Advertisment

୨୪ ମହାସଂଗ୍ରାମ: ପ୍ରଚାର ଆରମ୍ଭ କଲେ ନୀବନ, କାଲି ଆସିବେ ଅମିତ ଶାହ

ଶାହ ଅପରାହ୍ଣ ସାଢ଼େ ୩ଟାରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ।

ଅଦ୍ୟତନ ହୋଇଛି
Naveen

Naveen

Advertisment

୨୦୨୪ ମହାସଂଗ୍ରାମ ପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆଜି ବିଜେଡି ପ୍ରଚାରର ଶୁଭ ଦେଇଛନ୍ତି ନବୀନ। ହିଞ୍ଜିଳିର ଦୁଇଟି ସ୍ଥାନ ସମରଝୋଳ ଓ ଶେରଗଡ଼ରେ ଜନସଭାକୁ ସମ୍ବୋଧିତ କରି ଯୋଡ଼ି ଶଙ୍ଖ ବିକାଶର ପରିଚୟ କହି ଭୋଟ୍ ମାଗିଛନ୍ତି। ଏଥିସହ ହିଞ୍ଜିଳିରୁ ବିକାଶର ଜୟଯାତ୍ରା ଆରମ୍ଭ ହେଲା କହି ନିର୍ବାଚନୀ ସଭାମଞ୍ଚରୁ ବିରୋଧୀ ଦଳଙ୍କୁ ବି ନିଶାନା କରିଛନ୍ତି।

Advertisment

ସେହିପରି ଆସନ୍ତାକାଲି ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଏଥିସହିତ ବିଧିବଦ୍ଧ ଭାବେ ରାଜ୍ୟ ବିଜେପିର ପ୍ରଚାର ବିଗୁଲ ଫୁଙ୍କିବେ। ଶାହ ଅପରାହ୍ଣ ସାଢ଼େ ୩ଟାରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ସେଠାରୁ ସୋନପୁର ଯାଇ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ। ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଅମିତ ଶାହଙ୍କ ନିର୍ବାଚନୀ ସଭା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଶାହ ସୋନପୁର କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଆସିବେ। ଏଠାରେ ସେ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ବୈଠକ କରିବେ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ଷ୍ଠ ଥର ତାଙ୍କ ଦଳକୁ ଜିତାଇବା ପାଇଁ ଭୋଟ ମାଗିଛନ୍ତି। ଆଜି ପ୍ରଥମେ ସେ ସମରଝୋଳ ଓ ତା’ପରେ ଶେରଗଡ଼ରେ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍ ମାଗିଛନ୍ତି।

Advertisment

ନବୀନ କହିଛନ୍ତି, “ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର। ଏମାନଙ୍କ ପାଇଁ କାମ କରି ଚାଲିଛି। ଶେଷ ଯାଏ କରିବି। ମିଶନ ଶକ୍ତି ମା’ମାନେ ଊଦ୍ୟୋଗୀ ହେଲେଣି।” ଏଥିସହ ହିଞ୍ଜିଳିରୁ ବିଜେଡିର ଜୟଯାତ୍ରା ଆରମ୍ଭ ହେଲା କହି ସେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରିଛନ୍ତି।

ନବୀନ କହିଛନ୍ତି, ବିରୋଧୀ ଦଳ ବିକାଶ କାମରେ ବାଧା ସୃଷ୍ଟି କରୁଛନ୍ତି। ସେମାନଙ୍କ ଅସଲ ରୂପ ରାଜ୍ୟବାସୀ ଜାଣିଛନ୍ତି। ଲୋକସଭାରେ ବି ବହୁତ ଭଲ କରିବୁ ବୋଲି ଦମ୍ଭୋକ୍ତି ଦେଖାଇବା ସହ ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ।

ନିର୍ବାଚନୀ ସଭାରେ ବିରୋଧୀଙ୍କୁ ନବୀନଙ୍କ ବିକାଶ ବିରୋଧୀ ନିଶାନାର ଜବାବ ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। କଟାକ୍ଷ କରି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ୨୫ ବର୍ଷ ଭିତରେ ନବୀନ ସରକାରର ବିକାଶ କେବଳ ଭୁବନେଶ୍ୱରରେ କେବଳ ଗୋଟିଏ ବସ୍ ଷ୍ଟାଣ୍ଡ, ୨ଟି ଅଖା ବ୍ୟାଗ୍ ଓ ହଜାରେ ଟଙ୍କାରେ ସୀମିତ।

ସେହିପରି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ନବୀନଙ୍କ ଗ୍ୟାରେଣ୍ଟିର ଉତ୍ତର ତାଙ୍କୁ ଜୁନ୍ ୪ରେ ମିଳିଯିବ। ସେ କହିଛନ୍ତି, “ବିକାଶ କାହାର ହୋଇଛି? ବିକାଶ ନବୀନ ଓ କାର୍ତ୍ତିକ ପାଣ୍ଡିଆନଙ୍କର ହୋଇଛି। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଓ ବରିଷ୍ଠଙ୍କୁ ରାଜ୍ୟସଭା ପଠାଇବା ନେଇ ନବୀନ ମିଛ କହିଥିଲେ।

ମିଛ କହୁଥିବା ବ୍ୟକ୍ତିଙ୍କୁ ଓଡ଼ିଶା ଲୋକ ଆଉ ସୁଯୋଗ ଦେବେ ନାହିଁ। ଏବେ ଯୋଡ଼ି ଶଙ୍ଖ କଥା କହୁଛନ୍ତି, କାହିଁକି ଯୋଡ଼ି ଶଙ୍ଖ ଆବଶ୍ୟକ ପଡ଼ିଲା। ଦିଲ୍ଲୀ ଯାଇ ବିଜେଡି ସାଂସଦମାନେ କ‘ଣ କରିବେ? କ୍ରିତଦାସ, ପରାଧୀନ ଓ ଦାସତ୍ୱ ଗ୍ରହର କରି ସାରିଥିବା ଲୋକଙ୍କୁ ଓଡ଼ିଶାବାସୀ ନିର୍ବାଚିତ କରିବେନି।”

Odisha Naveen Patnaik Election Amit Shah Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe