Advertisment

ଗର୍ଜିଲେ ଶାହ, କହିଲେ- ୪ ଜୁନ୍‌ରେ ନବୀନ ବାବୁ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ, କିନ୍ତୁ ତାଙ୍କ ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି । ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ଅମିତ ଶାହ କହିଛନ୍ତି।

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

ଏ ନିର୍ବାଚନ ହେଉଛି ଓଡ଼ିଆ ଅସ୍ମିତା, ଭାଷା, କଳା ଓ ସ୍ୱାଭିମାନ ପାଇଁ ଲଢ଼େଇ। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ। ମାତ୍ର ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବେ ନାହିଁ। ତେଣୁ ୪ ଜୁନ୍‌ରେ ରେଜଲ୍ଟ ଆସିବା ପରେ ନବୀନ ବାବୁ ହୋଇଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସଭାରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

Advertisment

ସେ କହିଛନ୍ତି, ନବୀନ ବାବୁଙ୍କୁ ବୟସ ହୋଇଗଲାଣି। ଏଥର ଓଡ଼ିଶା ଦେଖିବ ଯୁବ ମୁଖ୍ୟମନ୍ତ୍ରୀ। ସେ (ନବୀନ ପଟ୍ଟନାୟକ) ଓଡ଼ିଶା ଉପରେ ଜଣେ ତାମିଲ ମୁଖ୍ୟମନ୍ତ୍ରୀଙ୍କୁ ଥାପିବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କୁ ସହ୍ୟ କରିଗଲେ, କିନ୍ତୁ ତାଙ୍କ ତାମିଲ ବାବୁଙ୍କୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି । ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ। 

ଅନୁପ୍ରବେଶକାରୀ ଓଡ଼ିଶା ପର୍ଯ୍ୟନ୍ତ ପହଞ୍ଚି ଗଲେଣି । ନବୀନ ବାବୁ ଏ ଅନୁପ୍ରବେଶକାରୀଙ୍କୁ ରୋକି ପାରିବେନି । ବିଜେପି ସରକାର ଆସିଲେ ଅନୁପ୍ରବେଶକାରୀଙ୍କୁ ରୋକାଯିବ । ଚାଷୀଙ୍କ ଧାନ ୩୧ଶହରେ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ମିଳିବ । ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ । ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି । କିନ୍ତୁ ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇ ସାରିଲେଣି । ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍‌ରେ ପୂରାଇବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ଶାହ।

Advertisment

 ଶାହ କହିଛନ୍ତି, ମୋଦି ଘର ଦେଉଛନ୍ତି, ଏ ସରକାର ତା ନାଁ ବଦଳାଇ ବିଜୁ ଆବାସ କରୁଛି । ବିଜେପିକୁ ଜିତାନ୍ତୁ ୪ ମାସରେ ଭଦ୍ରକରେ ମେଡିକାଲ କଲେଜ ଛିଡ଼ା କରାଇ ଦେବୁ । ୬ ମାସରେ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ । ଆମେ ବିଜେପି ବାଲା ପାକିସ୍ତାନ ବୋମାକୁ ଖାତିର କରୁନା । ପିଓକେ ଭାରତର, ଆମେ ତାକୁ ଅକ୍ତିଆର କରିବୁ। ମୋଦି ସରକାର ଚାଉଳ ସରକାର, ନବୀନ ଅଖା ସରକାର । ମୋଦି ଚାଉଳ ଦେଉଛନ୍ତି, ନବୀନ ଖାଲି ଅଖା ଦେଉଛନ୍ତି । ଖାଲି ଅଖାରେ ପେଟ ପୁରିବନି, ୫ କେଜି ଚାଉଳ ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହ ।

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ । ଖଣିଜ ସଂପଦରେ ଭରପୂର, ପାଣିରେ ଭର୍ତ୍ତି ଏହି ରାଜ୍ୟ । କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ। ଓଡ଼ିଶାରେ ଚାକିରି ନ ମିଳିବାରୁ ଯୁବବର୍ଗ ବାଧ୍ୟ ହୋଇ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ମାତ୍ର ବିଜେପି କ୍ଷମତାକୁ ଆସିଲେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ, ଯୁବବର୍ଗ ଏଇଠି ଚାକିରି ପାଇବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ଶାହ।

Bjp Odisha Assembly Election 2024 2024 General Election Amit Shah Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe