Advertisment

ବିରୋଧୀଙ୍କୁ କଟାକ୍ଷ କଲେ ନବୀନ; କହିଲେ- ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁଡ୍ ଗଭର୍ଣ୍ଣାସ୍ ସଦାବେଳେ ଜିତେ

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ପରେ ବିରୋଧୀଙ୍କୁ କଡ଼ା ସମାଲୋନା କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author-image
Niranjan Mishra
ଅଦ୍ୟତନ ହୋଇଛି
Naveen Patnaik Chief minister of Odisha

Naveen Patnaik Chief minister of Odisha

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ପରେ ବିରୋଧୀଙ୍କୁ କଡ଼ା ସମାଲୋନା କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଶଙ୍ଖ ଭବନରେ ସେ ଝାରସୁଗୁଡ଼ା ବିଜୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଲୋକଙ୍କ ଦୃଷ୍ଟିରେ ସରକାର ଗୁରୁତ୍ୱପୂର୍ଣ୍ଣ। ଗୁଡ୍ ଗଭର୍ଣ୍ଣାସ୍ ଓ ପ୍ରୋ ପିପୁଲ ଗଭର୍ଣ୍ଣାନ୍ସ ସଦାବେଳେ ଜିତେ। ଯେଉଁମାନେ ଓଡ଼ିଶାର ଲୋକଙ୍କୁ ଅସମ୍ମାନ କରିବେ ଓ ସେମାନଙ୍କୁ ଲ’ ଲେସ୍ କୁହାଯିବ। ସେମାନେ ଆମ ରାଜ୍ୟ ବିରୋଧରେ କାମ କରୁଛନ୍ତି ବୋଲି ବୁଝିବାକୁ ହେବ। ଯେଉଁମାନେ ଆମର ଭଉଣୀ, ମା’ ଓ ଝିଅମାନଙ୍କୁ ଅସମ୍ମାନ କରୁଛନ୍ତି, ସେମାନେ ଲୋକଙ୍କ ବିରୋଧରେ କାମ କରୁଛନ୍ତି। ସେମାନଙ୍କୁ ଓଡ଼ିଶାର ଲୋକେ କ୍ଷମା ଦେବେନି।

Advertisment

ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧୀ ଦଳ ଆମ ମା’ ମାନଙ୍କୁ ଅସମ୍ମାନ କରିଥିଲେ। ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। ସେହିପରି ଝାରସୁଗୁଡ଼ାରେ ସେମାନେ ବାପାଙ୍କୁ ହରାଇଥିବା ଝିଅକୁ ଗାଳି କରିଥିଲେ। ପ୍ରତ୍ୟେକ ଉପନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତଳସ୍ତରରେ କାମ କରୁଥିବା ମା’ମାନଙ୍କୁ ସମାଲୋଚନା କରୁଛନ୍ତି। ଏହାର ସାକ୍ଷୀ ଓଡ଼ିଶା ଇତିହାସ ଓ ଓଡ଼ିଶା ଲୋକେ। ଓଡ଼ିଶାବାସୀ ଏଭଳି ଅସମ୍ମାନକୁ କେବେ ବି ବରଦାସ୍ତ କରିନାହାନ୍ତି।

ଆମର ଝିଅମାନେ ଆମର ଗର୍ବ। ବିଜେଡି ସବୁବେଳେ ସାଧାରଣ ଜୀବନରେ ଝିଅମାନଙ୍କ ଯୋଗଦାନକୁ ଉତ୍ସାହ ଦେଇ ଆସିଛି। ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ପ୍ଲାଟଫର୍ମ ମିଶନ ଶକ୍ତି ଯୋଗାଇ ଦେଇଛନ୍ତି। ହାଣ୍ଡିଶାଳ ଚାରିକାନ୍ଥ ଭିତରୁ ସେମାନଙ୍କୁ ବାହାରକୁ ଆଣି ମିଶନ ଶକ୍ତି ଜରିଆରେ ସଶକ୍ତ କରିଛି।

Advertisment

ମିଶନ ଶକ୍ତି ତାର ଆଦର୍ଶରେ ବିଶ୍ୱାସ କରେ। ବିରୋଧୀ ଦଳ ସର୍ବଦା ମହିଳାଙ୍କ ସଶକ୍ତିକରଣକୁ ବିରୋଧ କରିଆସିଛି। ଏହା ଏକ ବିପଦପୂର୍ଣ୍ଣ ବିଷୟ। ଓଡ଼ିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପାସନ୍ଦ କରିଆସିଛନ୍ତି ଓ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ନବୀନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି।

ଅନ୍ୟପଟେ ଜଣେ ପକ୍କା ରାଜନେତା ଭାବେ କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନର ବିପୁଳ ବିଜୟ ଝାରସୁଗୁଡ଼ାବାସୀଙ୍କର ବିଜୟ। ମହିଳା ଶକ୍ତିର ବିଜୟ। ଏଥିପାଇଁ ସେ ଓ ବିଜେଡି ଝାରସୁଗୁଡ଼ା ଲୋକଙ୍କ ନିକଟରେ ଋଣି। ଖରା ଓ ଗରମରେ କାମ କରିଥିବା ବିଜେଡିର ଲକ୍ଷାଧିକ କର୍ମୀଙ୍କୁ ଧନ୍ୟବାଦ।

ନବୀନ ମଞ୍ଚରେ କଥା ଦେଇ କହିଛନ୍ତି, ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ସେ ଓ ବିଜେଡି ତାର ଉଦ୍ୟମକୁ ଆହୁରି ଯୋରଦାର କରିବ। ଝାରସୁଗୁଡ଼ା ପାଇଁ ନବ ଦାସ ଆରମ୍ଭ କରିଥିବା ଉଦ୍ୟମକୁ ଆଗକୁ ନିଆଯିବ।

କର୍ମୀମାନଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି, ସମସ୍ତେ ମିଳିମିଶି ଓଡ଼ିଶାର ଉନ୍ନତି, ଗଣତାନ୍ତ୍ରିକ ମୂଲ୍ୟବୋଧ, ସାଂସ୍କୃତିକ ସ୍ୱାଭିମାନ ଓ ମା’ମାନଙ୍କୁ ସମ୍ମାନ ଓ ଅଧିକାର ସୁରକ୍ଷା ପାଇଁ କାମ କରିବା। ବିଜଡି ସର୍ବଦା ଓଡ଼ିଶା ଲୋକଙ୍କ ସହିତ, ମହିଳାଙ୍କ ସହିତ ଓ ଓଡ଼ିଶାକୁ ସଶକ୍ତିକରଣ କରିବା ସହିତ ରହିଛି।

ସୂଚନା ଥାଉକି, ବିଜେପି ରାଜ୍ୟରେ ଡବଲ ଇଞ୍ଜିନ ସରକାର କରିବା ନିମନ୍ତେ ନିର୍ବାଚନ ବେଳେ ଲୋକଙ୍କୁ ଆହ୍ୱାନ ଦେଇଆସୁଛି। ମୁଖ୍ୟମନ୍ତ୍ରୀ ପରୋକ୍ଷରେ ବିଜେପିକୁ ଟାର୍ଗଟ କରି ଏଭଳି କଟାକ୍ଷ ଓ ସମାଲୋଚନା କରିଥିବା ଜଳଜଳ ଦିଶିଛି।

Naveen Patnaik Bjd Politics Jharsuguda-byelection Jharsuguda Results