Advertisment

ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଆଜି ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Naveen Patnaik gave resignation to governer

Naveen Patnaik gave resignation to governer

ଚଳିତ ନିର୍ବାଚନର ଫଳାଫଳ ବଦଳାଇ ଦେଇଛି ରାଜ୍ୟ ରାଜନୀତିର ଦୃଶ୍ୟପଟ । ଅପ୍ରତିଦ୍ୱନ୍ଦୀ ନେତା ନବୀନ ପଟ୍ଟନାୟକଙ୍କ ହାତରୁ ଦୀର୍ଘ ଅଢେଇ ଦଶନ୍ଧିର ଶାସନ କ୍ଷମତା ଆଖି ପିଛୁଳାକେ ଖସିଗଲା। ଭୁଶୁଡ଼ିଗଲା ବିଜେଡ଼ି ଦୁର୍ଗ। ଶେଷରେ ଆଜି ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Advertisment

ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ନବୀନ ପଟ୍ଟନାୟକ ରାଜଭବନ ଅଭିମୁଖେ ଯିବା ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଅରୁଣ ସାହୁ ପ୍ରମୁଖ ନବୀନ ନିବାସରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି। ତେବେ ବିଜେଡିର ଶୋଚନୀୟ ପରାଜୟ ହେବା ପରଠୁ ଦଳର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ଭି.କେ ପାଣ୍ଡିଆନଙ୍କୁ ଆଉ ଦେଖିବାକୁ ମିଳୁନି। ସବୁବେଳେ ନବୀନଙ୍କ ପାଖେ ପାଖେ ଛାଇ ପରି ରହୁଥିବା ପାଣ୍ଡିଆନ କିନ୍ତୁ ନବୀନ ଇସ୍ତଫା ଦେବା ବେଳେ ତାଙ୍କ ପାଖରେ ନ ଥିଲେ। ଏବେ ସେ କେଉଁଠି ତାହାକୁ ନେଇ ଚାଲିଛି ଜୋରଦାର ଆଲୋଚନା । 

Advertisment

ଚଳିତ ନିର୍ବାଚନରେ ବିଜେପି କ୍ଲିନ୍‌ ସୁଇପ୍‌ କରି ୭୮ ସିଟ୍‌ ହାତେଇ ଥିବା ବେଳେ ମାତ୍ର ୫୧ ସିଟ୍‌ରେ ସୀମିତ ହୋଇ ଯାଇଛି ବିଜେଡି। କଂଗ୍ରେସ ୧୪ଟି ଆସନ ହାସଲ କରିବାରେ ସକ୍ଷମ ହୋଇଛି।

ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛନ୍ତି। ହିଞ୍ଜିଳି ଓ କଣ୍ଟାବାଞ୍ଝିରୁ ମଇଦାନକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଝି ଆସନରେ ଜନମତ ହାସଲ କରିବାରେ ସମର୍ଥ ହୋଇ ପାରି ନାହାନ୍ତି।

କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍‌ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।

ଏଥିସହ ପ୍ରଥମ ଥର ରାଜ୍ୟରେ ସ୍ପଷ୍ଟ ବହୁମତ ପାଇଥିବା ବିଜେପି ଶିବିରରେ ଉତ୍ସାହ ଖେଳି ଯାଇଛି। ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଦମ୍ଭୋକ୍ତି ସ୍ୱରୂପ ବିଜେପି ଏଥର ସରକାର ଗଠନ କରିବ । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

BjD Naveen Patnaik Election Results