ନବୀନଙ୍କ ଟାର୍ଗେଟରେ ବିରୋଧୀ : ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ରାଜନୀତି ଦେଖିନଥିଲି,ଲୋକ କ୍ଷମା ଦେବେନି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଡ଼ା ଭାଷାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

Odisha Assembly

ଓଡ଼ିଶା ବିଧାନସଭା(ଫାଇଲ ଫଟୋ)

Ordigital Desk
  • Published: Wednesday, 07 February 2024
  • Updated: 07 February 2024, 10:12 PM IST

Sports

Latest News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଡ଼ା ଭାଷାରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ବିଧାନସଭାର ଶେଷ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ନବୀନ ସିଧାସଳଖ ବିରୋଧୀଙ୍କୁ କଡ଼ା ଭାଷାରେ ହାମଲା କରିଛନ୍ତି । ସେ ୨୪ବର୍ଷ ଧରି ବିଧାନସଭାର ସଦସ୍ୟ ଥିଲେ ମଧ୍ୟ ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀଙ୍କ ଏଭଳି ରାଜନୀତିକରଣ କେବେ ସେ ଦେଖିନଥିଲେ ବୋଲି କହିଛନ୍ତି । ଏଭଳି ସଂକୀର୍ଣ୍ଣ ରାଜନୀତିକ ସ୍ୱାର୍ଥ ପାଇଁ ଯିଏ ନିଜ ରାଜ୍ୟର ଭାବମୂର୍ତ୍ତି ନଷ୍ଟ  କରୁଛନ୍ତି ସେମାନଙ୍କୁ ଲୋକେ କ୍ଷମା ଦେବେନି ବୋଲି ନବୀନ ସତର୍କ କରାଇ ଦେଇଛନ୍ତି । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ନବୀନ  ନିଜ ସରକାରର ନିଯୁକ୍ତି, ବେକାର ସମସ୍ୟା, ଚାଷୀ ଓ ଚାଷ ସମସ୍ୟା, ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଆଦି ଦିଗ ଉପରେ ସମ୍ପୂର୍ଣ୍ଣ ନିରବ ରହିଥିବା ଦେଖିବାକୁ ମିଳିଛି ।

ଆଜି ସନ୍ଧ୍ୟାରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲେଚନାରେ ଭାଗ ନେଇ ନବୀନ ନିଜ ସରକାରର ସଫଳତାର ଲମ୍ବାଚଉଡ଼ା ହିସାବ(ଅଧିକାଂଶ ପୁରୁଣା କଥାକୁ ଦୋହରାଇଥିଲେ) ଦେଇ କହିଥିଲେ ଯେ, ବିରୋଧୀ ଦଳ ପ୍ରତ୍ୟେକ ଅପରାଧର ରାଜନୀତିକରଣ ଓ ରାଜ୍ୟ ତଥା ରାଜ୍ୟବାସୀଙ୍କୁ ବଦନାମ କରିବାରେ ବ୍ୟସ୍ତ । ପରୀ ମାମଲାରେ ଗତକାଲି ନୟାଗଡ଼ କୋର୍ଟଙ୍କ ରାୟ ଆସିଛି । ବିରୋଧୀ ସଦସ୍ୟମାନେ ଏହି ଗୃହ କାର୍ଯ୍ୟରେ କିଭଳି ବାଧା ସୃଷ୍ଟି କରିଥିଲେ ଓ ଏହି ସମ୍ବେଦନଶୀଳ ପ୍ରସଙ୍ଗର ରାଜନୀତିକରଣ କରିବା ପାଇଁ ପ୍ରୟାସ କରିଥିଲେ ତାହା ସ୍ମରଣ କରାଇ ଦେବାକୁ ଚାହୁଁଛି । ନ୍ୟାୟିକ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ କିଏ ପ୍ରୟାସ କରି ଅଭିଯୁକ୍ତକୁ ଜାମିନ ଦେବା ପାଇଁ ପ୍ରୟାସ କରୁଥିଲେ ତାହା ଓଡ଼ିଶାବାସୀ ଭଲଭାବେ ଜାଣନ୍ତି । ଏବେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହୋଇଛି । ଏବେ ବିରୋଧୀ ଦଳ ବିଶେଷକରି ରାଜ୍ୟ ବିଜେପି ଯିବ କୁଆଡ଼େ । ଯିଏକି ପରୀକୁ ନ୍ୟାୟ ଦେବା ନାରେ ରାଜନୀତିକରଣ କରୁଥିଲା ।

Also Read

ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨୪ବର୍ଷ ଧରି ସେ ଏହି ପବିତ୍ର ଗୃହର ସଦସ୍ୟ ଅଛନ୍ତି । ସମ୍ବେଦନଶୀଳ ପ୍ରସଙ୍ଗରେ ଏଭଳି ରାଜନୀତିକରଣ କରାଯିବା ସେ କେବେ ଦେଖିନଥିଲେ । ଯେଉଁମାନେ ସଂକୀର୍ଣ୍ଣ ରାଜନୀତିକ ସ୍ୱାର୍ଥ ରଖି ନିଜ ରାଜ୍ୟକୁ ବଦନାମ କରୁଛନ୍ତି ସେମାନଙ୍କୁ ଲୋକେ କ୍ଷମା ଦେବେ ନାହିଁ । ଯେଉଁମାନେ ଶ୍ରୀମନ୍ଦିର ଓ ଲିଙ୍ଗରାଜ ପ୍ରକଳ୍ପକୁ ବନ୍ଦ ପାଇଁ ପ୍ରୟାସ କରୁଥିଲେ ସେମାନଙ୍କୁ ଲୋକେ କଦାପି କ୍ଷମା କରିବେ ନାହିଁ । ଯିଏ ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି ସେମାନଙ୍କୁ ଲୋକେ କ୍ଷମା ଦେବେ ନାହିଁ ।

ବିରୋଧୀଙ୍କୁ କଟାକ୍ଷ କରି ନବୀନ କହିଛନ୍ତି ଯେ, ନିର୍ବାଚନ ସମୟରେ ଆମେ ରାଜନୀତି କରିବା, କିନ୍ତୁ ସମ୍ବେଦନଶୀଳ ଅପରାଧ ଓ ରାଜ୍ୟର ବିକାଶ ପ୍ରସଙ୍ଗରେ ନୁହେଁ କିମ୍ବା ରାଜ୍ୟବାସୀ ଓ ରାଜ୍ୟକୁ ଭାବମୂର୍ତ୍ତିକୁ ନେଇ ନୁହେଁ । ଆମେ ସମସ୍ତେ ଏକ ବୃହତ ଉଦ୍ଦେଶ୍ୟ ପାଇଁ ‘ନୂଆ ଓ ବିକଶିତ ଓଡ଼ିଶା’ ନିମନ୍ତେ ମିଳିତ ଭାବେ ସର୍ବଦା କାର୍ଯ୍ୟ କରିବା ଉଚିତ୍ ବୋଲି ନବୀନ କହିଛନ୍ତି ।

ଏବେ ରାଜ୍ୟରେ ମହିଳା ଅପରାଧ ହାର ୨୦ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ଦଣ୍ଡାଦେଶ ହାର ଦୁଇଗୁଣ ବୃଦ୍ଧି ପାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୫ହଜାର କୋଟି ଟଙ୍କାର ସୁଧମୁକ୍ତ ଋଣ ଯୋଗାଇ ଦିଆଯାଇଛି । ଓଡ଼ିଶା ଏବେ ଦେଶର ଏକ ନମ୍ବର ରାଜସ୍ୱ ବଳକା ରାଜ୍ୟ । ଦେଶର ଦ୍ୱିତୀୟ ସର୍ବବୃହତ୍ ପୁଞ୍ଜି ନିବେଶ ହେଉଥିବା ରାଜ୍ୟ । ପଂଚାୟତ ଓ ପୌର ନିର୍ବାଚନରେ ଆମ ଦଳକୁ ଲୋକେ ବିପୁଳ ସମର୍ଥନ ଦେଇଛନ୍ତି । ବିଜେଡି ସବୁ ୩୦ଟି ଜିଲ୍ଲା ପରିଷଦ ଜିତିଛି ବୋଲି ନବୀନ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story