Advertisment

ରେକର୍ଡରୁ ବଞ୍ଚିତ ହେଲେ ନବୀନ

ଅଧାରେ ରହିଗଲା ରେକର୍ଡ,୧ନମ୍ବର ହୋଇପାରିଲେନି ନବୀନ।

author-image
Tapaswini Nayak
Naveen patnaik

Naveen patnaik

ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ସରକାରର ପତ୍ତନ ହୋଇଛି। ଏହାସହିତ ଏକ ରେକର୍ଡରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରି ରେକର୍ଡ କରିବାର ଆଶା ରଖିଥିବା ନବୀନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହି ରେକର୍ଡକୁ ନେଇ ତାଙ୍କ ଦଳ ପକ୍ଷରୁ ବେଶ୍ ପ୍ରଚାର କରାଯାଇଥିଲା।

Advertisment

ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଂ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ରହି ରେକର୍ଡ କରିଛନ୍ତି। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ନବୀନ। ଗତକାଲି ସୁଦ୍ଧା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ୯୧ ଦିନ ରହିସାରିଛନ୍ତି। ଅଗଷ୍ଟ ମାସରେ ସେ ଚାମଲିଂଙ୍କ ରେକର୍ଡ ଭଙ୍ଗ କରିଥାନ୍ତେ। କିନ୍ତୁ ତାଙ୍କ ଦଳର ଏହି ସ୍ୱପ୍ନ ପୂରଣ ହୋଇପାରିନାହିଁ।

ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିଛି। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି। କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍‌ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।

Advertisment
Election Results Odisha Assembly Elections 2024 2024 General Election Cmo Of Odisha