ନିଜ ନେତାଙ୍କୁ ଲଲିପପ୍ ଦେଲା ବିଜେଡି: ବିଧାନସଭାରେ ମିଳିବନି ପଦବୀକୁ ସମ୍ମାନ

ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି।

Sankha bhawan BJD

ଶଙ୍ଖଭବନ (ଫାଇଲ ଫଟୋ)

Ordigital Desk
  • Published: Wednesday, 19 June 2024
  • Updated: 19 June 2024, 09:20 PM IST

Sports

Latest News

୨୪ବର୍ଷର ଶାସନର ପତନ ପରେ ବିଜେଡିର ମତିଭ୍ରମ ବଢ଼ିବାରେ ଲାଗିଛି । ଦଳ ଏବେ ନିଜର ନେତାମାନଙ୍କୁ ସମ୍ବିଧାନିକସ୍ୱୀକୃତି ନଥିବା ପଦବୀର ‘ଲଲିପପ’ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରୁଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ କେଶରୀ ଦେବଙ୍କୁ ଆଜି ବିଜେଡି ଏଭଳି ପଦବୀ ଦେଇଛି ଯାହାକି ବିଧାନସଭାରେ ଆଇନସମ୍ମତ କିମ୍ବା ସ୍ୱୀକୃତ ନୁହେଁ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଛି । ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଧାୟକ ଦଳ ଉପନେତା, ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଓ ପ୍ରତାପ କେଶରୀ ଦେବଙ୍କୁ ବିରୋଧୀ ଦଳ ଉପମୁଖ୍ୟ ସଚେତକ ଭାବେ ଚୟନ କରାଯାଇଛି । ଏନେଇ ଆଜି ବିଧାୟକ ଦଳ ବୈଠକରେ ପ୍ରତାପ ଦେବ ଆଣିଥିବା ପ୍ରସ୍ତାବକୁ ବରିଷ୍ଠ ବିଧାୟକ ଅରୁଣ ସାହୁ ସମର୍ଥନ କରିଥିଲେ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସ୍ତାବ ଉପରେ ଧନ୍ୟବାଦ ଦେବାପରେ ନବୀନ ପଟ୍ଟନାୟକ ଉତ୍ତର ରଖିଥିଲେ ।

Also Read

ତେବେ ବିଧାନସଭାର ରୁଲସ୍ ଅଫ ପ୍ରୋସିଜିଓରରେ ବିରୋଧୀ ଦଳର ‘ଉପନେତା’ କିମ୍ବା ‘ଉପମୁଖ୍ୟ ସଚେତକ’ ଭଳି ପଦବୀ ନଥିଲେ ମଧ୍ୟ ବିଜେଡି ଆଜି ଏହି ଅଣସାମ୍ବିଧାନିକ ପଦବୀରେ ଦଳର ଦୁଇଜଣ ନେତାଙ୍କୁ ଥଇଥାନ କରିବାକୁ ପଛାଇ ନାହିଁ । ପୂର୍ବରୁ ‘ଫାଇଭ-ଟି’ ଓ ଅନ୍ୟାନ୍ୟ ଅଣସାମ୍ବିଧାନିକ ପଦବୀ ସୃଷ୍ଟି ସହ କାର୍ଯ୍ୟ କରିଥିବା ଭିକେ ପାଣ୍ଡିଆନଙ୍କ ଚାପରେ ଦୁଇ ଅଣସାମ୍ବିଧାନିକ ପଦବୀରେ ଦଳୀୟ ନେତାଙ୍କ ୍‌ଥଇଥାନକୁ ବିଜେଡି ବିଧାୟକମାନେ ମୁଣ୍ଡପାତି ହଁ ମାରିଥିବା ଜଣାପଡ଼ିଛି ।

ବିଜେଡିର ବରିଷ୍ଠ ଉପସଭାପତି ତଥା ଅଭିଜ୍ଞସମ୍ପନ୍ନ ପୂର୍ବତନ ବିଧାୟକ ଅମରପ୍ରସାଦ ଶତପଥୀ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଧାନସଭାରେ ବିରୋଧୀ ଦଳ ଉପନେତା କି ଉପମୁଖ୍ୟ ସଚେତକ ଭଳି କୌଣସି ବୈଧ ପଦବୀ ନାହିଁ । ବାଚସ୍ପତି ଗୃହ କାର୍ଯ୍ୟସମ୍ପାଦନ କଲାବେଳେ ସମ୍ପୃକ୍ତ ପଦବୀକୁ ସମ୍ବୋଧନ ମଧ୍ୟ କରିପାରିବେ ନାହିଁ । ବିରୋଧୀ ଦଳ ଚାହିଁଲେ ମନଇଚ୍ଛା ଅନେକ ପଦ ସୃଷ୍ଟି କରିପାରିବ,  କିନ୍ତୁ ସେମାନଙ୍କର ସବୁ ପଦବୀ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ । ବାଚସ୍ପତି ଗୃହରେ ସେମାନଙ୍କୁ ଅନ୍ୟ ସାଧାରଣ ବିଧାୟକଙ୍କ ଭଳି ସମ୍ବୋଧନ କରିଥାନ୍ତି ।

ସେହିପରି ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ମୁଖ୍ୟ ସଚେତକ ଦୁଇଟି ପଦବୀ ପାଇଁ ଆବଶ୍ୟକ ବ୍ୟବସ୍ଥା ରହିଛି । ଏହି ଦୁଇଟି ପଦବୀରେ ଯିଏ ରୁହନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀର ସୁବିଧାସୁଯୋଗ ମଧ୍ୟ ଦିଆଯାଇଥାଏ । କିନ୍ତୁ ଉପନେତା ଓ ଉପମୁଖ୍ୟ ସଚେତକ ପଦବୀ ସମ୍ବିଧାନସ୍ୱୀକୃତ ହୋଇନଥିବାରୁ ସେମାନଙ୍କ ପାଇଁ ସରକାରୀ ସୁବିଧା କିମ୍ବା ବ୍ୟବସ୍ଥା ନାହିଁ । ଗୃହ ପରିଚାଳନାବେଳେ ବାଚସ୍ପତି ସେମାନଙ୍କୁ ବିରୋଧୀ ଦଳ ଉପନେତା କିମ୍ବା ଉପମୁଖ୍ୟ ସଚେତକ ଭାବେ ସମ୍ବୋଧନ କରିବାର ସମ୍ଭାବନା ବି କ୍ଷୀଣ ।

ତେଣୁ କାହାର ଉଦ୍ଭଟ ଚିନ୍ତାଧାରାରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ  ଏଭଳି ପଦବୀରେ ଥଇଥାନ କରି ପରୋକ୍ଷରେ ଅପମାନିତ ପାଇଁ ପ୍ରୟାସ କରାଗଲା, ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

ସୂଚନାଯୋଗ୍ୟ, ନବୀନଙ୍କୁ ବିରୋଧୀ ଦଳ ନେତା ଚୟନ କରିବା ଆଳରେ ଭିକେ ପାଣ୍ଡିଆନ ପୁଣିଥରେ ସକ୍ରିୟ ଭୂମିକା ନେଇ ବିଜେଡି ସଂଗଠନ ସମ୍ପାଦକ ତଥା ପାଣ୍ଡିଆନଙ୍କ ‘କ୍ରୀତଦାସ’ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ମାଧ୍ୟମରେ ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି । ଏହି ନେତାମାନଙ୍କୁ ପଦପଦବୀରେ ଥଇଥାନ ପାଇଁ ପାଣ୍ଡିଆନଙ୍କ ଫତୱାକୁ କାର୍ଯ୍ୟକାରୀ କରିବା ନିମନ୍ତେ  ବବି ପୁଣିଥରେ ଫୁଲଦମରେ ପ୍ରୟାସ କରିଥିଲେ । ଏହା ମାଧ୍ୟମରେ ବିଜେଡି ପୁଣିଥରେ ସେହି କୋଟେରୀ ପାଖରେ ରହିଛି ବୋଲି ଦଳୀୟ ମହଲରେ ସନ୍ଦେଶ ଦେବାକୁ ପ୍ରୟାସ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story