ଜଣାପଡ଼ିଲା ନବୀନଙ୍କ ସମ୍ପତ୍ତି କେତେ ?

  • Published: Wednesday, 01 May 2024
  • , Updated: 01 May 2024, 11:40 AM IST

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସତ୍ୟପାଠରେ ୭୧.୦୭ କୋଟି ଟଙ୍କାର ସମ୍ପତ୍ତି ମାଲିକ ବୋଲି ଦର୍ଶାଇଛନ୍ତି । ୨୦୧୯ ନିର୍ବାଚନବେଳେ ତାଙ୍କର ସମ୍ପତ୍ତିର ପରିମାଣ ୬୩.୮୭କୋଟି ଟଙ୍କା ଥିଲା । ସେହିଭଳି ନବୀନଙ୍କ ପାଖରେ ୩୦ ହଜାର ଟଙ୍କାର କ୍ୟାସ ଥିବା ବେଳେ ୧୪ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି। 

Related story