Advertisment

ବିଜେପିକୁ ଫେରିବେ ସିଦ୍ଧୁ, ଗୁରଦାସପୁରରୁ ଲଢ଼ିବେ ଯୁବରାଜ ସିଂହ!

ସିଦ୍ଧୁ ବିଜେପି ଯାଉଥିବା ଖବରକୁ କଂଗ୍ରେସ ନେତା ରମଣ ବକଶି ଖଣ୍ଡନ କରିଛନ୍ତି। କୁହାଯାଉଛି ଯେ କଂଗ୍ରେସ ସିଦ୍ଧୁଙ୍କୁ ଅମୃତସର ବଦଳରେ ଆଉ ଏକ ଆସନରୁ ପ୍ରାର୍ଥୀ କରିପାରେ।

ଅଦ୍ୟତନ ହୋଇଛି
sidhu

sidhu

Advertisment

ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣିଥରେ ବିଜେପିକୁ ଫେରିବେ। ସେହିପରି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଆସନ୍ତା ଲୋକସଭା ନିର୍ବାଚନ ବେଳେ ଗୁରଦାସପୁରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ସିଦ୍ଧୁ ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ସମାଲୋଚନା କରୁଥିଲେ ହଁ ସେ ବିଜେପିକୁ ଫେରିବା ନେଇ ଖବର ପ୍ରକାଶ ପାଇଛି। ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସିଦ୍ଧୁ କଂଗ୍ରେସରେ ଥିଲେ ମଧ୍ୟ ପଞ୍ଜାବର ଦଳୀୟ ନେତୃତ୍ୱଙ୍କ ସହ ତାଙ୍କର ପଡ଼ୁନାହିଁ।

ସେ ନିଜ କ୍ଷମତାରେ ଏକାକୀ ରାଲି ମଧ୍ୟ କରୁଛନ୍ତି। ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ସିଦ୍ଧୁ ବିଜେପିକୁ ଫେରିବେ ବୋଲି ଦଳର ମାଝା ଅଞ୍ଚଳର ନେତାମାନେ ଭାବିଛନ୍ତି। ସେ ବିଜେପିକୁ ଫେରିବା ସହ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢ଼ିବେ।

Advertisment

ବିଜେପି କାର୍ଯ୍ୟକର୍ତ୍ତା ସୋମଦେବ ଶର୍ମା ମଧ୍ୟ ସିଦ୍ଧୁ ବିଜେପିକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ “ଏ ସମ୍ପର୍କରେ ବିଜେପିର ଅନ୍ୟ ନେତାମାନଙ୍କ ସହ ଆଲୋଚନା ଚାଲିଛି। ସମ୍ଭାବ୍ୟ ପ୍ରାର୍ଥୀମାନେ ବିଜେପିରେ ସାମିଲ ହେବାର ଯୋଜନା ରହିଛି। ସବୁ କିଛି ବେଶ ସତର୍କତାର ସହ କରାଯାଉଛି।”

ଅମୃତସର ଲୋକସଭା ଆସନରେ ବିଜେପି ସବୁବେଳେ ଜିତି ଆସିଛି। ତେଣୁ ଏଠାରୁ ସିଦ୍ଧୁ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭବନା ଥିବା ଶ୍ରୀ ଶର୍ମା ଆକଳନ କରିଛନ୍ତି।

ତେବେ ସିଦ୍ଧୁ ବିଜେପି ଯାଉଥିବା ଖବରକୁ କଂଗ୍ରେସ ନେତା ରମଣ ବକଶି ଖଣ୍ଡନ କରିଛନ୍ତି। କୁହାଯାଉଛି ଯେ କଂଗ୍ରେସ ସିଦ୍ଧୁଙ୍କୁ ଅମୃତସର ବଦଳରେ ଆଉ ଏକ ଆସନରୁ ପ୍ରାର୍ଥୀ କରିପାରେ।

ଅନ୍ୟପକ୍ଷରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ବିଜେପି ନିଜ ସହ ସାମିଲ କରିବା ମୁଡରେ ରହିଛି। ତାଙ୍କୁ ଦଳ ନିଜ ସହ ସାମିଲ କରି ଗୁରଦାସପୁରରୁ ଲଢ଼ିବା ପାଇଁ ଟିକେଟ ଦେଇପାରେ। ସେ ଅଭିନେତା ସନ୍ନି ଦେଓଲଙ୍କ ସ୍ଥାନରେ ପ୍ରାର୍ଥୀ ହେବେ।

ନିକଟରେ ଯୁବରାଜ ସିଂହ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭେଟିଥିଲେ। ତେଣୁ ଯୁବରାଜ ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି। ସେହିପରି ଗୁରଦାସପୁରରୁ ବିଜେପି ସବୁବେଳେ ସେଲେବ୍ରିଟିମାନଙ୍କୁ ପ୍ରାର୍ଥୀ କରିଛି।

ପ୍ରଥମେ ଏଠାରୁ ବିନୋଦ ଖାନ୍ନା ଜିତିଥିଲେ। ସନ୍ନି ଦେଓଲ ଏବେ ଗୁରଦାସପୁରର ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ୨୦୨୪ରେ ଯୁବରାଜ ସିଂହ ବିଜେପି ଟିକେଟରୁ ଏଠାରେ ଲଢ଼ିପାରନ୍ତି।

Bjp Navjot Singh Sidhu Punjab Yuvraj Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe