ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । କିନ୍ତୁ ପୁଣିଥରେ ବିଜେପିର ସହଯୋଗୀ ହୋଇ କିଭଳି ନିର୍ବାଚନ ମଇଦାନକୁ ଯିବ ଓ କେଉଁ କାରଣ ପାଇଁ ବିଜେପି ସହ ଆସନ ବୁଝାମଣା କରିବାକୁ ବିଜେଡି ବାଧ୍ୟ ହେଲା ତା’ର ବଳିଷ୍ଠ କାରଣ ଦେବାରେ ବିଜେଡି ବିଫଳ ହୋଇଛି । ଏପରିକି ରାଜ୍ୟର ଲକ୍ଷ ଲକ୍ଷ ଦଳୀୟ ସମର୍ଥକମାନଙ୍କୁ କ’ଣ କହିକି ବିଜେପି ସହ ମେଂଟର ଘୋଷଣା କରିବ ତାକୁ ନେଇ ବିଜେଡି ରଣନୀତିକାରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।