Advertisment

୧୬ରେ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ, ସଭାସ୍ଥଳକୁ ଯିବେ ୩୦ହଜାର ବିଜେଡି କର୍ମୀ

ପସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ।

JSW Project

JSW Project

Advertisment

ଆସନ୍ତା ୧୬ତାରିଖରେ ଜଗତସିଂହପୁର ଜିଲ୍ଲାର ବିବାଦୀୟ ପସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଜିଲ୍ଲାର ପ୍ରାୟ ୩୦ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇସ୍ପାତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜଗତସିଂହପୁର ଜିଲ୍ଲାଗସ୍ତକୁ ସଫଳ କରିବା ପାଇଁ ଉଭୟ ପ୍ରଶାସନିକ ଓ ଦଳୀୟସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୬ତାରିଖରେ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲ୍ଲାର ସମସ୍ତ ୪ଜଣ ବିଧାୟକଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ଏନେଇ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ପ୍ରକଳ୍ପ ହେଉଥିବା ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ପ୍ରାୟ ୨୦ହଜାର ଓ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନମଣ୍ଡଳୀରୁ ଆଉ ୧୦ହଜାର ଲୋକଙ୍କୁ ମିଶାଇ ମୋଟ ୩୦ହଜାର ଲୋକଙ୍କ ଉପସ୍ଥିତିରେ ନବୀନ ସେଠାରେ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ଏରସମାର ବିବାଦୀୟ ପୋସ୍କୋ ପ୍ରକଳ୍ପ ଅଂଚଳରେ ୬୫ହଜାର କୋଟି ଟଙ୍କା ନିବେଶ କରି ଜେଏସଡବ୍ଲ୍ୟୁ ଷ୍ଟିଲ ନିଜର ବାର୍ଷିକ ୧୩.୨ ନିୟୁତ ମେଟ୍ରିକ ଟନ୍ କ୍ଷମତା ବିଶିଷ୍ଟ ମେଗା ଗ୍ରୀନଫିଲଡ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ କରିବ। ଏଥିପାଇଁ ଜେଏସଡବ୍ଲ୍ୟୁ ଷ୍ଟିଲ(ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ)କୁ ଜମି ହସ୍ତାନ୍ତର ସରିଛି। ଗତ ଜାନୁୟାରୀ ମାସରେ କମ୍ପାନୀ ନିଜର ଏହି ପ୍ରକଳ୍ପ ପାଇଁ ମୋଟ ୨୯୫୦.୩୧ଏକର ଜମିକୁ ଦଖଲକୁ ନେଇଛି। ଏହି ମୋଟ୍ ଜମି ମଧ୍ୟରୁ ୨୭୨.୫୧ଏକର  ଅଣଜଙ୍ଗଲ ଜମିକୁ ରାଜ୍ୟ ସରକାର ବହୁ ପୂର୍ବରୁ ଜେଏସଡବ୍ଲ୍ୟୁକୁ ହସ୍ତାନ୍ତର କରିଥିଲେ।  କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର କ୍ଲିଅରାନ୍ସ ପରେ ୨୬୭୭.୮୦ଏକର ଜଙ୍ଗଲ ଜମିକୁ ମଧ୍ୟ ଜେଏସଡବ୍ଲ୍ୟୁ ନିଜ ଦଖଲକୁ ନେଇଥିବା ଗତମାସରେ ସୂଚନା ଦେଇଥିଲା।

Advertisment

ଉଳ୍ଲେଖଯୋଗ୍ୟ ଏହି ଜମିକୁ ରାଜ୍ୟ ସରକାର ପୂର୍ବରୁ ଦକ୍ଷିଣ କୋରିଆ କମ୍ପାନୀ ପସ୍କୋକୁ ମେଗା ଇସ୍ପାତ ପ୍ରକଳ୍ପ ସ୍ଥାପନ ପାଇଁ ଦେବାକୁ ଏମଓୟୁ ସ୍ୱାକ୍ଷର କରିଥିଲେ। ମାତ୍ର ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଓ ସରକାରଙ୍କ ସହଯୋଗ ନମିଳିବାରୁ ପସ୍କୋ ଉକ୍ତ ପ୍ରକଳ୍ପରୁ ଓହରି ଯାଇଥିଲା। ଏବେ ଜେଏସଡବ୍ଲ୍ୟୁ ଷ୍ଟିଲ ସେହି ପ୍ରକଳ୍ପ ସ୍ଥାନରେ ୬୫ହଜାର କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୧୩.୨ ନିୟୁତ ଟନ୍ ଇସ୍ପାତ ପ୍ରକଳ୍ପ(ସିମେଣ୍ଟ ଓ ପାୱାର ପ୍ଲାଣ୍ଟ) ସ୍ଥାପନ କରିବ ବୋଲି ଜଣାପଡ଼ିଛି। ତେବେ ସ୍ଥାନୀୟ ଅଂଚଳବାସୀଙ୍କ ବିରୋଧ ସତ୍ତ୍ୱେ କମ୍ପାନୀ ସେଠାରେ ପ୍ରଶାସନ ସହାୟତାରେ ଜମିକୁ ନିଜ ଦଖଲକୁ ନେଇଛି।

JSW Project
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe