Advertisment

ଶପଥ ସମାରୋହ ପାଇଁ ନବୀନଙ୍କୁ ନିମନ୍ତ୍ରଣ, କହିଲେ- ନିଶ୍ଚିତ ଯିବି

ଶପଥ ସମାରୋହରେ ଯୋଗ ଦେବା ପାଇଁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି ବିଜେପି । ନବୀନ ପଟ୍ଟନାୟକ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ନିଶ୍ଚିତ ଭାବେ ପହଞ୍ଚିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଜେପି ନେତା।

Naveen patnaik & bjp team

Naveen patnaik & bjp team

Advertisment

୫ ଥରର ମୁଖ୍ୟମନ୍ତ୍ରୀ ଏଥର ଶପଥ ଗ୍ରହଣ ସମାରୋହରେ ପାଲଟିବେ ଅତିଥି। ଗତ ୫ ଥର ହେଲା ଶପଥ ନେଉଥିବା ମୁଖ୍ୟମନ୍ତ୍ରୀ ଏଥର କିନ୍ତୁ ଅତିଥିଙ୍କ ଗହଣରେ ବସିବେ। ଆସନ୍ତା କାଲି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗ ଦେବେ। ଏହି ଶପଥ ସମାରୋହରେ ଯୋଗ ଦେବା ପାଇଁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି ବିଜେପି।

Advertisment

ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା। ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଜଣାଯାଇଛି। ନବୀନ ପଟ୍ଟନାୟକ ମଧ୍ୟ ନିମନ୍ତ୍ରଣ ରକ୍ଷା କରି ନିଶ୍ଚିତ ଭାବେ ପହଞ୍ଚିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଜେପି ନେତା।

ଶପଥ ଗ୍ରହଣ ସମାରୋହ ନିମନ୍ତେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରାଜଧାନୀକୁ ସୁରକ୍ଷା ବଳରେ ପରିଣତ କରାଯାଇଛି। ମାତ୍ର ଏଯାଏ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ସ୍ଥିର ହୋଇନି।

Advertisment

ଆଜି ଓଡ଼ିଶାରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ ପହଞ୍ଚିବେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳ ବୈଠକ ବସିବ। ଏହାପରେ ରାଜ୍ୟରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

ଏଥିସହ ଏ ଉପ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତଥା ମନ୍ତ୍ରିମଣ୍ଡଳରେ କେଉଁ କେଉଁ ବିଧାୟକଙ୍କୁ ଗୁରୁତ୍ୱ ମିଳିବ ତାକୁ ନେଇ ବି କଳ୍ପନା ଜଳ୍ପନା ଲାଗି ରହିଛି।

Bjp Naveen Patnaik Oath Ceremoney
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe