Advertisment

NCP ନେତାଙ୍କ ବିବାଦୀୟ ବୟାନ - 'ମାଂସାହାରୀ ଥିଲେ ଭଗବାନ ରାମ'

"ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ - ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?"

ଅଦ୍ୟତନ ହୋଇଛି
Jitendra Awhad

Jitendra Awhad

Advertisment

ପୁଣି ଧାର୍ମିକ ଭାବାବେଗକୁ ଆଘାତ। ପ୍ରଭୁ ରାମଙ୍କୁ ନେଇ ବିବାଦୀୟ ବୟାନ ଦେଲେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ନେତା ଜିତେନ୍ଦ୍ର ଆହ୍ୱାଡ। ସେ କହିଛନ୍ତି, "ଭଗବାନ ରାମ ଶାକାହାରୀ ନଥିଲେ, ମାଂସାହାରୀ ଥିଲେ।" 

Advertisment

ଏନସିପିର ଶରଦ ପାୱାର କ୍ୟାମ୍ପରେ ଥିବା ଜିତେନ୍ଦ୍ର ଆହ୍ୱାଡ ବୁଧବାର ମହାରାଷ୍ଟ୍ରର ଶ୍ରୀଦିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ରାମଙ୍କ ଉପରେ ଏପରି ମନ୍ତବ୍ୟ ଦେଇଛନ୍ତି।

ଜିତେନ୍ଦ୍ର ଆହ୍ୱାଡ କହିଛନ୍ତି, "ପ୍ରଭୁ ରାମ ବହୁଜନଙ୍କ ମଧ୍ୟରୁ ଆସନ୍ତି। ସେ ଜଣେ ବହୁଜନ। ସେ ପଶୁ ଶିକାର କରନ୍ତି ଏବଂ ଖାଆନ୍ତି। କିଛି ଲୋକ ପ୍ରଭୁ ରାମଙ୍କ ଉଦାହରଣ ଦେଇ ସମସ୍ତଙ୍କୁ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପ୍ରଭୁ ରାମ ଶାକାହାରୀ ନଥିଲେ, ସେ ଜଣେ ମାଂସାହାରୀ ଥିଲେ। ଜଣେ ବ୍ୟକ୍ତି ଯିଏ ୧୪ ବର୍ଷ ଧରି ଜଙ୍ଗଲରେ ରହିଥିଲେ - ସେ କେଉଁଠୁ ଶୁଦ୍ଧ ନିରାମିଶ ଆହାର ପାଇବେ?" 

Advertisment

ଆହ୍ୱାଡଙ୍କ ଏପରି ମନ୍ତବ୍ୟ ପରେ ବିବାଦ ସୃଷ୍ଟି ହୋଇଛି। ଏନସିପିର ଅଜିତ ପାୱାର ଦଳର ନେତାମାନେ ଗତକାଲି ମୁମ୍ବାଇ ସ୍ଥିତ ତାଙ୍କ ବାସଭବନ ବାହାରେ ହଙ୍ଗାମା କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆହ୍ୱାଡଙ୍କ ଘର ବାହାରେ ପୁଲିସ ନିୟୋଜିତ ହୋଇଛନ୍ତି।

ବିକ୍ଷୋଭକାରୀମାନେ କହିଛନ୍ତି ଯେ, ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ସେମାନେ ଆହ୍ୱାଡଙ୍କ ବିରୋଧରେ ଥାନାରେ ଏତଲା ଦେବେ।  

ବିଜେପି ବିଧାୟକ ରାମ କଦମ ମଧ୍ୟ ଏନସିପି ନେତାଙ୍କ ଏପରି ବୟାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, "ସମସ୍ତ ରାମ ଭକ୍ତ ଜିତେନ୍ଦ୍ର ଆହ୍ୱାଡଙ୍କ ବିରୋଧରେ ଏତଲା ଦେବେ। ଯଦି ଆଜି ବାଲାସାହେବ ଜୀବିତ ଥାଆନ୍ତେ, ତେବେ ଯେଉଁମାନେ ପ୍ରଭୁ ରାମଙ୍କୁ ମାଂସାହାରୀ ବୋଲି କହୁଛନ୍ତି ସେମାନଙ୍କୁ କଡ଼ା ଜବାବ ଦେଇଥାନ୍ତେ।"

"କିନ୍ତୁ ଆଜି କଣ ଘଟୁଛି? ଭଗବାନ ରାମଙ୍କ ବିଷୟରେ ଯିଏ ଯାହା ପାଉଛି କହିପକାଉଛି, ଯେ କେହି ବି ହିନ୍ଦୁଙ୍କୁ ପରିହାସ କରୁଛି। କିଛି ଲୋକ ଏସବୁ କଥାକୁ ଆଦୌ ଦୃଷ୍ଟି ଦେଉନାହାନ୍ତି। ବରଫ ପରି ଥଣ୍ଡା ହୋଇ ରହୁଛନ୍ତି।" ନିର୍ବାଚନ ଆସିଲେ, ସେମାନେ ହିନ୍ଦୁତ୍ୱ କଥା କହିବେ ବୋଲି ବିଜେପି ନେତା ରାମ କଦମ କହିଛନ୍ତି। 

NCP Jitendra Awhad Lord Ram
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe