ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆବର୍ଷ ପାଳନ କରିବେ ନାହିଁ । ତାଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଆସନ୍ତାକାଲି ନବୀନ ନିବାସ ନଆସିବାକୁ ନବୀନ ତାଙ୍କର ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ।
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ନବୀନ ଚଳିତଥର ନଆବର୍ଷ ପାଳନ କରିବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ଓ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖରେ ସମବେଦନା ଜଣାଇ ନବୀନ ଆସନ୍ତାକାଲି ନୂଆବର୍ଷ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ନବୀନ ନିବାସ ନଯିବାକୁ କୁହାଯାଇଛି ।
Also Read
ସୂଚନାଯୋଗ୍ୟ, ଚଳିତଥର ରାଜ୍ୟର ୩ ପ୍ରମୁଖ ଦଳର ଆଗଧାଡ଼ିର ନେତାମାନେ ଇଂରାଜୀ ନବବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀମାନେ ନବବର୍ଷ ପାଳନ କରିବେ ନାହିଁ ବୋଲି ଘୋଷଣା କରିସାରିଥିବାବେଳେ ରାଜ୍ୟ କଂଗ୍ରେସର ଅଧିକାଂଶ ବରିଷ୍ଠ ନେତା ମଧ୍ୟ ନୂଆବର୍ଷ ପାଳିବେ ନାହିଁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆବର୍ଷ ପାଳିବେ ନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅଶୋକଙ୍କ ‘ଧର୍ମପଦ’ ଉପାଖ୍ୟାନ: ବିଜେଡିକୁ ସୁଦୃଢ଼ ପାଇଁ ଦେଲେ ଗୁରୁମନ୍ତ୍ର, ବ୍ୟକ୍ତିଗତ ମତ କହି ସଞ୍ଜୟଙ୍କ ବିରୋଧ
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ଦଳ ବିଜେଡିକୁ ସୁଦୃଢ଼ କରିବାର ଗୁରୁମନ୍ତ୍ର ଦେଇଛନ୍ତି । ହୋଲି ପାଳନ ଅବସରରେ ଗଣମାଧ୍ୟମକୁ ଯେଉଁ ବୟାନ ଦେଇଛନ୍ତି ତାହା ସେ ନବୀନ ନିବାସକୁ ମଧ୍ୟ ଜଣାଇଥିବା ସ୍ପଷ୍ଟ କରିଛନ୍ତି । ଶ୍ରୀ ପଣ୍ଡା ‘ଧର୍ମପଦର ତ୍ୟାଗ’ର ଉଦାହରଣ ଦେଇ କହିଛନ୍ତି ଯେ, ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ’ ।

Politics
ବିଜେଡିରେ ବଢ଼ିଲାଣି ବବିଙ୍କ ମାମଲାତି: ଦେବୀ ‘ଶିଶୁପାଳ’, ପ୍ରତାପ‘ସାରଥୀ’, ହଜାରିବାଗରେ ହାଜିରା
ଦେବୀଙ୍କ ଅଜାଣତରେ ତାଙ୍କ ଜିଲ୍ଲା କଟକରେ ଓ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଗୋଚରରେ ତାଙ୍କ ଜିଲ୍ଲା ସମ୍ବଲପୁରରେ ସାଂଗଠନିକ ନିର୍ବାଚନ ପାଇଁ ‘ଜିଲ୍ଲା ରିଟର୍ଣ୍ଣିଂ ଅଫିସର’ ନିଯୁକ୍ତି ଦିଆଯିବା ସିଧାସଳଖ ଏହି ନେତାମାନଙ୍କୁ ନିଜ ସଂଗଠନରେ ‘ଶିଶୁପାଳ’ ଭୂମିକାରେ ଅବତୀର୍ଣ୍ଣ କରାଇ ଦେଇଥିବା ଚର୍ଚ୍ଚା ହେଲାଣି ।

Politics
ରାଜା ଚକ୍ର ଗିରଫ: କ୍ରାଇମବ୍ରାଞ୍ଚ ଦେଲା କଳାଚିଠାର ତାଲିକା, ବଢ଼ିଲା ବିଜେଡିର ପ୍ରଭାବଶାଳୀଙ୍କ ଅଡ଼ୁଆ
ରାଜାଙ୍କ ଗିରଫ ପରେ ଘସିପୁରା ବିଧାୟକ ତଥା ରାଜାଙ୍କୁ ରାଜନୀତିକୁ ଆଣିଥିବା ବଦ୍ରିନାରାୟଣ ପାତ୍ରଙ୍କ ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ବଦ୍ରି କହିଛନ୍ତି ଯେ ରାଜା ଚକ୍ରଙ୍କ କଥାରେ ତତ୍କାଳୀନ ଜିଲ୍ଲାପାଳ ଓ ଏସପି କାମ କରୁଥିଲେ । ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।
Politics
ବିଧାନସଭାରେ କଳଙ୍କିତ ଅଧ୍ୟାୟ: ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି, ତାରା ନିଲମ୍ବିତ
ଓଡ଼ିଶାରେ ମିଶିବା ଏକ ଐତିହାସିକ ଭୁଲ୍ ବୋଲି କହି ରାଜ୍ୟ ବିଭାଜନ ବୟାନ ଦେଇଥିବା ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଆଜି ୪ଦିନ ପରେ ପୁଣିଥରେ ମୁହଁ ଖୋଲିଛନ୍ତି । ସେ ତାଙ୍କର ଆଭିମୁଖ୍ୟରେ ଅଟଳ ଅଛନ୍ତି ଓ ମତ ପରିବର୍ତ୍ତନ କରିବେ ନାହିଁ ବୋଲି ଆଜି ରୋକଠୋକ୍ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।

Politics
ମୁଖ୍ୟମନ୍ତ୍ରୀଙ୍କୁ କିଏ କରୁଛି ବଦନାମ: ବିଧାନସଭାରେ ଗୃହ ବିଭାଗର ଦାୟିତ୍ୱହୀନ ଉତ୍ତରକୁ ନେଇ ଚର୍ଚ୍ଚା
ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ବିଧାନସଭାରେ ଗୃହବିଭାଗ ଯେଉଁ ଲିଖିତ ଉତ୍ତର ରଖୁଛି ତାକୁ ପ୍ରସ୍ତୁତ କରୁଛି କିଏ? ବିଧାନସଭା ଭଳି ପବିତ୍ର ଗୃହରେ ଏଭଳି ଦାୟିତ୍ୱହୀନ ଓ ଅରୁଚିକର ଲିଖିତ ଉତ୍ତର ରଖିବାକୁ ପ୍ରଶାସନିକ କଳ ସାହାସ ଜୁଟାଉଛି କେମିତି?