Advertisment

ବୁନୁଙ୍କୁ ଭେଟିଲେ ରବିଙ୍କ କଥା ମନେ ପଡ଼ିଲାନି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ପୂର୍ବତନ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଗାଡ଼ି ଉପରେ ହୋଇଥିବା ବୋମାମାଡ଼ ପରେ ଗୁରୁତର ଆହତ ହୋଇଥିଲେ ଅନନ୍ତ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନ୍ୟ ଦୃଷ୍ଟିରୁ ଆଜି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ବୁନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କୁ ଚିକିତ୍ସା […]

author-image
Mihir Pattnayak
ଅଦ୍ୟତନ ହୋଇଛି
ବୁନୁଙ୍କୁ ଭେଟିଲେ ରବିଙ୍କ କଥା ମନେ ପଡ଼ିଲାନି !

lon

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ପୂର୍ବତନ ମେୟର ତଥା ବିଜେଡି ନେତା ଅନନ୍ତ ନାରାୟଣ ଜେନାଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଗାଡ଼ି ଉପରେ ହୋଇଥିବା ବୋମାମାଡ଼ ପରେ ଗୁରୁତର ଆହତ ହୋଇଥିଲେ ଅନନ୍ତ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୌଜନ୍ୟ ଦୃଷ୍ଟିରୁ ଆଜି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ସେଠାରେ ବୁନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲେ।

Advertisment

ଏ ଖବରଟି ଭଲ କଥା। କାରଣ ଦଳୀୟ ମୁଖ୍ୟ ହୋଇଥିବାରୁ କାହାର ଭଲ ମନ୍ଦରେ ଛିଡା ହେବା ଏକ ଉତ୍ତମ କର୍ମ ବୋଲି କୁହାଯିବ। ହେଲେ ଏଠାରେ ମୁଖ୍ୟମନ୍ତ୍ରୀ ଏମିତି ଗୋଟିଏ କାମ କରିବାକୁ ଭୁଲିଯାଇଛନ୍ତି ଯାହା ନିଶ୍ଚିତ ଭାବେ ଦୁଃଖଦାୟକ। ସେ ଖାଲି ବିଜେଡିର ମୁଖ୍ୟ ନୁହଁନ୍ତି ରାଜ୍ୟ ମୁଖିଆ ମଧ୍ୟ। ଏଣୁ ରାଜ୍ୟବାସୀଙ୍କ ସୁଖ ଦୁଃଖରେ ଛିଡ଼ା ହେବା କଥା। ହେଲେ ସେ ସେମିତି କରିନାହାନ୍ତି।

ମୂଳ କଥାଟି ହେଉଛି, ରାଜନୀତିକ ହିଂସା। ଗତକାଲିଠାରୁ ରାଜ୍ୟ ରାଜନୀତିକୁ ସରଗରମ କରି ରଖିଛି। ଗୋଟିଏ ପଟେ ବୁନୁଙ୍କୁ ଆକ୍ରମଣ ହୋଇଥିବା ବେଳେ ଆରପଟେ ପ୍ରଦୀପ ମହାରଥୀଙ୍କଠାରୁ ମାଡ଼ ଖାଇ ଲହୁଲୁହାଣ ହୋଇଛନ୍ତି ମାଜିଷ୍ଟ୍ରେଟ୍ ରବି ନାରାୟଣ ପାତ୍ର। ଶ୍ରୀ ପାତ୍ର SST(ସ୍ପେଶାଲ ସିକ୍ୟୁରିଟି ଟିମ୍‌) ଟିମ୍‌ ନେଇ କାଲି ରାତିରେ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସ୍‌ରେ ଚଢ଼ଉ କରିଥିବା ବେଳେ ମହାରଥୀ ଓ ତାଙ୍କ ଗୁଣ୍ଡାମାନେ ତାଙ୍କୁ ମାରି ଦରମରା କରିଥିଲେ। ସେ ମଧ୍ୟ ସେଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଉଭୟ ଅନନ୍ତ ଜେନା ଓ  ରବି ନାରାୟଣ ପାତ୍ର ନିର୍ବାଚନୀ ହିଂସାର ଶିକାର ହୋଇଥିଲେ ହେଁ, ମୁଖ୍ୟମନ୍ତ୍ରୀ କେବଳ ବୁନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଫେରିଛନ୍ତି। ରବିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଭୁଲିଯିବା ଘୋର ଅସୌଜନ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି। କାରଣ ଜଣେ ସରକାରୀ କର୍ମଚାରୀଙ୍କୁ ଖୋଦ୍‌ ବିଜେଡିର ଜଣେ ନେତା ମାଡ଼ ମାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖା ନ କରିବା ଦୁଃଖର ବିଷୟ। ଅପରପକ୍ଷେ ଜାଣତରେ ବା ଅଜାଣତରେ ଏପରି କରି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ମହାରଥୀଙ୍କ କାର୍ଯ୍ୟକୁ ଠିକ ବୋଲି ଦର୍ଶାଇଥିବା ଚର୍ଚ୍ଚା ହେଉଛି।