Advertisment

ସିଗାରେଟ୍‌ ଟାଣି ଭୋଟ୍‌ ମାଗିଲେ ନବୀନ, ଦେଖିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଗାରେଟ୍‌ ପିଅନ୍ତି। ତାହା ପୁଣି ଦାମିକିଆ ଡନ୍‌ହିଲ୍‌ ବ୍ରାଣ୍ଡର। କଥାଟି ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଥିଲା ‘ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ସମୟରେ। ସାମ୍ବାଦିକ ରୁବେନ୍‌ ବାନାର୍ଜିଙ୍କ ଲିଖିତ ଏହି ପୁସ୍ତକରେ ନବୀନଙ୍କ ଜୀବନର ଏମିତି ସବୁ ଗୁରୁତ୍ୱପୂର୍ଣ୍ଣ କଥା ରହିଥିଲା ଯାହା ଓଡ଼ିଆ ଲୋକଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ। ନବୀନ ଏମିତି କରନ୍ତି, ନବୀନ ସେମିତି କରନ୍ତି ବୋଲି ଚର୍ଚ୍ଚା ହେଉଥିବା ଓଡିଶାକୁ ଏଥର କିନ୍ତୁ […]

ଅଦ୍ୟତନ ହୋଇଛି
ସିଗାରେଟ୍‌ ଟାଣି ଭୋଟ୍‌ ମାଗିଲେ ନବୀନ, ଦେଖିଲା ଓଡ଼ିଶା

donhill1

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଗାରେଟ୍‌ ପିଅନ୍ତି। ତାହା ପୁଣି ଦାମିକିଆ ଡନ୍‌ହିଲ୍‌ ବ୍ରାଣ୍ଡର। କଥାଟି ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଥିଲା ‘ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ସମୟରେ। ସାମ୍ବାଦିକ ରୁବେନ୍‌ ବାନାର୍ଜିଙ୍କ ଲିଖିତ ଏହି ପୁସ୍ତକରେ ନବୀନଙ୍କ ଜୀବନର ଏମିତି ସବୁ ଗୁରୁତ୍ୱପୂର୍ଣ୍ଣ କଥା ରହିଥିଲା ଯାହା ଓଡ଼ିଆ ଲୋକଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ। ନବୀନ ଏମିତି କରନ୍ତି, ନବୀନ ସେମିତି କରନ୍ତି ବୋଲି ଚର୍ଚ୍ଚା ହେଉଥିବା ଓଡିଶାକୁ ଏଥର କିନ୍ତୁ ପ୍ରମାଣ ମିଳିଯାଇଛି। ନବୀନ ଯେ ସତରେ ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି ଆଉ ଡନ୍‌ହିଲ୍‌ ସିଗାରେଟ୍‌ପିଅନ୍ତି ତାହା ଧୀରେ ଧୀରେ ସତ ପ୍ରମାଣିତ ହେଉଛି।

Advertisment

ନିର୍ବାଚନ ସମୟରେ ଏ କଥାଟି କହିବାର ପ୍ରାସଙ୍ଗିକତା କ’ଣ ବୋଲି ଆପଣ ଭାବୁଥିବେ। ବାସ୍ତବରେ ନବୀନ ମାର୍କା ଏହି ବ୍ରାଣ୍ଡେଡ୍‌ ସିଗାରେଟ୍‌ ମୁଖ୍ୟମନ୍ତ୍ରୀ ସେବନ କରୁଥିବାର ଦୃଶ୍ୟ ଏବେ ସାର୍ବଜନୀନ ହୋଇଛି। ଦାମିକିଆ ଏସି ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ମହୋଦୟ ଅଧରରେ ଏହାକୁ ଜାକି ଧୂମପାନ କରୁଥିବା ଦୃଶ୍ୟକୁ ଦେଖିଛନ୍ତି ଓଡ଼ିଶାବାସୀ।

ଏଥର ଆଉ ନବୀନଙ୍କ ସିଗାରେଟ୍‌କୁ ନେଇ ସେମିତି ଚର୍ଚ୍ଚା ହେବନି ବୋଲି ଆଶା। କାରଣ ଯେଉଁମାନେ ନବୀନଙ୍କ ଏହି ବଦଭ୍ୟାସ କଥା ଖାଲି ପବନ କରି କହୁଥିଲେ ସେମାନେ ଏଣିକି ଏହାକୁ ସତ ବୋଲି ପ୍ରମାଣ ପାଇଲେ ଆଉ ଯେଉଁମାନେ ଜାଣି ନ ଥିଲେ ତାଙ୍କୁ ଏହି ଭାଇରାଲ ଭିଡିଓ ସବୁ ଦେଖାଇଦେଲା।

Advertisment

ଅବଶ୍ୟ କାହା ବ୍ୟକ୍ତିଗତ ଜୀବନଶୈଳୀକୁ ଟିପ୍ପଣୀ କରିବାର ଅଧିକାର କାହାର ନାହିଁ। କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ଜନତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନରେ ରହିଥିବାରୁ ତାଙ୍କ ସିଗାରେଟ୍‌ ସେବନର ଦୃଶ୍ୟ ସାର୍ବଜନୀନ ହୋଇ ନ ଥିଲେ ଭଲ। କାରଣ ଏ କଥା ସମସ୍ତେ ଜାଣନ୍ତି, ସିଗାରେଟ୍‌ ବିକ୍ରି ହେଉଥିବା ଦୋକାନରେ ମଧ୍ୟ ଲେଖାହୁଏ, “ଧୂମପାନ ସ୍ୱାସ୍ଥ୍ୟପ୍ରତି ହାନିକାରକ”, ଏଣୁ ବିଜେଡି ରାଜନୀତି ପାଇଁ ଏହା ହାନିକାରକ ନ ହେବ କିଏ କହିବ ।

ଏବେ ଚର୍ଚ୍ଚାରେ ‘ଫେମସ୍‌ ଗ୍ରାଉଜ୍‌ ହ୍ୱିସ୍କି’ ଆଉ ‘ଡନହିଲ୍‌ ସିଗାରେଟ, କାହିଁକି ଜାଣନ୍ତୁ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe