Advertisment

ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ ମୋଦି; ଜବାବ ଦେଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯଦି ମୋର ଶୁଭ ଚିନ୍ତକ, ତା’ହେଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ।

ଅଦ୍ୟତନ ହୋଇଛି
BJD

BJD

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ଏହାକୁ ନେଇ ନାନା ଚର୍ଚ୍ଚା ପରେ ଆଜି ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଚାନକ କେମିତି ଖରାପ ହେଲା, ତାହାର ଯାଞ୍ଚ କରାଯିବ। ଆଉ ସତକଥା ଲୋକଙ୍କ ସାମ୍ନାକୁ ଅଣାଯିବ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବୟାନ୍‌ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସମ୍ମିଳନୀ କରି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ମୁଁ ପୂରା ଫିଟ୍‌ ଅଛି।

Advertisment

ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିବାକୁ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରିପଦା, ବାଲେଶ୍ୱର ପରେ କେନ୍ଦ୍ରାପଡ଼ାରେ ଆୟୋଜିତ ବିଜୟ ସଙ୍କଳ୍ପ ଯାତ୍ରାରେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୋଦି। ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି। ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଏତେ ଖରାପ କେମିତି ହେଲା? ନବୀନବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ଅଛି କି? ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କର ଅଛି। ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହି ଆଶଙ୍କାକୁ ନେଇ ବିଜେପି ବହୁତ ଚିନ୍ତିତ ଅଛି। ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି। ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା, ତାହାର ଯାଞ୍ଚ କରାଯିବ। ଯାଞ୍ଚ କରାଯାଇ ସବୁ ସତକଥା ଲୋକଙ୍କ ସାମ୍ନାକୁ ଅଣାଯିବ ବୋଲି ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି, ୪ ଜୁନ୍‌ ପରେ ଓଡ଼ିଶା ବିକାଶର ଏକ ନୂଆ ରାସ୍ତାରେ ଚାଲିବ। ସେଥିପାଇଁ ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି। ଜୁନ୍‌ ୧୦ ତାରିଖରେ ନିମନ୍ତ୍ରଣ ଦେବାକୁ ମୁଁ ଏଠାକୁ ଆସିଛି। ୧୦ ଜୁନ୍‌ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ। ବିଜେପି ମୁଖ୍ୟମନ୍ତ୍ରୀ ଏହି ମାଟିର ପୁଅ କିମ୍ବା ଝିଅ ହେବେ। ଓଡ଼ିଆ ସଂସ୍କୃତି ଉପରେ କବ୍‌ଜା କରିବାକୁ ଚାହୁଁଥିବା ଗୋଷ୍ଠୀରୁ ମୁକ୍ତି ଚାହୁଁଛି ଓଡ଼ିଶା। ଓଡ଼ିଶା ଏଥର ଚାହୁଁଛି ଡବଲ ଇଂଜିନ ସରକାର ବୋଲି ମୋଦି କହିଛନ୍ତି।

Advertisment

ମୋଦି କହିଛନ୍ତି, ଆଗାମୀ ୫ ବର୍ଷ ଦ୍ରୁତ ବିକାଶ ହେବ। ଭବ୍ୟ ନିର୍ମାଣର ବର୍ଷ ହେବ। ୪ ଜୁନ୍‌ ପରେ ୬ ମାସ ଦେଶ ବିକାଶର ନୂଆ ଗତି ଧରିବ। ଦେଶରେ ଯେତେ ପରିବାରବାଦୀ ପାର୍ଟି ଅଛନ୍ତି, ସେମାନଙ୍କ କର୍ମୀଙ୍କ ମଧ୍ୟରେ ନିରାଶା ଚରମରେ ଅଛି। ବାରମ୍ବାର ହାରିବା ଯୋଗୁଁ ଲୋକ ତାଙ୍କୁ ପ୍ରଶ୍ନ କରୁଛନ୍ତି। ଆଗାମୀ ୬ ମାସ ମଧ୍ୟରେ ପରିବାରବାଦୀ ପାର୍ଟି ଭାଙ୍ଗିଯିବ ବୋଲି ମୋଦି କହିଛନ୍ତି।

ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବ। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା। ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି। ୨୫ ବର୍ଷ ପରେ ଲୋକ ପରିବର୍ତ୍ତନ ପାଇଁ ଭୋଟ କରିଛନ୍ତି। ଦାଦନ ସରକାର ହଟାଇବା ପାଇଁ ଓଡ଼ିଶା ଭୋଟ କରୁଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଓଡ଼ିଶା ଭୋଟ୍‌ ଦେଉଛି। ବିଜେପି ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବ। ଓଡ଼ିଶାର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ। ଆପଣଙ୍କର ବିକାଶ, ମୋଦିର ସଂକଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଆବାସ ଘୋଟାଲା ନେଇ ମୋଦି କହିଛନ୍ତି, ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି। ପକ୍କା ଘର ପାଇବା ପାଇଁ ଲୋକେ ଏଥର ବିଜେପିକୁ ଭୋଟ ଦେଇଛନ୍ତି। ଗାଁ ଗାଁରେ ଲୋକଙ୍କୁ ଭେଟି କହନ୍ତୁ, ମୋଦି ଆପଣଙ୍କୁ ପକ୍କା ଘର ଦେବେ। ଓଡ଼ିଶାରେ ପାଣି ଅଛି, ଚାଷୀର ଜମି କିନ୍ତୁ ଶୁଖିଲା ପଡ଼ିଛି। ଏହି ଅବସ୍ଥା ବଦଳାଇବା ପାଇଁ ଓଡ଼ିଶା ବିଜେପିକୁ ଭୋଟ ଦେଇଛି। ମୋଦି ଚାଉଳକୁ ବିଜେଡିର ଲୁଟ୍‌ ଶେଷ ପାଇଁ ଭୋଟ ଦେଇଛି ଓଡ଼ିଶା। ଓଡ଼ିଶାରେ ପ୍ରଥମ ଥର ପାଇଁ ହେବ ଡବଲ ଇଂଜିନ ସରକାର ବୋଲି ମୋଦି କହିଛନ୍ତି।

ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଯଦି ମୋର ଶୁଭ ଚିନ୍ତକ, ତା’ହେଲେ ମୋତେ ଫୋନ୍‌ କରିପାରିଥାନ୍ତେ। ମୋର ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ କମିଟି ଗଠନ କରିବେ। ଯଦି କମିଟି କରିବେ, ତାହେଲେ ଅପପ୍ରଚାରର ତଦନ୍ତ କରାନ୍ତୁ। ୧୦ ବର୍ଷ ହେଲା ଦିଲ୍ଲୀରେ ବିଜେପି ଲୋକେ ଅପପ୍ରଚାର କରୁଛନ୍ତି। ମୁଁ ଯଦି ଫିଟ୍ ନଥାନ୍ତି, ଏତେ ଖରାରେ କେମିତି ପ୍ରଚାର କରୁଥାନ୍ତି? ମୋ ସ୍ୱାସ୍ଥ୍ୟାବସ୍ଥା ପୂରା ଠିକ୍‌ ଅଛି। ଏବେ ପ୍ରଚାର ପାଇଁ ନିମାପଡ଼ା ଯିବି। ଯଦି ଓଡ଼ିଶାର ଭଲ ଚାହୁଁଛନ୍ତି କୋଇଲା ରୟାଲିଟି ରିଭିଜନ କରାନ୍ତୁ। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରଦାନ ଦାବି ପୂରଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

BjD Bjp General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe