Advertisment

ଖସୁଛି ନବୀନଙ୍କ ଲୋକପ୍ରିୟତା!

‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର 78.1 % ଲୋକ ପସନ୍ଦ କରିଥିବାବେଳେ ଏବେ ତାହା 61.3%କୁ ଖସିଯାଇଛି।

ଅଦ୍ୟତନ ହୋଇଛି
Naveen Patnaik

Naveen Patnaik

Advertisment

ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ର ସର୍ଭେ ରିପୋର୍ଟକୁ ଖୁବ୍ ଗୁରୁତ୍ୱର ସହ ନେଇଥାଏ ଶାସକ ଦଳ ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ବୋଲି ରିପୋର୍ଟ ଆସିଲେ ତା’ର ବହୁତ ପ୍ରଚାର କରେ। ହେଲେ ଏବେ ସେହି ‘ଇଣ୍ଡିଆ ଟୁଡେ’ ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖୁବ ଜୋରରେ କମୁଥିବାରୁ ଏହା ଏକ ଚିନ୍ତାଜନକ ଧାରା ବୋଲି ଦର୍ଶାଇଛି।

Advertisment

‘ଇଣ୍ଡିଆ ଟୁଡେ’ର ସର୍ଭେ ଅନୁସାରେ ଗୋଟିଏ ବର୍ଷ ତଳେ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ରାଜ୍ୟର 78.1 % ଲୋକ ପସନ୍ଦ କରିଥିବାବେଳେ ଏବେ ତାହା 61.3%କୁ ଖସିଯାଇଛି। ଅର୍ଥାତ୍ ବର୍ଷକ ଭିତରେ ଏହା 16.8% ପ୍ରତିଶତ ଖସିଯାଇଛି।

ଅନ୍ୟପଟରେ ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନକୁ ନେଇ ସେହି ରାଜ୍ୟଗୁଡ଼ିକର ଲୋକଙ୍କ ମତ ଦେଖିଲେ, ବର୍ଷକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଲୋକପ୍ରିୟତା 53.3%ରୁ 59.1%କୁ ବୃଦ୍ଧି ପାଇଛି।

Advertisment

ବଡ଼କଥା ହେଉଛି ଇଣ୍ଡିଆ ଟୁଡେ’ ପକ୍ଷରୁ ଜାନୁଆରୀ ମାସରେ କରାଯାଇଥିବା ଆଉ ଏକ ସର୍ଭେରେ ବି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖସୁଥିବା ଦର୍ଶାଯାଇଥିଲା। ବର୍ଷେ ତଳେ ନବୀନଙ୍କ ଲୋକପ୍ରିୟତା 78.1%, ଗତ ଜାନୁଆରୀରେ 73.2%, ଆଉ ଏବେ 61.3%କୁ ଖସିବା ଚିନ୍ତାର ବିଷୟ ବୋଲି ‘ଇଣ୍ଡିଆ ଟୁଡେ’ ଦର୍ଶାଇଛି।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଖସିବା ପାଇଁ କେଉଁ କାରଣ ଦାୟୀ, ସେ ନେଇ ବିଶ୍ଲେଷଣ ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ନିମ୍ନରେ ଦିଆଯାଇଥିବା କିଛି କାରଣ ପାଇଁ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା କମୁଥିବା ସମୀକ୍ଷକମାନେ କହୁଛନ୍ତି।

  • ଗଣତାନ୍ତ୍ରିକ ଶାସନ ପରିବର୍ତ୍ତେ ଏକ ବ୍ୟୁରୋକ୍ରାଟିକ ଶାସନର ପ୍ରତିଷ୍ଠା
  • ନବୀନ ନିଜେ ରାଜ୍ୟ ନ ବୁଲି ତାଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟ ବୁଲି ସଭା କରିବା
  • ବିଜେପି ଓ କଂଗ୍ରେସଠାରୁ ସମଦୂରତା ରଖିଛୁ କହି କାମରେ ଓଲଟା କରିବା
  • ମଣିପୁର ଭଳି ଏକ ସମ୍ବେଦନଶୀଳ ଘଟଣାରେ ନବୀନ ଚୁପ ରହିବା
  • ଅନେକ ମନ୍ତ୍ରୀ ଓ ନେତାଙ୍କ ନାଁରେ ଦୁର୍ନୀତି ଓ ଫୌଜଦାରୀ ମାମଲା ଆସିବା
  • ମହିଳାଙ୍କ ବିରୋଧରେ ଅପରାଧ ମାତ୍ରାଧିକ ଭାବେ ବଢ଼ିଚାଲିବା
  • 5T ଶାସନରେ ସ୍ୱଚ୍ଛତା ନଥାଇ ଅନେକ ନିର୍ମାଣ କିଛି ଦିନରେ ଭୁଶୁଡ଼ି ପଡ଼ିବା
  • ରାଜ୍ୟରେ କୌଣସି ଆଖିଦୃଶିଆ ଶିଳ୍ପ ନ ହେବା ଓ ବେରାଜଗାରୀ ବଢ଼ିବା

‘ଇଣ୍ଡିଆ ଟୁଡେ’ ତାର ଏହି ନମୁନା ସର୍ଭେରେ ରାଜ୍ୟର 3,760 ଜଣ ଲୋକଙ୍କ ମତ ନେଇଥିବା ଦର୍ଶାଇଛି। ସେ ଯାହାବି ହେଉ ନବୀନ ବାବୁଙ୍କ ଲୋକପ୍ରିୟତା ଏବେ କାଠଗଡ଼ାରେ ଛିଡ଼ା ହୋଇଛି। ଆଗକୁ ତାଙ୍କ ଯାତ୍ରା କାଠିକର ପାଠ ହେବ ବୋଲି କୁହାଯାଉଛି।

ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ

BjD Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe