Advertisment

ପଛରେ ପଡ଼ିଛନ୍ତି ନବୀନଙ୍କ ସମେତ ବିଜେଡିର ବହୁ ହେଭିୱେଟ୍; ପରାଜୟ ଆଡ଼କୁ ମୁହାଁଉଛନ୍ତି

ଦୀର୍ଘ ୨୫ବର୍ଷ ଧରି କ୍ଷମତାରେ ରହି ଅପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବିଜେଡିର ଦୁର୍ଗ ଏବେ ତାସ୍ ଘର ଭଳି ଭୁଶୁଡ଼ିବାରେ ଲାଗିଛି।

ଅଦ୍ୟତନ ହୋଇଛି
Naveen And Pandian

Naveen And Pandian

Advertisment

ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡ ବିଜେଡିରେ କମ୍ପନ ସୃଷ୍ଟି କରିଛି । ଦୀର୍ଘ ୨୫ବର୍ଷ ଧରି କ୍ଷମତାରେ ରହି ଅପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବିଜେଡିର ଦୁର୍ଗ ଏବେ ତାସ୍ ଘର ଭଳି ଭୁଶୁଡ଼ିବାରେ ଲାଗିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରେ କ୍ରମାଗତ ଭାବେ ପଛରେ ରହିଛନ୍ତି। ୫ମ ରାଉଣ୍ଡ ଶେଷସୁଦ୍ଧା ବିଜେପିର ଲକ୍ଷ୍ମଣ ବାଗଙ୍କଠୁ ନବୀନ ୬୩ଖଣ୍ଡ ଭୋଟରେ ପଛରେ ପଡ଼ିଛନ୍ତି। ଦଳର ଡଜନେରୁ ଅଧିକ ହେଭିୱେଟ୍ ନେତା ପରାଜୟ ଆଡ଼କୁ ମୁହାଁଉଥିବା ବର୍ତ୍ତମାନର ଟ୍ରେଣ୍ଡରୁ ଜଣାପଡ଼ୁଛି ।

Advertisment

ନିର୍ବାଚନ କମିଶନଙ୍କ ୱେବସାଇଟରେ ପ୍ରଦତ୍ତ ତଥ୍ୟ ଅନୁସାରେ(ଦିନ ୧୨ଟା ୫୦ମିନିଟ୍ ସୁଦ୍ଧା) ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଂଟାବାଞ୍ଜି ଆସନରୁ ପ୍ରଥମ ରାଉଣ୍ଡରୁ ହିଁ ପଛରେ ପଡ଼ିଛନ୍ତି। ପଂଚମ ରାଉଣ୍ଡ ଶେଷସୁଦ୍ଧା ନବୀନ ୬୩ଖଣ୍ଡ ଭୋଟରେ ବିଜେପିର ଲକ୍ଷ୍ମଣ ବାଗଙ୍କଠୁ ପଛରେ ପଡ଼ିଛନ୍ତି।

ସେହିପରି ବିଧାନସଭାରେ ଦଳର ପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ବଦ୍ରି ନାରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ପ୍ରଶାନ୍ତ ମୁଦୁଲି, ସଞ୍ଜୟ ଦାସବର୍ମା, ଉମାକାନ୍ତ ସାମନ୍ତରାୟ, ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ସିଂ, ରମେଶ ଚ୍ୟାଉ ପଟ୍ଟନାୟକ, ସଞ୍ଜିବ ମଲ୍ଲିକ, ସୁଧୀର ସାମଲ, କଳିକେଶ ସିଂହଦେଓ, ପଦ୍ମଲୋଚନ ବେହେରା, ବିକ୍ରମ କେଶରୀ ଆରୁଖ, ପୁଷ୍ପେନ୍ଦ୍ର ସିଂହଦେଓ, ବ୍ୟୋମକେଶ ରାୟ ଓ ଉଷା ଦେବୀଙ୍କ ପୁଅ ଚିନ୍ମୟ ସୂରୂପ ଦେବ ପ୍ରମୁଖ ୧ହଜାରରୁ ୧୬ହଜାର ଭୋଟ୍ ବ୍ୟବଧାନରେ ପଛରେ ପଡ଼ିଛନ୍ତି ।

Advertisment
Naveen Patnaik Election Results LokSabha Election Results 2024 Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe