Advertisment

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିଲେ, ମୁଖ୍ୟମନ୍ତ୍ରୀ ପଦ ସମ୍ପର୍କରେ ଏମିତି କହିଲେ ସୈନି

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ସୈନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଜେପି ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି।

author-image
Hemant Lenka
CM Saini

CM Saini

ହରିୟାଣାରେ ଐତିହସିକ ବିଜୟ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି। ତାଙ୍କ ସହ ରାଜ୍ୟରେ ସରକାର ଗଠନ ନେଇ ମଧ୍ୟ ସୈନି ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟରେ ବିଜେପି ସରକାର ଦଶହରାରେ ଶପଥ ନେବ ବୋଲି କୁହାଯାଉଛି। କିନ୍ତୁ ସୈନି ପୂର୍ବଭଳି ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ।

Advertisment

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ସୈନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଜେପି ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ନିର୍ବାଚନର ୨୦୦ ଦିନ ପୂର୍ବରୁ ବିଜେପି ମନୋହର ଲାଲ ଖଟରଙ୍କୁ ହଟାଇ ସୈନିକୁ ହରିୟାଣାର ମୁଖ୍ୟମନ୍ତ୍ରୀ କରିଥିଲା। ଅନ୍ୟ ପଛୁଆ ବର୍ଗରୁ ଆସିଥିବା ସୈନି ନିର୍ବାଚନରେ ବିଜେପିକୁ ବିଜୟୀ କରାଇଛନ୍ତି। ତେଣୁ ତାଙ୍କୁ ଦଳ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ କରିପାରେ ବୋଲି ସଙ୍କେତ ମିଳିଛି।

ମୋଦି ଓ ଅନ୍ୟମାନଙ୍କୁ ଭେଟିବା ପରେ ସୈନି କହିଛନ୍ତି ଯେ “ମୁଁ ମୋର କର୍ତ୍ତବ୍ୟ କରିଛି। ଏବେ ମୁଖ୍ୟମନ୍ତ୍ରୀ କିଏ ହେବେ ଓ ସରକାର ଗଠନ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ। ପ୍ରଧାନମନ୍ତ୍ରୀଙ୍କ ନୀତି ଯୋଗୁ ଦଳକୁ ରାଜ୍ୟରେ ବିଜୟ ମିଳିଛି।

Advertisment

ରାଜନୀତି ପଣ୍ଡିତମାନେ କଂଗ୍ରେସକୁ ବିଜୟୀ ଘୋଷଣା କରିଥିଲେ। କିନ୍ତୁ ଲୋକମାନେ ବିଜେପିକୁ ବିଶ୍ୱାସକୁ ନେଇଛନ୍ତି। ସରକାର କରିଥିବା କାମକୁ ସେମାନେ ପସନ୍ଦ କରିଛନ୍ତି।”

ପରାଜୟ ପରେ କଂଗ୍ରେସ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି। ଭୋଟ ଗଣତିକୁ ନେଇ ମଧ୍ୟ ଦଳ ସନ୍ଦେହ ପ୍ରକାଶ କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ସୈନି କହିଛନ୍ତି, “ଏହି ବଡ଼ ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଉଛି। ସେ ବିଗତ ୧୦ ବର୍ଷ ଧରି ଗରିବ, ଚାଷୀ, ଯୁବଗୋଷ୍ଠୀ ଓ ମହିଳାଙ୍କ ପାଇଁ ଏକାଧିକ ସ୍କିମ ଲାଗୁ କରିଛନ୍ତି।

ଏହି ସବୁ ଯୋଜନା ସମାଜର ପ୍ରତିଟି ବର୍ଗର ଲୋକଙ୍କୁ ଫାଇଦା ଦେଇଛି। ଲୋକମାନେ ତାଙ୍କୁ ଭଲ ପାଆନ୍ତି। ତେଣୁ ବିଜେପି ତୃତୀୟ ଥର କ୍ଷମତାକୁ ଫେରିଛି। ବିରୋଧୀ କେବଳ ମିଥ୍ୟାର ସାହାର ନେଉଛନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।”

ହରିୟାଣାରେ ବିଜେପି ୪୮ଟି ଆସନ ଜିତି ସରକାର ଗଠନ କରିବାକୁ ଯାଉଥିବା ବେଳେ କଂଗ୍ରେସ କେବଳ ୩୭ଟି ଆସନ ଜିତି ପାରିଛି। ଆଇଏନଏଲଡି ୨ଟି ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନ ଜିତିଛନ୍ତି। ୩ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଘୋଷଣା କରିଛନ୍ତି।

Election Results Haryana Election Poll Result