Advertisment

ଉପଦେଷ୍ଟା କମିଟିର କ୍ଷୋଭ, ଅଡୁଆରେ ନବୀନ: ଆଭିମୁଖ୍ୟ ସ୍ପଷ୍ଟ କର, ତା’ପରେ ସଂଗଠନ କଥା

ଆଜି ସନ୍ଧ୍ୟାରେ ନବୀନ ନିବାସରେ ଦଳର ଉପଦେଷ୍ଟା କମିଟିର ବୈଠକ ବସିଥିଲା । ବୈଠକରେ ନବୀନ ଅଧ୍ୟକ୍ଷତା କରିଥିଲେ । ଦଳର ବରିଷ୍ଠ ନେତାମାନେ ସଂଗଠନକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ ।

undefined

Naveen Pattnayak

Advertisment

“ପ୍ରଥମେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହେଉ, ତା’ପରେ ସଂଗଠନ କଥା । କର୍ମୀ ଓ ନେତାଙ୍କ ଭିତରେ ଅବିଶ୍ୱାସର ବାତାବରଣ ରହିଛି, ମନୋବଳ ବୃଦ୍ଧି ପାଇଁ ଦଳକୁ ତା’ର ଆଭିମୁଖ୍ୟ ସ୍ପଷ୍ଟ କରାଇବା ଦରକାର ।” ଆଜି ଏଭଳି ଢଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେଡିର ୧୨ଜଣିଆ ଉପଦେଷ୍ଟା ମଣ୍ଡଳୀ । ଦଳର ବରିଷ୍ଠ ନେତାମାନଙ୍କର ଏଭଳି ରୋକଠୋକ୍ କଥା ପରେ ନବୀନଙ୍କ ଅଡ଼ୁଆ ବଢ଼ିଛି । ଦଳର ବିପର୍ଯ୍ୟୟର ମୁଖ୍ୟ ସୂତ୍ରଧର ଭିକେ ପାଣ୍ଡିଆନଙ୍କୁ କୋଳେଇ ଧରିବାରର ସାଇଡ୍ ଇଫେକ୍ଟ ଏବେ ଦଳକୁ ବିଭାଜନ ଆଡ଼କୁ ନେଇଯାଉଥିବା ନବୀନ ଅନୁଭବ କରୁଥିଲେ ମଧ୍ୟ ଅଜଣା କାରଣରୁ କିଛି ପଦକ୍ଷେପ ନେଇପାରୁନଥିବା ଜଣାପଡ଼ିଛି ।

Advertisment

 ଆଜି ସନ୍ଧ୍ୟାରେ ନବୀନ ନିବାସରେ ଦଳର ଉପଦେଷ୍ଟା କମିଟିର ବୈଠକ ବସିଥିଲା । ବୈଠକରେ ନବୀନ ଅଧ୍ୟକ୍ଷତା କରିଥିଲେ । ଦଳର ବରିଷ୍ଠ ନେତାମାନେ ସଂଗଠନକୁ ସୁଦୃଢ଼ କରିବା ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ମାତ୍ର ତା’ପୂର୍ବରୁ ଦଳର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ କରାଯାଉ ବୋଲି ଦାବି କରିଥିଲେ । ଦଳ ଯେଭଳି ଭାବେ ବିଜେପି ପ୍ରତି ନରମ ଆଭିମୁଖ୍ୟ ପୋଷଣ କରୁଛି ତା’ର ପ୍ରତିକୂଳ ପ୍ରଭାବ ଦଳୀୟ ସଂଗଠନ ଉପରେ ପଡ଼ୁଥିବା ନେତାମାନେ ଖୋଲାଖୋଲି କହିଥିଲେ । ଏପରିକି ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଦଳ କାହିଁକି ଶୀଘ୍ର ନିଜର ଆଭିମୁଖ୍ୟ ସ୍ପଷ୍ଟ କଲାନି ଓ ଦ୍ୱନ୍ଦ୍ୱ ଜାରି ରଖିଛି ତାହା କହିବା ସହ ନେତାମାନେ ନିଜ ନିଜର ଅସନ୍ତୋଷ ମଧ୍ୟ ନବୀନଙ୍କୁ ଅବଗତ କରାଇଛନ୍ତି । ଏହାସହିତ ଦଳର ଏଭଳି ନୀତି ଯୋଗୁ ଏବେ ସଦସ୍ୟତା ଅଭିଯାନକୁ ନେଇ ତୃଣମୂଳସ୍ତରରେ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆଗ୍ରହ ନଥିବା ମଧ୍ୟ ନବୀନଙ୍କୁ ଜଣାଇଛନ୍ତି ।

ଯଦିଓ ବିଗତ ୪ଦିନ ଧରି ୧୪୭ ନିର୍ବାଚନମଣ୍ଡଳୀର ନେତାମାନଙ୍କୁ ପର୍ଯ୍ୟାୟକ୍ରମେ ଡାକି ସଦସ୍ୟତା ଅଭିଯାନକୁ ଜୋରଦାର କରିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି। ସଂଗଠନକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ପାଣ୍ଠି ମଧ୍ୟ ଜିଲ୍ଲାସ୍ତରକୁ ଦିଆଯାଉନଥିବା ନେତାମାନେ ବୈଠକରେ ଉପସ୍ଥାପନ କରିଥିବା ଜଣାପଡ଼ିଛି । ମାତ୍ର ଦଳର ଏତେ ବିପର୍ଯ୍ୟୟ ପରେ ମଧ୍ୟ ନବୀନଙ୍କ ଚେତା ପଶିନି । ଏହି ଉପଦେଷ୍ଟାମଣ୍ଡଳୀର ନେତାମାନଙ୍କ କଥା ଶୁଣିବା ପରେ ନବୀନ ସ୍ପଷ୍ଟ ଭାବେ କିଛି ନକହି ସେ ବିଷୟରେ ଚିନ୍ତା କରିବେ ବୋଲି କହି ବୈଠକରୁ ଉଠି ପଳାଇଥିବା ଜଣାପଡ଼ିଛି ।

Advertisment

ସୂଚନାଯୋଗ୍ୟ, ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ମାମଲାତି ଓ ଅତ୍ୟଧିକ ରାଜନୀତିକ ମହତ୍ୱାକାଂକ୍ଷା ସହ ନବୀନଙ୍କ ଅପାରଗତା ଯୋଗୁ ବିଜେଡିର ୨୪ବର୍ଷର ଶାସନର ପତନ ଘଟିଛି। ତଥାପି ଦଳ ଏପର୍ଯ୍ୟନ୍ତ ଏହି ବିପର୍ଯ୍ୟୟର କାରଣର ସମୀକ୍ଷା କରିବାକୁ ଆଗ୍ରହ ଦେଖାଇନାହିଁ ।

ଆଜିର ବୈଠକରେ ୧୨ଜଣିଆ ଉପଦେଷ୍ଟା କମିଟିର ଆବାହକ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ରଜନୀକାନ୍ତ ସିଂହ, ଶଶୀଭୂଷଣ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe