Advertisment

ହିଞ୍ଜିଳିରୁ ନାମାଙ୍କନ ଦାଖଲ କଲେ ନବୀନ ପଟ୍ଟନାୟକ

ହିଞ୍ଜିଳି ବିଧାନସଭା ଆସନରୁ ଆଜି ଷଷ୍ଠ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମାଙ୍କନ ଦାଖଲ ପୂର୍ବରୁ ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠର ସେ ପୂଜାର୍ଚ୍ଚନା କରିଥିଲେ।

ଅଦ୍ୟତନ ହୋଇଛି
Nomination File Of CM

Nomination File Of CM

Advertisment

ନିଜ ପାରମ୍ପରିକ ସିଟ୍‌ ହିଞ୍ଜିଳି ବିଧାନସଭା ଆସନରୁ ଆଜି ଷଷ୍ଠ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମାଙ୍କନ ଦାଖଲ ପୂର୍ବରୁ ଗଞ୍ଜାମରେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ସେ ପୂଜାର୍ଚ୍ଚନା କରିଥିଲେ। 

Advertisment

ଛତ୍ରପୁର ନିକଟସ୍ଥ ନରସିଂହପୁର ଛକସ୍ଥିତ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ କାର୍‌ରେ ମା’ ତାରାତାରିଣୀଙ୍କ ପୀଠକୁ ଯାଇଥିଲେ । ସେଠାରେ ସେ ମା’ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଲୋଡ଼ିଥିଲେ।

ଏହାପରେ ଜିଲ୍ଲା ସଦର ମହକୁମା ଛତ୍ରପୁର ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଭି.କେ. ପାଣ୍ଡିଆନ, ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ।  ନାମାଙ୍କନ ଦାଖଲ ପରେ ସେଠାରୁ ସେ ହେଲିକପ୍ଟର ଯୋଗେ ସିଧାସଳଖ ଭୁବନେଶ୍ୱର ଫେରିଛନ୍ତି।

Advertisment

ନବୀନ ଷଷ୍ଠଥର ପାଇଁ ହିଞ୍ଜିଳିରୁ ନିର୍ବାଚନ ଲଢ଼ୁଛନ୍ତି। ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବ । ଏହା ପୂର୍ବରୁ ୨୦୦୦,୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ସେ ବିପୁଳ ଭୋଟରେ ହିଞ୍ଜିଳିରୁ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। 

Naveen Patnaik Ganjam BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe