Advertisment

ଇସ୍ତଫା ଦେବାକୁ ଆଜି ରାଜଭବନ ଯିବେ ନବୀନ

କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି।

CMO

CMO

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ରହିଛି। ଜୁନ୍ ୪ ତାରିଖରେ ଏକ୍ସପାରୀ ହୋଇଛି ବିଜେଡି ସରକାର। ଦଳ ପରାସ୍ତ ହୋଇଛି। ଆଜି ଦିନ ସାଢ଼େ ୧୧ଟାରେ ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ସାଢ଼େ ୧୧ଟାରେ ନବୀନ ନିବାସରୁ ବାହାରିବେ ଓ ୧୧ଟା ୩୫ରେ ରାଜଭବନରେ ପହଞ୍ଚିବେ ନବୀନ। ୧୧ଟା ୩୫ରୁ ୧୧ଟା ୪୫ ପର୍ଯ୍ୟନ୍ତ ସେ ରାଜଭନବରେ ରହିବେ। ନବୀନ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇ ସେ ନବୀନ ନିବାସ ଫେରିଯିବେ।

ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିଛି। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି।

Advertisment

କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍‌ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।

Cmo Of Odisha Election Results LokSabha Election Results 2024 Odisha Assembly Elections 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe