ଦିନକ ପରେ ନବୀନଙ୍କୁ ୭୮ ଛୁଇଁବ, ୫ବର୍ଷ ହେଲା ପାଳନ କରୁନାହାନ୍ତି ଜନ୍ମଦିନ

ଭାରତୀୟ ଇତିହାସରେ ସର୍ବାଧିକ ଅବଧିର କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୧୬ତାରିଖରେ ୭୭ବର୍ଷ ପୂରଣ କରି ୭୮ବର୍ଷ ବୟସରେ ପାଦ ଥାପିବେ ।

Naveen Patnaik

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Saturday, 14 October 2023
  • Updated: 14 October 2023, 06:52 PM IST

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନକ ପରେ ୭୮ବର୍ଷ ବୟସରେ ପଦାର୍ପଣ କରିବେ । ନବୀନଙ୍କ ଜନ୍ମଦିନରେ ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ବଡ଼ଭଉଣୀ ଗୀତା ମେହେଟ୍ଟାଙ୍କ ଦେହାନ୍ତଙ୍କ ଯୋଗୁ ଚଳିତବର୍ଷ ବି ନବୀନ ନିଜର ଜନ୍ମଦିନ ପାଳନ କରିବାର ସମ୍ଭାବନା କ୍ଷୀଣ । ୨୦୧୭ ମସିହା ପରଠୁ ବିଭିନ୍ନ କାରଣଦର୍ଶାଇ ନବୀନ ନିଜର ଜନ୍ମଦିନ ପାଳନ କରୁନାହାନ୍ତି । ଜନ୍ମଦିନରେ ଦଳୀୟ କର୍ମୀ, ନେତା ଓ ଅନ୍ୟ ଶୁଭେଚ୍ଛୁଙ୍କଠୁ ଦୂରେଇ ରହୁଥିବା ଜଣାପଡ଼ିଛି ।

ଭାରତୀୟ ଇତିହାସରେ ସର୍ବାଧିକ ଅବଧିର କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତମାସ ୧୬ତାରିଖରେ ୭୭ବର୍ଷ ପୂରଣ କରି ୭୮ବର୍ଷ ବୟସରେ ପାଦ ଥାପିବେ । ତେବେ ନବୀନଙ୍କ ବଡ଼ଭଉଣୀ ଗୀତାଙ୍କର ଗତମାସ ୧୬ତାରିଖରେ ପରଲୋକ ହୋଇଥିବାରୁ ଚଳିତବର୍ଷ ବି ନବୀନ ନିଜର ଜନ୍ମଦିନ ପାଳନ କରିନପାରନ୍ତି ବୋଲି କୁହାଯାଉଛି । ତେବେ ନବୀନଙ୍କ ଜନ୍ମଦିନରେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରି ପ୍ରାୟ ୧୦ହଜାର ୟୁନିଟ୍ ରକ୍ତ ସଂଗ୍ରହ ନିମନ୍ତେ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Also Read

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୭ ମସିହାରେ ଶେଷଥର ପାଇଁ ସେ ନବୀନ ନିବାସ ପରିସରରେ ନିଜର ଦଳୀୟ କର୍ମୀ ଓ ନେତାମାନଙ୍କ ଗହଣରେ ଜନ୍ମଦିନ ପାଳନ କରିଥିଲେ । ତା’ପରଠୁ ବିଭିନ୍ନ କାରଣ ଦର୍ଶାଇ ନବୀନ କ୍ରମାଗତ ଭାବେ ନିଜର ଜନ୍ମଦିନ ପାଳନରୁ ଦୂରେଇ ରହିଛନ୍ତି । ୨୦୧୮ ମସିହାରେ ନବୀନ ରାଜ୍ୟରେ ‘ତିତଲି’ ବାତ୍ୟା ପ୍ରଭାବିତଙ୍କ ପ୍ରତି ସମବେଦନା ଜଣାଇ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଏପରିକି ଦଳୀୟ ନେତା,କର୍ମୀ ଓ ଶୁଭେଚ୍ଛୁଙ୍କୁ ନବୀନ ନିବାସ ନଯିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ୨୦୧୯ ମସିହାରେ ‘ଫନି’ ବାତ୍ୟା, ୨୦୨୦ ଓ ୨୦୨୧ ମସିହାରେ କୋଭିଡ୍ ମହାମାରୀ ଏବଂ ୨୦୨୨ରେ ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ କାରଣରୁ ନବୀନ ନିଜର ଜନ୍ମଦିନ ପାଳି ନଥିଲେ । 

ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ନବୀନଙ୍କ ଜନ୍ମଦିନକୁ ଭବ୍ୟ ଆକାରରେ ପାଳନ କରିବା ପାଇଁ ଦଳ ପକ୍ଷରୁ କାର୍ଯ୍ୟକ୍ରମ ହୋଇଥିଲା । କିନ୍ତୁ ନବୀନଙ୍କ ଜନ୍ମଦିନ ପାଳନବେଳେ ଗ୍ୟାସ୍ ବେଲୁନ୍ ଫାଟିବାରୁ ପ୍ରାୟ ୧୧ଜଣ ଛାତ୍ରଛାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୨୦୧୬ ମସିହାରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦଙ୍କ ସମ୍ମାନରେ ନିଜର ଜନ୍ମଦିନ ପାଳନ କରିନଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story