Advertisment

ବଦଳିବ କି କଣ୍ଟାବାଞ୍ଜିର ଭାଗ୍ୟ? ନା ହିଞ୍ଜିଳି ପରି ଭୋଗିବେ ଦୁର୍ଦ୍ଦଶା!

ରାଜ୍ୟର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ହିଞ୍ଜିଳି। ୨୦୦୦ ମସିହାରୁ ଏଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତାର ୫ ଥର ନିର୍ବାଚିତ ହୋଇ ଆସୁଛନ୍ତି। ଆଉ ବନିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ।

author-image
Manoranjan Sial
BJD

BJD

ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ପରେ ମଧ୍ୟ ଭୋକର ଭୂଗୋଳ ଭିତରେ ଦି’ମୁଠା ଦାନା ପାଇଁ ଦାଦନ ଯାଉଛି ଗରିବ ଖଟିଖିଆ ମଣିଷ। ସିଏ ଗଞ୍ଜାମ ହେଉ ଅବା ବଲାଙ୍ଗିରର କଣ୍ଟାବାଞ୍ଜି। ଆଜି ମଧ୍ୟ ଦାଦନ ଦହନରେ ଜଡ଼ସଡ଼ ହେଉଛନ୍ତି ଲୋକ। ସଂଯୋଗର କଥା ହେଉଛି, ଚଳିତ ନିର୍ବାଚନରେ ଏହି ଦୁଇ ଜିଲ୍ଲାର ମଙ୍ଗ ଧରିବାକୁ ଯାଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ତେବେ କ’ଣ ବଦଳିଯିବ ଦାଦନର ଏହି ପେଣ୍ଠସ୍ଥଳୀର ଭାଗ୍ୟ?

Advertisment

ରାଜ୍ୟର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ହିଞ୍ଜିଳି। ୨୦୦୦ ମସିହାରୁ ଏଠାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଲଗାତାର ୫ ଥର ନିର୍ବାଚିତ ହୋଇ ଆସୁଛନ୍ତି। ଆଉ ବନିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ। ଏଠାରୁ ସେ ସମଗ୍ର ରାଜ୍ୟକୁ ଦେଉଛନ୍ତି ବିକାଶର ବାର୍ତ୍ତା। ହେଲେ ଦୀପ ତଳ ଅନ୍ଧକାର ଭଳି ବଦଳି ପାରିନି ହିଞ୍ଜିଳିର ଭାଗ୍ୟ। ହଟିପାରିନି ହିଞ୍ଜିଳି ଦାଦନ ଦୁଃଖ। ଦାନା ପାଇଁ ପ୍ରତିଦିନ ଶହଶହ ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ହିଞ୍ଜିଳି ବ୍ଲକ୍‌ ବୁରୁପଡ଼ା ପଞ୍ଚାୟତ। କୁହାଯାଉଛି, ଏହି ପଞ୍ଚାୟତରୁ ୨୦୦ରୁ ଅଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। ଯେଉଁଥିପାଇଁ କାହା ଘର ପୁରୁଷ ଶୂନ୍ୟ ହୋଇଛି ତ ଆଉ କାହା ଘରେ ତାଟି କବାଟ ପଡ଼ିଛି। ଗାଁରେ କେବଳ ବୟସ୍କ ବ୍ୟକ୍ତି ଓ ମହିଳାମାନେ ଘର ଜଗି ରହିଛନ୍ତି। ହିଞ୍ଜିଳି ନିର୍ବାଚନମଣ୍ଡଳୀ ସାରା ଏଭଳି ଦୁର୍ଦ୍ଦଶାର ଅଭିଯୋଗ ଆଣିଛନ୍ତି ଲୋକେ।

ବୁରୁପଡ଼ା ପଞ୍ଚାୟତର ଜଣେ ବ୍ୟକ୍ତି କହିଛନ୍ତି, ଏଠାରେ କମ୍ପାନୀ ଥିଲେ, ଆମ ପିଲାମାନେ କାହିଁକି ବାହାରକୁ କାମ କରିବାକୁ ଯାଇଥାଆନ୍ତେ? ମୁଖ୍ୟମନ୍ତ୍ରୀ କଣ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ଆଉ ଜଣେ କହିଛନ୍ତି, ବାପାମାଆଙ୍କୁ ଛାଡ଼ି ବିଦେଶରେ କଷ୍ଟ ପାଉଛନ୍ତି। ନବୀନ ପଟ୍ଟନାୟକ ଏତେ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ସତ୍ତ୍ୱେ ଏଠାରେ କଳ କାରଖାନା ବସାଇ ପାରିଲେ ନାହିଁ। ଯେଉଁଥିପାଇଁ ଆମ ପିଲାମାନେ ଦାଦନ ଖଟିବାକୁ ଯାଉଛନ୍ତି ବୋଲି କହିଛନ୍ତି।

୨୦୦୦ରୁ ଆଜିଯାଏଁ, ୨୪ ବର୍ଷ ଧରି ଦାଦନ ପ୍ରବଣ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀର କ୍ରମାଗତ ପ୍ରତିନିଧିତ୍ୱ କରିଆସୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏବେ ଉତ୍କଟ ଦାଦନ ଦହନରେ ଜଡ଼ସଡ଼ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିକୁ ନବୀନ ପୁଣି ବାଛିଛନ୍ତି ପ୍ରତିନିଧିତ୍ୱ ପାଇଁ। ଦଳୀୟ କର୍ମୀ ଓ ନେତା ମଧ୍ୟ ଉତ୍ସାହିତ ଅଛନ୍ତି। ହେଲେ ଯେଉଁ ଗାଁରେ ଆଜି ମଧ୍ୟ ଅଭାବୀର ଅନ୍ଧାର ଗ୍ରାସିଛି, ସେହି ଗାଁରେ କିନ୍ତୁ ସରାଗ ନାହିଁ। ସେହି ଗାଁଟି ହେଉଛି ମୁରିବାହାଲ ବ୍ଳକ୍‌ ଇଛାପଡା ପଞ୍ଚାୟତ କତରଲଗା।

କତରଲଗା ଗାଁରେ ଭୋଟର ସଂଖ୍ୟା ୪୫୦ରୁ ଅଧିକ ହେବେ। କିନ୍ତୁ ଅଛନ୍ତି ପ୍ରାୟ ଶହେ ଜଣ। ବାକି ୩୫୦ରୁ ଅଧିକ ଭୋଟର ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି। କେବଳ କତରଲଗା ନୁହଁ, କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ପ୍ରାୟ ୫୦ ହଜାର ଭୋଟର ଆଜି ବି ବନ୍ଧା ପଡ଼ିଛନ୍ତି ରାଜ୍ୟ ବାହାରର ଇଟାଭାଟିରେ। ଯେଉଁଥିପାଇଁ ଗାଁରେ ତାଟିକବାଟ ପଡ଼ିଛି। ଯେଉଁ ଘରେ ଲୋକ ଅଛନ୍ତି, ପରିଣତ ବୟସରେ ସେମାନେ ଯାହା ଘରକୁ ଜଗିରହିଛନ୍ତି।

କତରଲଗା ଗାଁର କଷ୍ଟ ସୁନା କହିଛନ୍ତି, ମୁଖ୍ୟମନ୍ତ୍ରୀ କିଛି କଲେନାହିଁ। ସେ କେବଳ ରାଜନୀତି କରିବା ପାଇଁ ଆସିଛନ୍ତି। ରାଜନୀତି କରି ପଳାଇବେ ବୋଲି କଷ୍ଟ ସୁନା କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ୨୪ ବର୍ଷର ସ୍ଥିର ଶାସନ କାଳରେ ଗଞ୍ଜାମ ହିଞ୍ଜିଳିର ଭାଗ୍ୟ ବଦଳେଇ ପାରିନଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ୍ଟାବାଞ୍ଜିରୁ ପ୍ରତିନିଧିତ୍ୱ କରି ବଲାଙ୍ଗିର ଜିଲ୍ଲାକୁ ଦାଦନ ମୁକ୍ତ କରିପାରିବେ ତ? ଦାଦନଗଡ଼ ଓ ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ଭାବେ ପରିଗଣିତ ବଲାଙ୍ଗିରର ସାମଗ୍ରିକ ରୂପରେଖ ବଦଳାଇବାରେ କେତେ ସକ୍ଷମ ହେବେ ନବୀନ? ନିର୍ବାଚନୀ ପ୍ରଚାର ବେଳେ ଦାଦନ ପ୍ରସଙ୍ଗକୁ ମୁଦ୍ଦା କରି ଭୋଟ୍ ହାତେଇବା ପରେ ବିଜେପୁର ଭଳି କଣ୍ଟାବାଞ୍ଜିବାସୀଙ୍କ ହାତ ଛାଡ଼ିଦେବେନି ତ ମୁଖ୍ୟମନ୍ତ୍ରୀ?

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏହି ଅଞ୍ଚଳର ହଜାର ହଜାର ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଆସି ଏହି ଚିତ୍ର ଦେଖନ୍ତୁ। କିନ୍ତୁ ଏ ସରକାର ସେମାନଙ୍କ ପାଇଁ କିଛି କଲେନି ବୋଲି ସାଲୁଜା କହିଛନ୍ତି।

BjD Ganjam Naveen Patnaik Balangir Loksabha Election