Advertisment

୧୦ରେ ରାଉରକେଲା ଯିବେ ନବୀନ

ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।

CM Naveen Patnaik

CM Naveen Patnaik

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

ବିଜେଡି ବିଧାୟକ ଶାରଦା ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏହାସହିତ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡ଼ିୟମକୁ ମଧ୍ୟ ଉଦଘାଟନ କରିବେ । ସେଠାରେ ଆୟୋଜିତ ହେଉଥିବା ଏଫଆଇଏଚ୍ ହକି ପ୍ରୋ ଲିଗ୍ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମାର୍ଚ୍ଚ ୧୦ରେ ଭାରତ ଓ ଜର୍ମାନୀ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚ ରହିବେ । ରାଉରକେଲାରେ ଏହି ପ୍ରୋ ଲିଗର ୬ଟି ମ୍ୟାଚ୍ ଖେଳାଯିବ ।

ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ଥାପିତ ହୋଇଥିବା ହକି ପ୍ରଶିକ୍ଷଣ କେନ୍ଦ୍ର ଓ ଆଷ୍ଟ୍ରୋ ଟର୍ଫ ଷ୍ଟାଡ଼ିୟମର ଉଦଘାଟନ ମଧ୍ୟ କରିବେ ବୋଲି ସୂଚନା ମିଳିଛି ।

Advertisment
Naveen Patnaik Cmo Of Odisha Rourkela Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe