Advertisment

ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ, ସବୁଠୁ ଗରିବ ମମତା ବାନାର୍ଜୀ

ସେହିପରି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଆନ୍ଧ୍ରର ଜଗନ ମୋହନ ରେଡ୍ଡି। ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୫୧୦ କୋଟି ୩୮ ଲକ୍ଷ ଟଙ୍କା।

author-image
Niranjan Mishra
naveen patnaik

naveen patnaik

ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ମୋଟ ସଂପତ୍ତି ହେଉଛି ୬୩ କୋଟି ୮୭ ଲକ୍ଷ ଟଙ୍କା। ଏଡିଆର୍ ରିପୋର୍ଟରୁ ଏହା ଜଣାପଡ଼ିଛି। ରିପୋର୍ଟରେ ଆହୁରି କୁହାଯାଇଛି, ତାଙ୍କ ନାଁରେ କୌଣସି କ୍ରିମିନାଲ କେସ୍ ନାହିଁ। 

Advertisment

ସେହିପରି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଲେ ଆନ୍ଧ୍ରର ଜଗନ ମୋହନ ରେଡ୍ଡି। ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୫୧୦ କୋଟି ୩୮ ଲକ୍ଷ ଟଙ୍କା। ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ। ତାଙ୍କର ସଂପତ୍ତି ମୂଲ୍ୟ ୧୬୩ କୋଟି ୫୦ ଲକ୍ଷ ଟଙ୍କା। ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗର ମମତା ବାନାର୍ଜୀ। ତାଙ୍କର ମୋଟ ସଂପତ୍ତି ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏଡିଆର୍ ରିପୋର୍ଟ ଅନୁସାରେ ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ କେସ୍ ଥିବା ବେଳେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ଅଛି ସର୍ବାଧିକ ମାମଲା।

Advertisment
Naveen Patnaik Cmo Of Odisha ADR