Advertisment

ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ; ଗଣିତ ବୁଝାଇଲେ ଅତନୁ

କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଅଦ୍ୟତନ ହୋଇଛି
Atanu sabyasachi Nayak

Atanu sabyasachi Nayak

Advertisment

ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ଓଡ଼ିଶାର ଲୋକେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ଅତନୁ କହିଛନ୍ତି, ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କୁ ଭରସା ମୁଁ ଦେଉଛି, ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି।

ଏନେଇ ଖୋଲାମଞ୍ଚରେ ଲୋକମାନଙ୍କୁ ସଂଖ୍ୟା ଗଣିତ ବି ବୁଝାଇଛନ୍ତି ଅତନୁ। ସେ କହିଛନ୍ତି, ଆମର ୫୧ ଓ କଂଗ୍ରେସ ୧୪ ଏବଂ ସ୍ୱାଧୀନର ୩ ବିଧାୟକଙ୍କ ସମର୍ଥନ ଅଛି। ଆଉ ମାତ୍ର ୮-୧୦ ବିଧାୟକ ଦରକାର ବୋଲି ସେ କହିଛନ୍ତି। ପରାଜୟ ପରେ ପ୍ରଥମ ଥର ପାଇଁ ମହାକାଳପଡ଼ାରେ ସାଧାରଣ ସଭା କରି ଏଭଳି ବାକଚତୁରୀ ଦେଖାଇଛନ୍ତି ଅତନୁ।

Advertisment

ଅତନୁଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି ଓ କଂଗ୍ରେସ। ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଅତନୁଙ୍କୁ ସଂଖ୍ୟା ଗଣିତ ଠିକ୍ ଭାବରେ ଜଣା ଅଛି ତ?  ୭-୮ ଜଣ ବିଧାୟକ ଗଲେ କ’ଣ ହୋଇଯିବ, ବରଂ ବିଜେଡିର ୨୭ଜଣ ବିଧାୟକ ବିଜେପି ଯୋଗାଯୋଗରେ ଅଛନ୍ତି। ଅତନୁ ଭୁଆଁ ବୁଲାଇବା ପାଇଁ ଏପରି କହୁଛନ୍ତି। ନିୟମ ନ ଥାଇ ବେନିୟମ କଥା ଗୁଡ଼ିକ କହିଲେ କ’ଣ ହେବ? 

ସରୋଜ କହିଛନ୍ତି, ୩ ଦିନ ତଳେ ୨୭ ବିଜେଡି ବିଧାୟକ ଏକାଠି ହୋଇଥିଲେ। ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ଅଛନ୍ତି। ୨୦୨୯ ବେଳକୁ କଂଗ୍ରେସ ୫ ଫାଳ ହୋଇଯାଇଥିବ ବୋଲି କହିଛନ୍ତି ସରୋଜ।

ଅନ୍ୟପଟେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛିନ୍ତି, ବର୍ତ୍ତମାନ ସୁଦ୍ଧା ବିଜେଡି ସହ ଆମର ମେଣ୍ଟ ହୋଇନାହିଁ।  ଯଦି ସେମାନେ ଆମ ସହ ମେଣ୍ଟ କରିବାକୁ ଚାହାନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁନା ଖାନ୍ ଓ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଇଥିଲେ।

BjD State Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe