Advertisment

ରାଷ୍ଟ୍ରପତିଙ୍କ ଡିନର: ନିମନ୍ତ୍ରଣ ସତ୍ତ୍ୱେ ସାମିଲ ହେବେନି ନବୀନ

ରାତ୍ରିଭୋଜି କାର୍ଯ୍ୟକ୍ରମକୁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ସମେତ ଭାରତ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ରାଜନୀତିକ ଦଳର ନେତୃବୃନ୍ଦ, ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି ।

author-image
Ordigital Desk
CM

CM

 ଜି-୨୦ ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଡିନର ପାର୍ଟି(ରାତ୍ରି ଭୋଜି)ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେନି । ଯଦିଓ ଏହି ଡିନର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି ।

Advertisment

‘ଭାରତର ରାଷ୍ଟ୍ରପତି’ ଶ୍ରୀମତୀ ମୁର୍ମୁଙ୍କ ଦ୍ୱାରା ଜି-୨୦ ସମ୍ମିଳନୀ ସ୍ଥଳରେ ଆସନ୍ତାକାଲି ଭବ୍ୟ ରାତ୍ରିଭୋଜିର ଆୟୋଜନ କରାଯାଇଛି । ଏହି ରାତ୍ରିଭୋଜି କାର୍ଯ୍ୟକ୍ରମକୁ ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ସମେତ ଭାରତ ସରକାରଙ୍କ ମନ୍ତ୍ରୀ, ବିଭିନ୍ନ ରାଜନୀତିକ ଦଳର ନେତୃବୃନ୍ଦ, ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହି ରାତ୍ରିଭୋଜି କାର୍ଯ୍ୟକ୍ରମରେ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖିବିନ୍ଦର ସିଂ ସୁକୁ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥାଇ ବି ଏହି ରାତ୍ରିଭୋଜି କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ଦିଲ୍ଲୀ ଯିବାର କୌଣସି କାର୍ଯ୍ୟକ୍ରମ ନାହିଁ । ମୁଖ୍ୟମନ୍ତ୍ରୀ ଏହି ରାତ୍ରିଭୋଜିରେ ସାମିଲ ହେବେ ନାହିଁ ବୋଲି ଲିଖିତ ଭାବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି । ଜି-୨୦ ସମ୍ମିଳନୀର ଆୟୋଜନ ଓ ଅଧ୍ୟକ୍ଷ ହେବା ଭାରତ ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏହି ସମ୍ମିଳନୀ ନିମନ୍ତେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦେଉଥିବା ରାତ୍ରିଭୋଜିରେ ମାତ୍ର ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେଉଥିବାବେଳେ ନବୀନ ଅନୁପସ୍ଥିତ ରହିବାକୁ ନେଇ ସାଧାରଣରେ ଚର୍ଚ୍ଚା ।

Advertisment
BjD Naveen Patnaik G20 Summit