Advertisment

ନିର୍ବାଚନ ପ୍ରସ୍ତୁତି: ନବୀନ ପୁଣି କରିବେ ଜିଲ୍ଲାୱାରୀ ସମୀକ୍ଷା

ଭୁବନେଶ୍ୱର ( ପ୍ରକାଶ ସେଠୀ) : ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ବିଜେଡି ଆସନ୍ତା ୧୦ତାରିଖରୁ ଜିଲ୍ଲାୱାରି ସାଂଗଠନିକ ପ୍ରସ୍ତୁତି କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାକୁ ଯାଉଛି। ନବୀନ ନିବାସରେ ଦଳର ବିଧାୟକ, ପର୍ଯ୍ୟବେକ୍ଷକ ଓ ପରାଜିତ ବିଧାୟକ ପ୍ରାର୍ଥୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଆଲୋଚନା କରିବେ। ମାତ୍ର ୩ମାସ ବ୍ୟବଧାନରେ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ଦ୍ୱିତୀୟ ଥର ପାଇଁ ଏହି ଜିଲ୍ଲାୱାରି ସମୀକ୍ଷାକୁ ଦଳୀୟ […]

ନିର୍ବାଚନ ମୁଡ୍‌ରେ ନବୀନ, ଜିଲ୍ଲାକୁ ଆରମ୍ଭ କଲେ ତୋଫାନୀ ଗସ୍ତ

cs-naveen-patnaik-all--jul3-1-647_062217045944

Advertisment

ଭୁବନେଶ୍ୱର ( ପ୍ରକାଶ ସେଠୀ) : ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ବିଜେଡି ଆସନ୍ତା ୧୦ତାରିଖରୁ ଜିଲ୍ଲାୱାରି ସାଂଗଠନିକ ପ୍ରସ୍ତୁତି କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାକୁ ଯାଉଛି। ନବୀନ ନିବାସରେ ଦଳର ବିଧାୟକ, ପର୍ଯ୍ୟବେକ୍ଷକ ଓ ପରାଜିତ ବିଧାୟକ ପ୍ରାର୍ଥୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଆଲୋଚନା କରିବେ।

Advertisment

ମାତ୍ର ୩ମାସ ବ୍ୟବଧାନରେ ବିଜେଡି ସୁପ୍ରିମୋଙ୍କ ଦ୍ୱାରା ଦ୍ୱିତୀୟ ଥର ପାଇଁ ଏହି ଜିଲ୍ଲାୱାରି ସମୀକ୍ଷାକୁ ଦଳୀୟ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏହି ସମୀକ୍ଷା ବୈଠକ ହିଁ ପରୋକ୍ଷରେ ଆସନ୍ତା ସାଧାରଣ ନିର୍ବାଚନରେ ନେତାଙ୍କୁ ଦଳୀୟ ଟିକେଟର ‘ଚେକ୍ ପାସ୍’ ବୋଲି ଚର୍ଚ୍ଚା ହେଉଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତେଲେଙ୍ଗାନାରେ ନିର୍ଦ୍ଧାରିତ ଅବଧି ପୂର୍ବରୁ ବିଧାନସଭା ଭଙ୍ଗାଯିବାର ସାଇଡ୍ ଇଫେକ୍ଟ ଓଡ଼ିଶାରେ ଅନୁଭୂତ ହୋଇଛି। ବିଜେଡି ମଧ୍ୟ ସେହି ରାସ୍ତାରେ ଯାଇ ଆଗୁଆ ନିର୍ବାଚନକୁ ଯିବାର ସଙ୍କେତ ଦେଲାଣି। ଏହାକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଆସନ୍ତା ୧୦ତାରିଖରୁ ଜିଲ୍ଲାୱାରି ସମୀକ୍ଷା ବୈଠକ କରିବେ।

Advertisment

ଏହି ସମୀକ୍ଷା ବୈଠକ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକଦିନ ୨ରୁ ୩ଟି ଜିଲ୍ଲାର ସାଂଗଠନିକ କାର୍ଯ୍ୟର ତଦାରଖ ସାଙ୍ଗକୁ ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ଦଳର ନେତାମାନଙ୍କଠୁ ମତାମତ ନେବେ। ବିଶେଷକରି, ହ୍ୱାଟସଅପ୍ ଗ୍ରୁପରେ କର୍ମୀଙ୍କୁ ସାମିଲ , ୱାର୍ଡ କମିଟି ଗଠନ ଓ ୱାର୍ଡ କମିଟି ସଦସ୍ୟଙ୍କୁ ହାଉସ୍ ଟ୍ୟାଗିଙ୍ଗ୍ କରିବାର ଅଗ୍ରଗତିକୁ ସୁପ୍ରିମୋ ନିଜେ ତଦାରଖ କରିବେ। ଅବଶ୍ୟ ଜିଲ୍ଲାୱାରି ସମୀକ୍ଷା ପାଇଁ ପ୍ରତ୍ୟେକ ଜିଲ୍ଲାକୁ ମାତ୍ର ୧୫ରୁ ୨୦ ମିନିଟ୍ ସମୟ ମିଳିବ। ନବୀନ ନିବାସରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏସବୁ ସମୀକ୍ଷା ବୈଠକ ହେବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତ ୫ ତାରିଖରେ ମୟୂରଭଞ୍ଜ ନେତାମାନଙ୍କ ସହ ନବୀନ ଏଭଳି ପ୍ରାରମ୍ଭିକ ଆଲୋଚନା କରିସାରିଛନ୍ତି।

ଅପରପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଆଗାମୀ ନିର୍ବାଚନରେ କିଏ ଦଳୀୟ ପ୍ରାର୍ଥୀ ହେବ ତାହା ପ୍ରାୟତଃ ଚୂଡ଼ାନ୍ତ ହୋଇ ସାରିଲାଣି। ୧୦ତାରିଖରୁ ଯେଉଁ ସମୀକ୍ଷା ବୈଠକ ବସୁଛି ତାହା କେବଳ ଲୋକଦେଖାଣିଆ। ସେହି ବୈଠକକୁ ସମସ୍ତ ବିଧାୟକ ଓ ସାଂସଦଙ୍କୁ ଡାକି ଦଳୀୟ ଶୃଙ୍ଖଳା ଭିତରେ ରହିବାକୁ ଦଳ ସୁପ୍ରିମୋ କଡ଼ା ସନ୍ଦେଶ ଦେବେ।

ଗତ କିଛି ବର୍ଷ ହେଲା ଦଳର ରଣନୀତି ଓ କାର୍ଯ୍ୟକ୍ରମଗୁଡ଼ିକ ‘ବିଧାୟକକେନ୍ଦ୍ରିକ ପ୍ରୋଟୋକଲ୍’ ଭିତରେ ସୀମିତ ଥିବାରୁ ଦଳର ଆଗଧାଡ଼ିର କର୍ମୀ ଓ ନେତାମାନେ ସାଂଗଠନିକ ପ୍ରକ୍ରିୟା ସମ୍ପର୍କରେ ବିଶେଷ ଆଗ୍ରହ ଦେଖାଉନାହାନ୍ତି। ତେଣୁ ଏହି ବିଧାୟକମାନଙ୍କ ମାଧ୍ୟମରେ ସାଂଗଠନିକ କାର୍ଯ୍ୟକୁ ନିର୍ବାଚନ ପୂର୍ବରୁ ଶେଷ ସ୍ପର୍ଶ ଦେବା ପାଇଁ ଦଳ ରଣକୌଶଳ ପ୍ରସ୍ତୁତ କରିଛି।

ଅବଶ୍ୟ ୩୦ରୁ ୩୫ଜଣ ବିଧାୟକଙ୍କୁ ଟିକେଟ୍ ନଦେବା ପାଇଁ ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଶେଷକରି ୱାର୍ଡ କମିଟି ଓ ହାଉସ୍ ଟ୍ୟାଗିଙ୍ଗ୍ କରିନଥିବା ନେତାମାନଙ୍କୁ ଟିକେଟରୁ ବଞ୍ଚିତ ହେବାକୁ ପଡ଼ିପାରେ ବୋଲି ଦଳ ପକ୍ଷରୁ ଖୋଲାଖୋଲି ଭାବେ ଚେତାବନୀ ଦିଆଯିବ ।
ନିର୍ବାଚନ ପୂର୍ବରୁ ଏହା ଦଳର ବିଧାୟକମାନଙ୍କ ସହ ସୁପ୍ରିମୋଙ୍କର ଶେଷ ବୈଠକ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe