Advertisment

ପ୍ରଥମଥର ପାଇଁ ନବୀନ ବିରୋଧୀ ଦଳ ନେତା, ପ୍ରସନ୍ନ ଉପ ନେତା

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି।

Naveen Patnaik

naveen patnaik

Advertisment

ଓଡ଼ିଶାକୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ୨୪ ବର୍ଷ ଧରି ଶାସନ କରିଥିବା ବିଜେଡି କ୍ଷମତାଚ୍ୟୁତ ହେବା ପରେ ଆଜି ବିରୋଧୀ ଦଳ ନେତା ବାଛିବାକୁ ବୈଠକ କରିଥିଲା।

Advertisment

ବୈଠକରେ ନବନିର୍ବାଚିତ ୫୧ ଜଣ ବିଜେଡି ବିଧାୟକ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ଶଙ୍ଖଭବନରେ ଆୟୋଜିତ ବୈଠକରେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ କରିଛନ୍ତି।

ସର୍ବସମ୍ମତିକ୍ରମେ ବିଜେଡି ବିଧାୟକ ଦଳର ନେତା ହୋଇଛନ୍ତି ନବୀନ। ନିଜର ରାଜନୀତିକ କ୍ୟାରିୟରରେ ନବୀନ ପ୍ରଥମଥର ପାଇଁ ବିରୋଧୀ ଦଳର ନେତା ହୋଇଛନ୍ତି। କାରଣ ୨୦୦୦ ମସିହାରୁ ୨୦୨୪ ଯାଏ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଥିଲେ। ୫ଥର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଏଥର ହାରିବାକୁ ପଡ଼ିଥିଲା। ଫଳରେ ସେ ବିରୋଧୀ ଦଳ ନେତା ହୋଇଛନ୍ତି। 

Advertisment

ବିଜେଡି ବିଧାୟକ ଦଳର ନେତା ହେବା ପରେ ନୀବନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେମାନଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। 

ଏବେ ନବୀନ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ରହିବେ। ସେହିପରି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳର ଉପ ନେତା ହୋଇଛନ୍ତି।

ବିଜେଡି ସରକାରରେ ବିଧାନସଭାର ବାଚସ୍ପତି ଥିବା ବିଞ୍ଝାରପୁରର ବିଧାୟିକା ପ୍ରମିଳା ମଲ୍ଲିକ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ଆଳି ବିଧାୟକ ପ୍ରତାପ ଦେବ ବିରୋଧୀ ଦଳ ଉପମୁଖ୍ୟ ସଚେତକ ହୋଇଛନ୍ତି।

Odisha Naveen Patnaik Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe