Advertisment

ବିଜେଡିକୁ ଛାଡ଼ୁନି କ୍ଷମତା ନିଶା; ନେତା ଦେଖାଉଛନ୍ତି ରଙ୍ଗୀନ ସ୍ୱପ୍ନ

ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ ବୋଲି ଲତିକା କହିଛନ୍ତି।

ଅଦ୍ୟତନ ହୋଇଛି
Latika pradhan

Latika pradhan

Advertisment

ବିଜେଡିକୁ ଛାଡ଼ୁନି କି କ୍ଷମତା ନିଶା। ନବୀନ ପଟ୍ଟନାୟଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜଣେ ପରେ ଜଣେ ବିଜେଡି ନେତା ବୟାନ ଦେଇ କର୍ମୀଙ୍କୁ ଦେଖାଉଛନ୍ତି ରଙ୍ଗୀନ ସ୍ୱପ୍ନ। ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମୁନା ଖାନ୍ନ ଓ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ପରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ପୂର୍ବତନ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।

Advertisment

ଗତକାଲି କବି ସୂର୍ଯ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେ ଲତିକା କହିଛନ୍ତି, ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲତିକା।

ସେ କହିଛନ୍ତି, ଆଗାମୀ ଦିନରେ ପୁଣି ଥରେ ଲଢ଼େଇ ହେବ। ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା। ଏହି ସମୟ ବହୁତ ଦୂର ନାହିଁ। ଖୁବ୍‌ କମ୍‌ ସମୟ ଭିତରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଆପଣମାନଙ୍କୂ ଯେଉଁ ସୁବିଧା ସୁଯୋଗ ଦେଇଥିଲେ, ପୁଣି ଥରେ ଫେରିଆସିବ। ଓଡ଼ିଶାବାସୀ ପୁଣି ଥରେ ହସିବେ। ସେହି ଭରସା,ବିଶ୍ୱାସ ଓ ସହଯୋଗ ଆପଣ ମାନଙ୍କର ରହିବା ଦରକାର।

Advertisment

ସୂଚନାଯୋଗ୍ୟ, କିଛି ଦିନ ତଳେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ କର୍ମୀଙ୍କୁ ଗଣିତ ବୁଝାଇଥିଲେ ଅତନୁ ସବ୍ୟସାଚ୍ଚୀ ନାୟକ।ସେ କହିଥିଲେ, ବିଜୁ ଜନତା ଦଳ କର୍ମୀ ଓ ନେତାଙ୍କୁ ମୁଁ ଭରସା ଦେଉଛି, ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଓଡ଼ିଶାର ଲୋକେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତ ହେଲେଣି ବୋଲି ଅତନୁ କହିଥିଲେ। 

Naveen Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe