Advertisment

ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା: ନୌସେନା ମୁଣ୍ଡରେ ଦୋଷ ଲଦିଲେ ଫଡନାଭିସ୍‌

ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ପରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି।

author-image
Hemant Lenka
Devendra Fadnavis

Devendra Fadnavis

ଦିନକ ତଳେ ୩୫ ଫୁଟ ଉଚ୍ଚ ଛତ୍ରପତି ଶିବାଜୀ ମହାରାଜଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣାରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ସିନ୍ଧୁଦୁର୍ଗରେ ଥିବା ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ପରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି।

Advertisment

ତେବେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସବୁ ଦୋଷ ଭାରତୀୟ ନୌସେନା ମୁଣ୍ତରେ ଲଦି ଦେଇଛନ୍ତି। ତାଙ୍କ କହିବା କଥା ଯେ ରାଜକୋଟ ଫୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାବରଣ କରିଥିବା ଶିବାଜୀ ପ୍ରତିମୂର୍ତ୍ତିର ନିର୍ମାଣ ଦାୟିତ୍ୱ ଭାରତୀୟ ନୌସେନା ନେଇଥିଲା। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥିଲା।

ଫଡନାଭିସ କହିଛନ୍ତି ଯେ ରାଜ୍ୟ ସରକାର ଏହା ଠାରୁ ବଡ଼ ଶିବାଜୀ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ଗୋଟିଏ ସାମ୍ବାଦିକ ସମ୍ମିଳନରେ ସେ କହିଛନ୍ତି, “ପ୍ରତିମୂର୍ତ୍ତିର ନିର୍ମାଣ କାମ ରାଜ୍ୟ ସରକାର ନୁହନ୍ତି, ବରଂ ଭାରତୀୟ ନୌସେନେ ତଦାରଖ କରୁଥିଲା। ପ୍ରତିମୂର୍ତ୍ତିର ଫ୍ୟାବ୍ରିକେସନ ଓ ପ୍ରତିଷ୍ଠାନ କରିଥିବା ବ୍ୟକ୍ତିବିଶେଷ ସମ୍ଭବତଃ ସ୍ଥାନୀୟ ପାଣିପାଗ ଓ ପରିବେଶକୁ ନଜର ଅନ୍ଦାଜ କରିଥିଲେ।

Advertisment

ଏଠାକାର ପବନର ବେଗ ବିଷୟରେ ସେମାନଙ୍କୁ ଜଣା ନଥିଲା। ଓ ଆବଶ୍ୟକ ଲୁହା ବ୍ୟବହାର ହୋଇ ନଥିଲା। ସମୁଦ୍ରରୁ ଆସୁଥିବା ପବନ ଯୋଗୁ ପ୍ରତିମୂର୍ତ୍ତିରେ ବ୍ୟବହୃତ ଲୁହା ଗୁଡ଼ିକ କଳଙ୍କି ଧରି ଯାଇଥିଲା। ସ୍ଥାନୀୟ ପରିବେଶ ଓ ପାଣିପାଗ ବିଷୟରେ ନିର୍ମାଣକର୍ତ୍ତାକୁ ଜଣାଥିଲା କି ନାହିଁ, ତା’ହା ବଡ଼ ପ୍ରଶ୍ନ।

ବର୍ତ୍ତମାନ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ତଦନ୍ତ ଚାଲିଛି। ଏବେ ରାଜ୍ୟ ସରକାର ଉକ୍ତ ସ୍ଥାନରେ ଛତ୍ରପତି ଶିବାଜୀ ମହାରାଜଙ୍କ ଗୋଟିଏ ବିରାଟ ପ୍ରତିମୂର୍ତ୍ତି ସ୍ଥାପନ କରିବେ। ଏହି ଦାୟିତ୍ୱ ଆମର।” ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ବିରୋଧୀ କରୁଥିବା ରାଜନୀତିକୁ ମଧ୍ୟ ସେ ନିନ୍ଦା କରିଛନ୍ତି।

ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ପ୍ରତିମୂର୍ତ୍ତି ଭୁଶୁଡ଼ିଲା ତା’ର ତଦନ୍ତ ଭାରତୀୟ ନୌସେନା କରୁଛି। ପ୍ରତିମୂର୍ତ୍ତିର ନିର୍ମାଣ ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କରିଥିଲା। ଟେଣ୍ଡର ପ୍ରକ୍ରିୟା ନୌସେନା ପକ୍ଷରୁ କରାଯାଇଥିଲା।

Maharashtra Chatrapati Shivaji