/odisha-reporter/media/post_attachments/uploadimage/library/16_9/16_9_0/IMAGE_1678195792.jpg)
CM Naveen Patnaik
ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି ।
ବିଜେଡି ବିଧାୟକ ଶାରଦା ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହାସହିତ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡ଼ିୟମକୁ ମଧ୍ୟ ଉଦଘାଟନ କରିବେ । ସେଠାରେ ଆୟୋଜିତ ହେଉଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମାର୍ଚ୍ଚ ୧୦ରେ ଭାରତ ଓ ଜର୍ମାନୀ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚ ରହିବେ । ରାଉରକେଲାରେ ଏହି ପ୍ରୋ ଲିଗର ୬ଟି ମ୍ୟାଚ୍ ଖେଳାଯିବ ।
ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ଥାପିତ ହୋଇଥିବା ହକି ପ୍ରଶିକ୍ଷଣ କେନ୍ଦ୍ର ଓ ଆଷ୍ଟ୍ରୋ ଟର୍ଫ ଷ୍ଟାଡ଼ିୟମର ଉଦଘାଟନ ମଧ୍ୟ କରିବେ ବୋଲି ସୂଚନା ମିଳିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
