Advertisment

'ନବୀନ ଶାସନ'ର ଅନ୍ତ ଘଟିଲା, ପାଲଟିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ ।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଇତିହାସ ରଚିବା ବଦଳରେ ଇତିହାସ ପାଲଟିଲେ ନବୀନ । ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ୫ ଥରର ମୁଖ୍ୟମନ୍ତ୍ରୀ ଏବେ ପାଲଟିଗଲେ ଇତିହାସ । ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେବା ପରେ ନବୀନ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ ।

Advertisment

ମୋଦି ମହାବାତ୍ୟାରେ ଧରାଶାୟୀ ହେଲା ନବୀନ ମ୍ୟାଜିକ୍ । ଓଡ଼ିଶା ରାଜନୀତିରେ 'ନବୀନ ଶାସନ'ର ଅନ୍ତ ଘଟିଲା। ୨୪ ବର୍ଷ ପରେ ହାତରୁ ଖସିଲା ଶାସନ ଡୋରି । ଗୋଟିଏ ଝଟକାରେ ମିଳେଇଗଲା ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ।

ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନବୀନ ପଟ୍ଟନାୟକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ । ତାଙ୍କ ନିକଟରୁ ହଟିଯିବ କାରକେଡ, କଡ଼ା ସୁରକ୍ଷା ପହରା ବି ଆଉ ରହିବନି। 

Advertisment

ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରି ରେକର୍ଡ କରିବାର ଆଶା ରଖିଥିବା ନବୀନଙ୍କୁ ଏଥର କିନ୍ତୁ ନିରାଶ ହେବାକୁ ପଡ଼ିଛି। ଏହି ରେକର୍ଡକୁ ନେଇ ତାଙ୍କ ଦଳ ପକ୍ଷରୁ ବେଶ୍ ପ୍ରଚାର କରାଯାଇଥିଲା।

ଗତକାଲି ସୁଦ୍ଧା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ୯୧ ଦିନ ରହିସାରିଛନ୍ତି। ଅଗଷ୍ଟ ମାସରେ ସେ ଚାମଲିଂଙ୍କ ରେକର୍ଡ ଭଙ୍ଗ କରିଥାନ୍ତେ। କିନ୍ତୁ ତାଙ୍କ ଦଳର ଏହି ସ୍ୱପ୍ନ ପୂରଣ ହୋଇପାରିନାହିଁ।

BjD Naveen Patnaik Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe