ବିଜେଡିକୁ ‘ଜାଗରଣ’ କରିବାରେ ଅକ୍ଷମ ନବୀନ ପଟ୍ଟନାୟକ ଦେଲେ ‘ଜନ ଜାଗରଣ’ ଅଭିଯାନ ଡାକରା

ବିଜେଡି ଅଗଷ୍ଟ ୧୬ ତାରିଖରୁ ପ୍ରତ୍ୟେକ ପଂଚାୟତରେ ଜନଜାଗରଣ ଅଭିଯାନ ଆରମ୍ଭ କରିବ । ଏଥିରେ ଦଳର ପ୍ରତିଟି କର୍ମୀ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରାଇବେ ବୋଲି ନିଜେ ନବୀନ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ।

Naveen patnaik PhotoOR

ନବୀନ ପଟ୍ଟନାୟ

Ordigital Desk
  • Published: Monday, 12 August 2024
  • Updated: 12 August 2024, 09:32 PM IST

Sports

Latest News

୨୪ବର୍ଷର ଶାସନର ପତନ ହେବାପରେ ବି ସୁଧୁରିବାର ନାଁ ଧରୁନି ବିଜେଡି । କୋଟିଏ ସଦସ୍ୟଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ଚଳିତମାସ ୧୬ତାରିଖରୁ ପ୍ରତି ପଂଚାୟତରେ ‘ଜନଜାଗରଣ ଅଭିଯାନ’ କରି ବିଜେପିର ପ୍ରତାରଣା ବିଷୟରେ ସାଧାରଣ ଲୋକଙ୍କୁ ଜାଗ୍ରତ କରିବ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଏହି ସୂଚନା ଦେବାପରେ ଦଳ  ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରି ଜନଜାଗରଣ ଅଭିଯାନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି । ତେବେ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହିଁକି ଏପର୍ଯ୍ୟନ୍ତ ନିଜ ଦଳ ‘ବିଜେଡିରେ ଜାଗରଣ’ ସୃଷ୍ଟି କରିବା ଦିଗରେ ସାମାନ୍ୟତମ ପଦକ୍ଷେପ ନେଇପାରିନାହାନ୍ତି ତାକୁ ନେଇ ଏବେ ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ବିଜେଡି ଅଗଷ୍ଟ ୧୬ ତାରିଖରୁ ପ୍ରତ୍ୟେକ ପଂଚାୟତରେ ଜନଜାଗରଣ ଅଭିଯାନ ଆରମ୍ଭ କରିବ । ଏଥିରେ ଦଳର ପ୍ରତିଟି କର୍ମୀ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରାଇବେ ବୋଲି ନିଜେ ନବୀନ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି । ଏହାସହିତ ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଉକ୍ତ କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ୨୪ବର୍ଷ ଧରି ଶାସନରେ ରହି ପୁଳାପୁଳା ନିର୍ବାଚନୀ ପ୍ରତିଶ୍ରୁତିକୁଭ ପୂରଣ କରିପାରିନଥିବା ନବୀନ ପଟ୍ଟନାୟକଙ୍କ ବିଜେଡିକୁ ଏଭଳି ଉଦ୍ଭଟ ଚିନ୍ତାଧାରା ଆସିଲା କେମିତି? ୨ମାସ ପରେ ବି ନିର୍ବାଚନୀ ବିପର୍ଯ୍ୟୟର ସମୀକ୍ଷା କରିବା ଓ ଛାମୁଆ ସଂଗଠନଗୁଡ଼ିକର ପୁନର୍ଗଠନରେ ଦିଗରେ ପଦକ୍ଷେପ ନନେଇ ଏବେ ଜନଜାଗରଣ ଅଭିଯାନ କରିବାକୁ କାହିଁକି ମନ ବଳାଇଲା? ଦଳୀୟ ନେତାମାନଙ୍କ ଖୋଲାଖୋଲି ବିରୋଧ ସତ୍ତ୍ୱେ ବିଜେଡି ନିର୍ବାଚନୀ ବିପର୍ଯ୍ୟୟର ଖଳନାୟକ ଭିକେ ପାଣ୍ଡିଆନଙ୍କୁ ଏବେବି ନବୀନ କାହିଁକି କୋଳେଇ ରଖିଛନ୍ତି? ୫ବର୍ଷ ପାଇଁ ଜନାଦେଶ ପାଇଥିବା ଗୋଟିଏ ନିର୍ବାଚିତ ସରକାର ନିଜର ପ୍ରତିଶ୍ରୁତିକୁ ପୂରଣ ନିମନ୍ତେ କ’ଣ ଦୁଇମାସର ସମୟସୀମା ଦେଇଥିଲା କି? ଯଦି ନୁହେଁ ତା’ହେଲେ ବିଜେପି ସରକାରକୁ ଅତିକମରେ ୩ରୁ ୬ମାସ ସମୟ ନଦେଇ ବିଜେଡି ନିଜର ଜନଜାଗରଣ ଅଭିଯାନ ଆରମ୍ଭ କରିବା ପଛରେ ଅନ୍ୟ କିଛି କାରଣ ନାହିଁ ତ? ପାଣ୍ଡିଆନ ଓ ତାଙ୍କ ଟିମର ସକ୍ରିୟତାକୁ ନେଇ ଦଳରେ ତଳଠୁ ଉପର ପର୍ଯ୍ୟନ୍ତ  ବଢ଼ୁଥିବା ଅସନ୍ତୋଷକୁ ଚପାଇବା ପାଇଁ ଏହି ଜନଜାଗରଣ ଅଭିଯାନକୁ ମାଧ୍ୟମ କରାଯାଇଛି କି? ପାଣ୍ଡିଆନ ସୁଚିନ୍ତିତ ଢଙ୍ଗରେ ନବୀନଙ୍କ ମୁହଁରେ ଏହି ଜନଜାଗରଣ ଅଭିଯାନ କଥା କହି ଦଳୀୟ ସଂଗଠନକୁ ନିଜ କବଜାରେ ରଖିବାର ମାର୍ଗ ପ୍ରଶସ୍ତ କରୁଛନ୍ତି କି?

Also Read

ଏସବୁ ବ୍ୟତୀତ ମାତ୍ର ସପ୍ତାହକ ପୂର୍ବରୁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ଦଳର ବିଭିନ୍ନ ଗତିବିଧି ପାଇଁ ଗଠିତ ୧୫ଜଣିଆ ସମନ୍ୱୟ କମିଟିକୁ ମଧ୍ୟ ଏହି ‘ଜନଜାଗରଣ ଅଭିଯାନ’ ଆରମ୍ଭ ନେଇ କୌଣସି ପୂର୍ବ ସୂଚନା ନାହିଁ। ଏପରିକି ସେମାନଙ୍କ ସହ କୌଣସି ବିଚାରବିମର୍ଶ ହୋଇନଥିବା ଜଣାପଡ଼ିଛି । ନବୀନଙ୍କ ନାଁ ନେଇ ପାଣ୍ଡିଆନ ନିଜର ସୁରକ୍ଷା ପାଇଁ ଏଭଳି ସାଂଗଠନିକ କାର୍ଯ୍ୟକ୍ରମ କରିଥିବା ଚର୍ଚ୍ଚା ହେଉଛି । ବିଜେଡିର ଏହି ଜନଜାଗରଣ ଅଭିଯାନକୁ ତୃଣମୂଳସ୍ତରରେ ସାଧାରଣ ଲୋକଙ୍କ ସମର୍ଥନ ମିଳିବାର ଆଶା କ୍ଷୀଣ । କାରଣ ପାଣ୍ଡିଆନ ଓ ତାଙ୍କ ଟିମକୁ ନେଇ ବିଜେଡି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ରହିଛି । ତେଣୁ ନବୀନଙ୍କ ଏହି ଜନଜାଗରଣ ଅଭିଯାନକୁ ତୃଣମୂଳସ୍ତରରେ କାର୍ଯ୍ୟାନ୍ୱୟନ କରିବାରେ ଦଳର ନିର୍ବାଚିତ ପ୍ରତିନିଧି ଓ ପରାଜିତ ବିଧାୟକ ପ୍ରାର୍ଥୀମାନେ ବିଶେଷ ଆଗ୍ରହ ନଦେଖାଇବାର ସମ୍ଭାବନା ବି କ୍ଷୀଣ । ଅକ୍ଟୋବର ୨ରୁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିବାବେଳେ ଏହା ପୂର୍ବରୁ ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ଭତ୍ତା ଦେବା ନିମନ୍ତେ ବିଜେଡିର ଏହି ଜନଜାଗରଣ ଅଭିଯାନ ହିଁ ସିଧାସଳଖ ଦଳର ରାଜନୀତିକ ଅପରିପକ୍ୱତାକୁ ପଦାରେ ପକାଇ ଦେଇଛି ।

ଅନ୍ୟପକ୍ଷରେ ବିଜେଡିର ଏହି ପ୍ରସ୍ତାବିତ ଜନଜାଗରଣ ଅଭିଯାନକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି ଯେ ନିର୍ଲଜତାର ଶେଷ ସୀମା ବିଜେଡି ଟପିଯାଇଛି । ହତାଶ ଓ ପରାଜୟର ଗ୍ଲାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ କୌଣସି ରାସ୍ତାନ ପାଇ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବୋଲି କହିଛି । ୨୫ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ଲୋକଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଥିଲେ କିନ୍ତୁ ବିଜେପି ଓଡ଼ିଶାରେ ପ୍ରଥମ ସରକାର ଗଠନ କରିବା ପରେ ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ତାକୁ ଗୋଟିଗୋଟି କରି ପୂରଣ କରୁଛି ।

ନବୀନ ଏସବୁ ସହ୍ୟ କରିନପାରି ବାଉଳିଚାଉଳି ହୋଇ ଲୋଙ୍କ ପାଖକୁ ଯାଇ ‘ଜନଜାଗରଣ’ କରିବେ ବୋଲି ଟ୍ୱିଟ୍ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ବର୍ଦ୍ଧିତ ଭତ୍ତା ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା ଓ ପ୍ରଥମ ପର୍ଯ୍ୟାୟରେ ୮୦ରୁ ଅଧିକ ବୟସର ହିତାଧିକାରୀଙ୍କୁ ୩୫୦୦ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି । ୫୦୦ଟଙ୍କା ଭତ୍ତାକୁ ହଜାରେ ଟଙ୍କା କରିବା ପାଇଁ ବିଜେଡିକୁ ୨୫ବର୍ଷ ସମୟ ଲାଗିଲା କିନ୍ତୁ ବିଜେପି ସରକାର ମାତ୍ର ୨ମାସରେ ଲକ୍ଷାଧିକ ହିତାଧିକାରୀଙ୍କ ଭତ୍ତାକୁ ୩୫୦୦ଟଙ୍କା କରିଛନ୍ତି । ଯାହାକି ନବୀନଙ୍କୁ ଅସହିଷ୍ଣୁ କରାଇଛି ଓ ଏହା ନବୀନଙ୍କ ନିଲଜ୍ଜତାର ପରିଚୟ ବୋଲି ବିଜେପି କଟାକ୍ଷ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story