ମହିଳା ଦିବସ ସପ୍ତାହ ସମାରୋହ: ଅଫିସରଙ୍କୁ କୋଳେଇଲେ, ନେତ୍ରୀମାନଙ୍କୁ ଦୂରେଇଲେ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟକ୍ରମରେ ମହିଳାଙ୍କ ସହ ଜଡ଼ିତ ବିଭିନ୍ନ ପଦପଦବୀର ନେତୃତ୍ୱ ନେଉଥିବା ନେତ୍ରୀମାନଙ୍କୁ ଅଣଦେଖା କରିବାକୁ ବିଜେଡି ସରକାର ପଛାଇ ନାହିଁ ।

world women's day celebration ceremony PhotoOR

ମହିଳା ଦିବସ ସମାରୋହ

Ordigital Desk
  • Published: Monday, 06 March 2023
  • Updated: 06 March 2023, 10:35 PM IST

Sports

Latest News

ଆସନ୍ତା ମାର୍ଚ୍ଚ ୮ରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ରାଜ୍ୟରେ ମହିଳା ସଶକ୍ତିକରଣ ଅଭିଯାନରେ ୭୦ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଥିବାର ବାହାବା ନେଉଥିବା ଶାସକ ବିଜେଡି ନିଜର ନିର୍ବାଚନୀ ଏଜେଣ୍ଡାରେ ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗରେ ଲଢ଼େଇ ଜାରି ରଖିଥିବା କହୁଛି । ମହିଳାମାନେ ରାଜନୀତିକୁ ଆସି ନେତୃତ୍ୱ ନିଅନ୍ତୁ ବୋଲି ଦମ୍ଭୋକ୍ତି ଦେଖାଉଛି । କିନ୍ତୁ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟକ୍ରମରେ ମହିଳାଙ୍କ ସହ ଜଡ଼ିତ ବିଭିନ୍ନ ପଦପଦବୀର ନେତୃତ୍ୱ ନେଉଥିବା ନେତ୍ରୀମାନଙ୍କୁ ଅଣଦେଖା କରିବାକୁ ବିଜେଡି ସରକାର ପଛାଇ ନାହିଁ ।

ଆନ୍ତର୍ଜାତିକ ମହିଳା ଦିବସରେ ନିଜର ଦଳୀୟ ନେତ୍ରୀମାନଙ୍କୁ ଅଣଦେଖା ଓ ଅପମାନିତ କରି ସରକାରୀ ଅଫିସରମାନଙ୍କୁ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ରାଜ୍ୟସ୍ତରୀୟ ସମାରୋହ ପାଳନ କରିଛି । ଯାହାକି ବିଜେଡିର ଦୋମୁହାଁ ନୀତିକୁ ପଦାରେ ପକାଇଛି । ନିଜ ସରକାରରେ ବିଭିନ୍ନ ସରକାରୀ ପଦପଦବୀରେ ଥିବା ନିଜ ଦଳର ନେତ୍ରୀମାନଙ୍କୁ ଅଣଦେଖା କରୁଥିବା ବିଜେଡି ଏବେ ସରକାରୀ ଅଫିସରଙ୍କୁ କୋଳେଇ ବସିଛି । ଆଉ ଗଣମାଧ୍ୟମ ଓ ସଭାସମିତିରେ ମହିଳା ସଶକ୍ତିକରଣର ଲମ୍ବାଚଉଡ଼ା ଭାଷଣ ଦେବାକୁ ବିଜେଡି ନେତା-ମନ୍ତ୍ରୀ ପଛାଉ ନଥିବା ଜଣାପଡ଼ିଛି ।

Also Read

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନସ୍ଥିତ କନଭେନସନ ସେଂଟରଠାରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଶୁକ୍ରବାର ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିପାଇଁ ଆୟୋଜିତ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହିଳା ସଶକ୍ତିକରଣ ଆଜି କେବଳ ଗୋଟିଏ ସ୍ଲୋଗାନ ନୁହେଁ । ଏହା ଆଜି ଏକ ବାସ୍ତବତା । ଓଡ଼ିଶାର ମା’ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି । ୭୦ଲକ୍ଷ ମା’ମାନଙ୍କର ବିଶାଳ ସଂଗଠନ ଆଜି ଏସଏଚଜିରୁ ଏସଏମଇ ହେବାକୁ ଯାଉଛି । ମା’ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବା ସହିତ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ସେହିପରି ଆଜି ମିଶନ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ ଗଣମାଧ୍ୟମକୁ ସୂଚନା  ଦେଇ କହିଥିଲେ ଯେ, ସଶକ୍ତିକରଣ ହେଉଛି ସମ୍ପୂର୍ଣ୍ଣ ପ୍ରକ୍ରିୟା । ମହିଳାମାନଙ୍କୁ ନେତୃତ୍ୱ ନେବାର ପ୍ଲାଟଫର୍ମ ଦେଉଛି ମିଶନ ଶକ୍ତି । ଗତ ପଂଚାୟତ ନିର୍ବାଚନରେ ପ୍ରାୟ ୬୦ ପ୍ରତିଶତ ମହିଳା ନିଜ ବଳରେ ଛିଡ଼ା ହୋଇ ଆସିଛନ୍ତି । ୨୧ଟି ଜିଲ୍ଲା ପରିଷଦ ସଭାପତି ହେଉଛନ୍ତି ମହିଳା । ତେଣୁ ମହିଳାମାନେ ଆସି ଯଦି ରାଜନୀତିରେ ଭାଗ ନେଉଛନ୍ତି ସେଥିପାଇଁ ସେମାନଙ୍କୁ ସମାଲୋଚନା କରିବା କଥା ନୁହେଁ । ଏହା ସେମାନଙ୍କର ପସନ୍ଦ ଓ ଅଧିକାର ମଧ୍ୟ ବୋଲି ସେ କହିଥିଲେ।

world women's day celebration ceremonyମହିଳା ଦିବସ ସମାରୋହ

ଏବେ ପ୍ରଶ୍ନ ଉଠୁଛି, ଯଦି ମହିଳାମାନେ ଆଗକୁ ଆସି ନେତୃତ୍ୱ ନିଅନ୍ତୁ ବୋଲି ରାଜ୍ୟ ସରକାର ଚାହୁଁଛନ୍ତି ତା’ହେଲେ ସାର୍ବଜନୀନ କାର୍ଯ୍ୟକ୍ରମରେ ସେହି ମହିଳାମାନଙ୍କୁ ସମ୍ମାନ ଦେବାରେ ସମସ୍ୟା ରହୁଛି କେଉଁଠି? ଆନ୍ତର୍ଜାତିକ ମହିଳା ଦିବସର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ମହିଳା କମିଶନ ଅଧ୍ୟକ୍ଷା, ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଭଳି ସରକାରୀ ପଦପଦବୀରେ ଥିବା ଦଳୀୟ ନେତ୍ରୀମାନଙ୍କୁ ଦେଖିବାକୁ ମିଳୁଥିଲା । କିନ୍ତୁ ଚଳିତଥର ମୁଖ୍ୟମନ୍ତ୍ରୀଙ୍କ ସହ କେବଳ ବିଭାଗୀୟ ମନ୍ତ୍ରୀଙ୍କୁ ବାଦ୍ ଦେଲେ ସଭା ମଂଚରେ ସମସ୍ତେ ସରକାରୀ ପଦାଧିକାରୀମାନେ ହିଁ ରହିଥିଲେ । କେହି ଜଣେ ବି ରାଜନୀତି ସହ ଜଡ଼ିତ ଥିବା ନେତ୍ରୀ(ସରକାରୀ ପଦବୀରେ ଥିବା) ମଂଚରେ ମୁଖ୍ୟମନ୍ତ୍ରୀଙ୍କ ସହ ନଥିଲେ।

ମହିଳା ଓ ଶିଶୁବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗର ଉପଦେଷ୍ଟାମାନଙ୍କୁ ବି ସଭାମଂଚରେ ଦେଖିବାକୁ ମିଳିନଥିଲା । ମହିଳା ଓ ଶିଶୁବିକାଶ ବିଭାଗର କାର୍ଯ୍ୟକ୍ରମରେ ବିଭାଗୀୟ ଉପଦେଷ୍ଟା ସୁମିତ୍ରା ଜେନା, ସଂଯୁକ୍ତା ମହାନ୍ତି ଓ ସବିତା ମହାନ୍ତିଙ୍କ ସମେତ ମିଶନଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମଂଚରେ ନଥିଲେ । ସେହିପରି ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ସମବାୟ ବିକାଶ ନିଗମ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାୟକ ପ୍ରମୁଖ ବିଜେଡି ଦଳ ସହ ଜଡ଼ିତ।

ଏସବୁ ନେତ୍ରୀମାନେ ସରକାରୀ ପଦପଦବୀରେ ଅଛନ୍ତି । ଯଦି ବିଜେଡି ସରକାର ଏହି ନେତ୍ରୀମାନଙ୍କୁ ଉପଯୁକ୍ତ ସମ୍ମାନ ସରକାରୀ ପ୍ଲାଟଫର୍ମରେ ଦେଇପାରୁନାହାନ୍ତି ତା’ହେଲେ ଅନ୍ୟ ସାଧାରଣ ମହିଳାଙ୍କୁ କିଭଳି ସମ୍ମାନ ଦେଉଥିବେ ତାହା ସହଜେ ଅନୁମେୟ । କେବଳ ନିର୍ବାଚନ ଆସିଲେ ମହିଳା ସଶକ୍ତିକରଣ ଓ ଲୋଭନୀୟ ପ୍ୟାକେଜ ଘୋଷଣା କରି ସେମାନଙ୍କ ଭୋଟ ହାତେଉଥିବା ବିଜେଡି ପରବର୍ତ୍ତୀ ସମୟରେ ସେହି ମହିଳାଙ୍କୁ ଅସମ୍ମାନିତ କରିବାକୁ ପଛାଉ ନଥିବା ବିଭାଗୀୟ ରାଜ୍ୟସ୍ତରୀୟ ସମାରୋହରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story