୧୬ରେ ବିଜୟ ଉତ୍ସବ ମନାଇବେ ନବୀନ, ପରାଜୟର ପୋଷ୍ଟମର୍ଟମ କଲେନି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୬ତାରିଖରେ ପଦ୍ମପୁର ଗସ୍ତରେ ଯିବେ । ଏଥିପାଇଁ ଉଭୟ ପ୍ରଶାସନ ଓ ବିଜେଡିସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 07 February 2023
  • Updated: 07 February 2023, 09:07 PM IST

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ୧୦ଦିନ ପରେ ବି ହତ୍ୟା ପଛର କାରଣ ରହସ୍ୟମୟ ହୋଇ ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟ ଉତ୍ସବ ମନାଇବା ପାଇଁ ଆସନ୍ତା ୧୬ତାରିଖରେ ପଦ୍ମପୁର ଗସ୍ତରେ ଯିବେ ବୋଲି ଜଣାପଡ଼ିଛି । ଗତ ଡିସେମ୍ବର ମାସରେ ପଦ୍ମପୁର ବିଧାନସଭା ଉପନିର୍ବାଚନବେଳେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ଓ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ପଦ୍ମପୁର ଯିବେ ତଥା ବିଜୟ ଉତ୍ସବରେ ସାମିଲ ହେବେ । କିନ୍ତୁ ବିଜେଡିର ବିଜୟଧାରାରେ ଧାମନଗର ଉପନିର୍ବାଚନରେ ବ୍ରେକ୍ ଲାଗିବା, ଦେଢ଼ ଦଶନ୍ଧି ପରେ ଦଳ ପରାଜୟର ସ୍ୱାଦ ଚାଖିବା ଓ ଏଥିପାଇଁ ଦାୟୀ ନେତୃବୃନ୍ଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ନେତୃତ୍ୱ ସାହାସ କରିପାରିନାହାନ୍ତି । ପଦ୍ମପୁର ପାଇଁ ବିଜୟ ଉତ୍ସବ ପାଳିବାକୁ ନିଷ୍ପତ୍ତି ନେଇଥିବା ବିଜେଡି କିନ୍ତୁ ଧାମନଗର ପରାଜୟର ପୋଷ୍ଟମର୍ଟମ ନକରିବା ଦଳୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୬ତାରିଖରେ ପଦ୍ମପୁର ଗସ୍ତରେ ଯିବେ । ଏଥିପାଇଁ ଉଭୟ ପ୍ରଶାସନ ଓ ବିଜେଡିସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଓ ପଦ୍ମପୁରର ଚାଷୀଙ୍କୁ ବୀମା ରାଶି ପ୍ରଦାନର ଦୁଇଟି ଯାକ ଦାବିକୁ ଉପନିର୍ବାଚନବେଳେ ଶାସକ ବିଜେଡି ଗ୍ରହଣ କରିବା ସହ ନିଜର ଉନ୍ନତ ରଣନୀତି ଯୋଗୁ ଦଳୀୟ ପ୍ରାର୍ଥୀଙ୍କୁ ୪୨ହଜାର ଭୋଟ ବ୍ୟବଧାନରେ ବିଜୟୀ କରାଇ ପାରିଥିଲା । ପଦ୍ମପୁରବାସୀ ରେକର୍ଡ ପରିମାଣର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିଥିବାରୁ ଆସନ୍ତା ୧୬ତାରିଖରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବେ ବୋଲି ଜଣାପଡ଼ିଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଘୋଷଣା ନିଜେ ମୁଖ୍ୟମନ୍ତ୍ରୀ କରିସାରିଥିବାରୁ ତା’ ପୂର୍ବରୁ ଏ ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟରେ ପାରିତ କରିବାର ସମ୍ଭାବନା ଥିବା ସୂଚନା ମିଳିଛି । ନବୀନଙ୍କ ଗସ୍ତ କାର୍ଯ୍ୟକ୍ରମ ସରକାରୀ ହୋଇଥିଲେ ମଧ୍ୟ ବିଜେଡି ସେଠାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

Also Read

ଅନ୍ୟପକ୍ଷରେ ପଦ୍ମପୁର ନିର୍ବାଚନର ଠିକ୍ ମାସକ ପୂର୍ବରୁ ଧାମନଗର ଉପନିର୍ବାଚନରେ ବିଜେଡିକୁ ଶକ୍ତ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲେ ମଧ୍ୟ ଦଳ ଏନେଇ ଆବଶ୍ୟକ ପୋଷ୍ଟମର୍ଟମ କଲାନି କିମ୍ବା ଏଥିପାଇଁ ଦାୟୀ ନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ଆଗ୍ରହ ଦେଖାଇଲା ନାହିଁ । ଯେଉଁ ୩-୪ଜଣ ନେତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରି ଧାମନଗର ଉପନିର୍ବାଚନରେ ବିଜେଡି ପରାଜୟ ହେଲା ଓ  ଦେଢ଼ ଦଶନ୍ଧି ପରେ ଦଳର ବିଜୟ ଧାରାରେ ବ୍ରେକ୍ ଲାଗିଲା ତା’ପଛର କାରଣକୁ ଦଳ ଏବେ ଭୁଲିଗଲାଣି । ଦଳ ପାଇଁ ଶକ୍ତ ଧକ୍କା ସଦୃଶ ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିରେ ଦାଗ ଲାଗିଥିଲେ ମଧ୍ୟ ବିଜେଡି ନେତୃତ୍ୱ ତାକୁ ସହଜରେ ସହଜ କରିଦେଇଛନ୍ତି ଓ ଧାମନଗରରେ ଦଳକୁ ପରାଜୟର କାରଣ ସାଜିଥିବା ନେତାଙ୍କୁ ଏବେ କୋଳରେ ବସାଇ ରଖିଛନ୍ତି । ସେହି ନେତାମାନେ ଏବେ ପୁଣିଥରେ ସକ୍ରିୟ ହୋଇ ନିଜର ଅନଭିଜ୍ଞ ଓ ଅପାରଗତା ପାଇଁ ଦଳ ନିମନ୍ତେ ବିପର୍ଯ୍ୟୟର କାରଣ ହେବାକୁ ଯାଉଥିବା ଚର୍ଚ୍ଚା ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୩ତାରିଖରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପ୍ରତ୍ୟେକ ଜିଲ୍ଲାକୁ ୨ଥର ସରକାରୀ ଭାବେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ନବୀନଙ୍କ ଏହି ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରାଇ ଭୋଟରଙ୍କ ଆସ୍ଥାଭାଜନ ହେବାକୁ ବିଜେଡି ଲକ୍ଷ୍ୟ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story