Advertisment

ବିଷ୍ଣୁ ଓ ସମର୍ଥକଙ୍କୁ ଦେଖାଦେଲେନି ମୁଖିଆ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଥିବା ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ଦଳର ମୁଖିଆ ଦେଖା କରିବାକୁ ସମୟ ଦେଇନଥିବା ଚର୍ଚ୍ଚା। ସୂଚନା ଅନୁସାରେ, ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ନିଜର ପାରିବାପଣିଆଠୁ ଅଧିକ ବୟାନ ଦେଉଥିବା ଶ୍ରୀ ଦାସ ଆଜି ନିଜର ପ୍ରାୟ ୩୦୦ ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ […]

ବିଷ୍ଣୁ ଓ ସମର୍ଥକଙ୍କୁ ଦେଖାଦେଲେନି ମୁଖିଆ!

v66

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରୁଥିବା ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ଦଳର ମୁଖିଆ ଦେଖା କରିବାକୁ ସମୟ ଦେଇନଥିବା ଚର୍ଚ୍ଚା।

ସୂଚନା ଅନୁସାରେ, ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ନିଜର ପାରିବାପଣିଆଠୁ ଅଧିକ ବୟାନ ଦେଉଥିବା ଶ୍ରୀ ଦାସ ଆଜି ନିଜର ପ୍ରାୟ ୩୦୦ ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇବାକୁ ଚାହିଁଥିଲେ।

ଗତକାଲି ତାଙ୍କର ବିରୋଧୀ ତଥା ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜର ୨ହଜାରରୁ ଊଦ୍ଧ୍ୱର୍ ସମର୍ଥକଙ୍କ ସହ ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ଭେଟି ଡାକ୍ତର ରାଉତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ଜଣାଇଥିଲେ।

ରାଜଶ୍ରୀଙ୍କ କାର୍ଯ୍ୟକ୍ରମକୁ ଦେଖି ବିଷ୍ଣୁ ମଧ୍ୟ ନିଜର ସମର୍ଥକମାନଙ୍କୁ ଆଣି ନବୀନ ନିବାସ ଯିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ଭେଟିବା ପାଇଁ ଦଳର ମୁଖିଆ ସମୟ ଦେଇନଥିବା ଜଣାପଡ଼ିଛି।

ନବୀନ ନିବାସ ସୂତ୍ର ଅନୁସାରେ ରାଜଶ୍ରୀ ପୂର୍ବରୁ ବିଷ୍ଣୁଙ୍କ ବିରୋଧୀ ଓ ଡାକ୍ତର ରାଉତଙ୍କ ସମର୍ଥକ ଭାବେ କାର୍ଯ୍ୟ କରୁଥିଲେ। ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରିବା ପରେ ନବୀନ ନିବାସ ଆସି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ରାଜଶ୍ରୀ ସମର୍ଥନ ଦେବା ଏକ ରାଜନୀତିକ ଆବଶ୍ୟକତା ଥିଲା। କିନ୍ତୁ ବିଷ୍ଣୁ ତ ପୂର୍ବରୁ ଦାମଙ୍କ କଟ୍ଟରବିରୋଧୀ। ତେଣୁ ସେ ଆସି ସୁପ୍ରିମୋଙ୍କୁ ଧନ୍ୟବାଦ ଦେବାରେ କୌଣସି ନୂତନତ୍ୱ ନାହିଁ।

ସେଥିପାଇଁ ବିଷ୍ଣୁଙ୍କୁ ସମର୍ଥକଙ୍କ ସହ ନବୀନ ନିବାସ ଆସିବା ପାଇଁ ଅନୁମତି ମିଳିନାହିଁ । ବରଂ ଜିଲ୍ଲାର ସଂଗଠନକୁ ସୁଦୃଢ଼ କରିବା ସମ୍ପର୍କରେ ଜିଲ୍ଲାର ନୂତନ ଭାବେ ଦାୟିତ୍ୱ ନେଇଥିବା କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସହ ଆଲୋଚନା କରିବାକୁ ବିଷ୍ଣୁଙ୍କୁ ପରାମର୍ଶ ଦିଆଯାଇଥିଲା ବୋଲି ସୂଚନା ମିଳିଛି।

ନବୀନ ନିବାସରୁ ନାସ୍ତିବାଣୀ ଶୁଣିବା ପରେ ବିଷ୍ଣୁ ନିଜର ସମର୍ଥକଙ୍କୁ ଧରି ରାଜଧାନୀର କସ୍ତୁରବା ନାରୀମହଲରେ ଜିଲ୍ଲାର ନୂଆ ସହପର୍ଯ୍ୟବେକ୍ଷକ ପ୍ରତାପ ଜେନା,କାର୍ଯ୍ୟକାରୀ ସଭାପତି ଶ୍ରୀ ମୁଦୁଲି ଓ ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି।

ତେବେ ଏହି ସମ୍ବର୍ଦ୍ଧନା ସଭାରେ ବି ବିଷ୍ଣୁଙ୍କ ସମର୍ଥକମାନେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ରାଜଶ୍ରୀଙ୍କୁ ହଟାଇବା ପାଇଁ ସ୍ୱର ଉଠାଇଥିବା ସୂଚନା ମିଳିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe