Advertisment

ନବାବ ମଲିକ ବିଧାନସଭାକୁ ଆସିଲେ, ଅଜିତ ପାୱାରଙ୍କୁ ସତର୍କ କରାଇଲା ବିଜେପି

ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ସହଯୋଗୀ ଅଜିତ ପାୱାରଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

NCP

NCP

Advertisment

ମହାରାଷ୍ଟ୍ର ବିଧାନସଭାରେ ଆଜି ରୋଚକ ଘଟଣା ଘଟିଛି। ଶାସକ ଦଳର ସଦସ୍ୟମାନଙ୍କ ପାଇଁ ଧାର୍ଯ୍ୟ ବେଞ୍ଚରେ ବିଧାୟକ ନବାବ ମଲିକ ବସିବାରୁ ବିଜେପି ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ଏନସିପିର ଅଜିତ ପାୱାର ଗୋଷ୍ଠୀଙ୍କ ପାଖରେ ନବାବ ମଲିକ ବସିଥିଲେ। ହେଲେ ଏହାକୁ ବିଜେପି ସମାଲୋଚନା କରିଛି।

Advertisment

ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ସହଯୋଗୀ ଅଜିତ ପାୱାରଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଜିତ ପାୱାର ଏନସିପିର କିଛି ବିଧାୟକଙ୍କୁ ଧରି ଅଗଷ୍ଟ ମାସରେ ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନା ସହ ହାତ ମିଳାଇ ସରକାରରେ ବସିଛନ୍ତି। ହେଲେ ଏବେ ନବାବ ମଲିକ ଜାମିନରେ ଆସି ଶାସକ ଦଳର ସଦସ୍ୟମାନଙ୍କ ପାଖରେ ବସିବାରୁ ବିଜେପି ଏହାକୁ ଗ୍ରହଣ କରିପାରୁ ନାହିଁ।

ଏକାଧିକ ଦୁର୍ନୀତି ଓ ଅଣ୍ଡର ୱାଲର୍ଡ ଲିଙ୍କ ଅଭିଯୋଗରେ ନବାବ ମଲିକ ଦୀର୍ଘ ଦିନ ହେଲା ଜେଲରେ ଥିଲେ। ସେ ନିକଟରେ ଜାମିନରେ ଆସିଛନ୍ତି। ଜାମିନରେ ମୁକୁଳିବାରୁ ସେ ଆଜି ବିଧାନସଭାକୁ ଆସିଥିଲେ। ସେ ଅଜିତ ପାୱାରଙ୍କ ଗୋଷ୍ଠୀର ଏନସିପି ବିଧାୟକମାନଙ୍କରେ ବସିବାରୁ ସମସ୍ତେ ଚକିତ ହୋଇଛନ୍ତି। କାରଣ ନବାବ ମଲିକ ଏକଦା ଶରଦ ପାୱାରଙ୍କ ଆନୁଗତ୍ୟ ଥିଲେ।

Advertisment

ଏଥିସହ ତାଙ୍କ ନାଁରେ ଏକାଧିକ ସାଂଘାତିକ ଅଭିଯୋଗ ରହିଛି। ଏଥିପାଇଁ ଅଜିତ ପାୱାରଙ୍କୁ ସେ ସମର୍ଥନ କରିବା ବିଜେପି ଗ୍ରହଣ କରୁନାହିଁ। ଏଥିପାଇଁ ଫଡନାଭିସ ଆଜି ଚିଠି ଲେଖି ଅଜିତ ପାୱାରଙ୍କୁ ନିଜର କ୍ଷୋଭ ଜଣାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ ନବାବ ମଲିକଙ୍କ ବିରୋଧରେ ଯେଉଁ ସବୁ ଚାର୍ଜ ଲାଗିଛି, ତାଙ୍କୁ ଶାସକ ମେଣ୍ଟରେ ସାମିଲ କରିବା ଠିକ ହେବ ନାହିଁ। କ୍ଷମତା ଆସିବ ଓ ଯିବ। କିନ୍ତୁ ଦେଶ ଗୁରୁତ୍ୱପୂର୍ଣ୍ଣ। ଯଦି ତାଙ୍କ ବିରୋଧରେ ଥିବା ଅଭିଯୋଗ ପ୍ରମାଣିତ ନ ହେବ, ତା’ହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ।

ହେଲେ ବର୍ତ୍ତମାନ ସ୍ଥିତିରେ ତାଙ୍କୁ ଶାସକ ଦଳ ମେଣ୍ଟରେ ସାମିଲ କରିବା ଆଦୌ ଠିକ ନୁହେଁ। କାରଣ ତାଙ୍କ ବିରୋଧରେ ଦେଶ ବିରୋଧୀ ଓ ଦୁର୍ନୀତିର ବଡ଼ବଡ଼ ଅଭିଯୋଗ ସବୁ ରହିଛି ବୋଲି ଫଡନାଭିସ ତାଙ୍କ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ଏହାପୂର୍ବରୁ ନବାବ ମଲିକ ଶାସକ ଦଳ ସହ ବସିବାରୁ ଏହାକୁ ଉଦ୍ଧବ ଠାକରେଙ୍କ ଶିବସେନା ପକ୍ଷରୁ ସମାଲୋଚନା କରାଯାଇଥିଲା।

Bjp Devendra Fadnavis Nawab Malik NCP Ajit Pawar NCP MLA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe