Advertisment

ବିଜେପିର ମିଛକୁ ଏକ୍ସପୋଜ୍‌ କରିବାକୁ ନବୀନଙ୍କ ଆହ୍ୱାନ

ନବୀନ କହିଛନ୍ତି, ସୁଭଦ୍ରା ଯୋଜନା ନାଁରେ ମାଆ ମାନଙ୍କ ବିଶ୍ୱାସ ସହ ଖେଳୁଛି ବିଜେପି। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ଏହାର ଜବାବ ମାଆମାନେ ଦେବେ ବୋଲି ନବୀନ କହିଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Naveen

Naveen

ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ଏକକାଳୀନ ୫୦ ହଜାର ନଦେଲେ ଆନ୍ଦୋଳନ କରିବ ବିଜେଡି। ଦଳ ଗାଁରୁ ସହର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଆଜି ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପିର ମିଛକୁ ଏକ୍ସପୋଜ୍‌ କରିବାକୁ ଆହ୍ୱାନ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।

Advertisment

ନବୀନ କହିଛନ୍ତି, ସୁଭଦ୍ରା ଯୋଜନା ନାଁରେ ମାଆ ମାନଙ୍କ ବିଶ୍ୱାସ ସହ ଖେଳୁଛି ବିଜେପି। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି। ଏହାର ଜବାବ ମାଆମାନେ ଦେବେ ବୋଲି ନବୀନ କହିଛନ୍ତି।

ତେବେ ବିଜେପି କହିଛି, ନବୀନଙ୍କୁ ମହିଳା ଭୋଟ୍‌ ବ୍ୟାଙ୍କ ଭାଙ୍ଗିଯିବା ଭୟ ଘାରିଛି। ମହିଳାମାନଙ୍କ ପାଇଁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପାଳନ କରୁଛି ବୋଲି ଦଳ କହିଛି।

Advertisment
BjD Bjp Subhadra Yojana