନିର୍ବାଚନରେ ବିଜେଡିକୁ ବିପର୍ଯ୍ୟୟ ଭୋଗିବାକୁ ପଡ଼ିଥିବା ସବୁ ମହଲରେ ଚର୍ଚ୍ଚା ହେଉଛି। ଖାସ୍ ତାମିଲନାଡୁ ଜନ୍ମିତ ପାଣ୍ଡିଆନଙ୍କ ଅହଙ୍କାର ଓ ଜିଦ୍ ଯୋଗୁ କୋଟିଏ ସଦସ୍ୟଙ୍କ ଦଳ ବିଜେଡି ଏବେ ଭୁଶୁଡ଼ିବାରେ ଲାଗିଛି। ତଥାପି ନବୀନ ଅଦୃଶ୍ୟ କାରଣ ଓ ବାଧ୍ୟବାଧକତା ପାଇଁ ‘ପାଣ୍ଡିଆନ’ଙ୍କୁ ଛାଡ଼ି ଦଳୀୟ ସଂଗଠନର ନେତୃତ୍ୱ ନିଜେ ନେବାକୁ ଆଗ୍ରହ ଦେଖାଉନାହାନ୍ତି। ଏପରିକି ଦଳର ବରିଷ୍ଠ ନେତାମାନଙ୍କୁ ବି ସାଂଗଠନିକ କାର୍ଯ୍ୟରେ ଗୁରୁତ୍ୱ ଦେବା ଦୂରର କଥା ସେମାନଙ୍କୁ ଭେଟିବାକୁ ମଧ୍ୟ ନବୀନ ସମୟ ଦେଉନଥିବା ଜଣାପଡ଼ିଛି ।

Also Read

ତେବେ କେଉଁସବୁ କାରଣ ପାଇଁ ବିଜେଡି ଭୁଶୁଡ଼ିବାର ମୂଳଦୁଆ ପଡ଼ିବାରେ ଲାଗିଛି, ଆସନ୍ତୁ ଜାଣିବା।

୧: ରାଜ୍ୟରେ ସର୍ବାଧିକ ଲୋକପ୍ରିୟ ଦଳ ଥାଇ ମଧ୍ୟ ବିଜେଡି କାହିଁକି ନିର୍ବାଚନରେ ପରାଜୟ ହେଲା, ୨ମାସ ବିତିବା ପରେ ବି ତା’ର ସମୀକ୍ଷା କରାଗଲାନି ।

୨: ନବୀନ ଦଳର ସବୁ ରାଜ୍ୟସ୍ତରୀୟ କମିଟି ଓ ୱିଙ୍ଗକୁ ଭାଙ୍ଗି ଦେବାର ଏକମାସ ବିତିଲାଣି । କିନ୍ତୁ ‘ପାଣ୍ଡିଆନ’ଙ୍କ ନେତୃତ୍ୱକୁ ଆନୁଷ୍ଠାନିକ ଭାବେ କାଏମ ରଖିବା ପାଇଁ ନୂଆ କମିଟି ଚୂଡ଼ାନ୍ତ କରିବାରେ ବିଳମ୍ବ ହେଉଛି ।

୩: ରାଜ୍ୟସ୍ତରୀୟ ସବୁ କମିଟିକୁ ନବୀନ ଭାଙ୍ଗିଦେବା ସତ୍ତ୍ୱେ ପାଣ୍ଡିଆନ ନବୀନନିବାସରେ ବସି ନିଜର ପୁରୁଣା ଟିମ୍ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ(ବବି) ଏବଂ କଂଗ୍ରେସରୁ ଆମଦାନୀ  ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ମାଧ୍ୟମରେ ପୂର୍ବଭଳି ପାଣ୍ଡିଆନ ନିଜର ହାକିମାତ ଦେଖାଇବାରେ ଲାଗିଛନ୍ତି । ବବି ଓ ମାନସଙ୍କ ଭଳି ଅପରିପକ୍ୱ ନେତାଙ୍କୁ ନେଇ ଦଳ ଭିତରେ ପୂର୍ବରୁ ଥିବା ଅସନ୍ତୋଷ ଯେକୌଣସି ମୁହୂର୍ତ୍ତରେ ଉଗ୍ର ରୂପ ନେଇପାରେ ।

୪: ସଂଗଠନ ସମ୍ପାଦକ ପଦରେ ନଥାଇ ମଧ୍ୟ ପ୍ରଣବପ୍ରକାଶ ଦାସ ଓରଫ ବବି ଏବେ ବିଭିନ୍ନ ଜିଲ୍ଲାଗସ୍ତ କରି ସାଂଗଠନିକ ବୈଠକ କରୁଛନ୍ତି, ଆଉ ରାଜ୍ୟସଭାରେ ଦଳ କ’ଣ ଆଭିମୁଖ୍ୟ ଗ୍ରହଣ କରିବ ତାହା ସସ୍ମିତ ଓ ମାନସଙ୍କ ମାଧ୍ୟମରେ ପାଣ୍ଡିଆନ ନିୟନ୍ତ୍ରିତ କରୁଛନ୍ତି । ଟିକିନିଖି ବିବରଣୀ ମଧ୍ୟ ରଖୁଛନ୍ତି । ଯାହାକୁ ଦଳର ଅନ୍ୟ ରାଜ୍ୟସଭା ସାଂସଦମାନେ ନାପସନ୍ଦ କରି ଦଳ ଛାଡ଼ିବାକୁ ସଜବାଜ ହେଉଛନ୍ତି ।

୫: ବିଧାନସଭାର ବଜେଟ୍ ଅଧିବେଶନବେଳେ ବିଜେଡି ପ୍ରମୁଖ ବିରୋଧୀ ଦଳ ଭାବେ ଶାସକ ବିଜେପିକୁ ଯେଉଁ ଢଙ୍ଗରେ ଗୃହ ଭିତରେ ଓ ବାହାରେ ଘେରିବାର ଆବଶ୍ୟକତା ରହିଛି ସେଭଳି କରିପାରିଲା ନାହିଁ । ଗଠନମୂଳକ ସହଯୋଗ ଓ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧ କରିବା ଭଳି ରଣନୀତି ପ୍ରସ୍ତୁତିରେ ବିଜେଡି ଫେଲ୍ ମାରିଲା । ଦଳ ପାଖରେ ଏତେ ଅଭିଜ୍ଞ ବିଧାୟକମାନେ ଥିଲେ ମଧ୍ୟ ନବୀନ ନିବାସରେ ବସି ପାଣ୍ଡିଆନ ମାତ୍ର ୨-୩ଜଣ ବିଧାୟକଙ୍କ ମାଧ୍ୟମରେ ବିଧାନସଭାରେ ଦଳୀୟ ବିଧାୟକମାନଙ୍କୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚା ହେଲା । ବହୁ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ମଧ୍ୟ ଦଳ ନିଜର ମହିଳା,ଯୁବ ଓ ଛାତ୍ର କର୍ମୀମାନଙ୍କୁ ଏକଜୁଟ କରି ବିଜେପି ସରକାର ବିରୁଦ୍ଧରେ ରାଜରାସ୍ତାରେ ସ୍ୱର ଉଠାଇବାକୁ ମଧ୍ୟ ସକ୍ଷମ ହେଲାନି ।

୫: ବିଜେଡିର ବରିଷ୍ଠ ନେତାମାନଙ୍କୁ ପୁଣିଥରେ ନବୀନ ପଟ୍ଟନାୟକଙ୍କଠୁ ଦୂରେଇ ରଖିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ପାଣ୍ଡିଆନ ରାଜନୀତିକ ସନ୍ୟାସ ନେଇଛନ୍ତି ସତ, କିନ୍ତୁ ପାଣ୍ଡିଆନଙ୍କ କ୍ଲିଅରାନ୍ସ ବିନା ନବୀନଙ୍କୁ କେହି ଭେଟିବା ଏବେ ସମ୍ଭବପର ହେଉନାହିଁ । ନିର୍ବାଚନ ବିପର୍ଯ୍ୟୟ ପରେ ନବୀନଙ୍କୁ ଯେଉଁ ନେତାମାନେ ଭେଟିବାର ସୁଯୋଗ ପାଇଥିଲେ ଓ ପାଣ୍ଡିଆନ-ବବିଙ୍କ ପାଇଁ ଦଳକୁ ଏଭଳି ବିପର୍ଯ୍ୟୟ ଭୋଗିବାକୁ ପଡ଼ିଲା ବୋଲି ଅଭିଯୋଗ କରିଥିଲେ, ସେମାନଙ୍କୁ ପାଣ୍ଡିଆନ ଏବେ ସମ୍ପୂର୍ଣ୍ଣ ଭାବେ ଦଳରେ ଅଲୋଡ଼ା  କରିଦେଇଛନ୍ତି । ଯାହାକି ଦଳରେ ଅସନ୍ତୋଷ ବୃଦ୍ଧିର କାରଣ ହୋଇଛି ।

୬: ଦଳ ସାଧାରଣ ନିର୍ବାଚନରେ ପରାଜିତ ହେବାର ୨ମାସ ବିତିଯାଇଥିଲେ ମଧ୍ୟ ସଂଗଠନକୁ କ୍ରିୟାଶୀଳ କରିବା ଓ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଦଳର ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦ ବୈଠକ ଡାକିବାକୁ ଆନ୍ତରିକତା ଦେଖାଇନାହିଁ । ଯଦିଓ  ଶାସକ ବିଜେପି ନିଜର କାର୍ଯ୍ୟକାରିଣୀ ବୈଠକ କରି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିସାରିଛି ଓ କଂଗ୍ରେସ ମଧ୍ୟ ବିରୋଧୀ ଦଳ ଭାବେ ଅନୁରୂପ ପଦକ୍ଷେପ ନେଇସାରିଛି ।

୭ : ନବୀନଙ୍କ ରାଜନୀତିକ ସଚିବ ପଦବୀରେ ସନ୍ତୃପ୍ତ ମିଶ୍ରଙ୍କ ଭଳି ରାଜନୀତିକ ଅନଭିଜ୍ଞ ବ୍ୟକ୍ତିଙ୍କୁ ଥଇଥାନ କରି ପାଣ୍ଡିଆନ ଏବେ ଦଳର ବରିଷ୍ଠ ନେତାମାନଙ୍କୁ ଅପମାନିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁଙ୍କ ଭଳି ନେତାମାନଙ୍କୁ ମୁଖପାତ୍ର ଟିମରେ ସାମିଲ କରିଥିଲେ ମଧ୍ୟ ସେମାନଙ୍କୁ ସନ୍ତୃପ୍ତଙ୍କ ନେତୃତ୍ୱକୁ ସ୍ୱୀକାର କରିବାକୁ ପରୋକ୍ଷରେ ଚେତାବନୀ ଦେଉଛନ୍ତି ।

୮: ବିଜେଡିର ସବୁ ବର୍ଗର ଦ୍ୱାରା ଗ୍ରହଣୀୟ ହେଉଥିବା ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ନେତାମାନଙ୍କ ଉପରେ ଦଳ ଭରସା ନକରି ପୁଣିଥରେ ବବି ଦାସଙ୍କୁ ସଂଗଠନରେ ସକ୍ରିୟ କରାଇବା ସହ ପ୍ରତାପ ଜେନା ଓ ପ୍ରତାପ ଦେବଙ୍କ ଭଳି ତୋଷାମଦକାରୀ ନେତାଙ୍କୁ ଆଗକୁ ଆଣିବା ବିଜେଡିକୁ ତଳିତଳାନ୍ତ କରିବାର ମାର୍ଗ ପ୍ରଶସ୍ତ କରିବାରେ ଲାଗିଛି ।

୯: ଦଳର ସୁପ୍ରିମୋ ଓ ଦଳୀୟ ପାଣ୍ଠି ଉଭୟ ଏବେ ପାଣ୍ଡିଆନଙ୍କ କବଜାରେ ଥିବାରୁ ବିଜେଡି ନେତାମାନେ ତାଙ୍କର ବଶତା ସ୍ୱୀକାର କରିବାକୁ ଏକରକମ ବାଧ୍ୟ ହେଉଛନ୍ତି । ଯଦିଓ ପାଣ୍ଡିଆନ ଜଣେ ଅଣଓଡ଼ିଆ ଓ ତାଙ୍କୁ ରାଜ୍ୟବାସୀ କଦାପି ସ୍ୱୀକାର କରିବେ ନାହିଁ ବୋଲି ଉଭୟ ନବୀନ ଓ ପାଣ୍ଡିଆନ ଅବଗତ ଅଛନ୍ତି । ତଥାପି ନିଜର ମହତ୍ୱାକାଂକ୍ଷାକୁ ପ୍ରତିପାଦନ କରିବା ପାଇଁ ପାଣ୍ଡିଆନ ଏବେ ବିଜେଡିକୁ ତଳିତଳାନ୍ତ କରିବାକୁ ପଛାଉ ନାହାନ୍ତି।

୧୦: ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ଏବେ ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡାକି ଧମକଚମକ ଦେବାକୁ ପଛାଉନାହାନ୍ତି । ଢେଙ୍କାନାଳ ଜିଲ୍ଲାର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କୁ ଡାକି ଅପମାନିତ କରିଥିବା ଜଣାପଡ଼ିଛି । ଦଳର ମିଡିଆ ସଂଯୋଜକ ଦାୟିତ୍ୱରେ ଥିବା ଜଣେ ନେତା ଏବେ ଖୋଲାଖୋଲି ଉଭୟ ପାଣ୍ଡିଆନ ଓ ବବିଙ୍କୁ ନେତା ସ୍ୱୀକାର କରିବାକୁ ଦଳୀୟ ନେତାମାନଙ୍କୁ ଧମକଚମକ ଦେଉଥିବା ଜଣାପଡ଼ିଛି । ଅବଶ୍ୟ ଉପକୂଳ ଓଡ଼ିଶାର ଏହି ହତ୍ୟା ଅଭିଯୁକ୍ତ ବିବାଦୀୟ ନେତାଙ୍କ ବଦଳରେ ବିଜେଡି ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା । ଯିଏକି ଦଳୀୟ ଷଡ଼ଯନ୍ତ୍ରର ଶିକାର ହୋଇ ପରାଜିତ ହୋଇଥିଲେ ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story