Advertisment

ଅଜିତ ପାୱାରଙ୍କ ଏନସିପି ଭାଗରେ ପଡ଼ିଲା ମାତ୍ର ୪ ଆସନ

ଏନସିପି ମହାରାଷ୍ଟ୍ରର ବାରାମତୀ, ରାଇଘର, ଶିରୁର ଓ ପରଭାନୀ ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ପାଇଛି। ବିଜେପି ସର୍ବାଧିକ ୩୧ଟି ଆସନ ଓ ସିନ୍ଦେଙ୍କ ଶିବସେନା ୧୩ଟି ଆସନରେ ନିର୍ବାଚନ ଲଢ଼ିବ।

ajit Pawar

ajit Pawar

Advertisment

ମହାରାଷ୍ଟ୍ରରେ ସହଯୋଗୀ ଦଳଗୁଡ଼ିକ ସହ ମାରାଥନ ବୈଠକ କରିବା ପରେ ବିଜେପି ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛି। ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିକୁ ନେଇ ଗଠିତ ମାହାୟୁତି ମେଣ୍ଟ ଏକାଠି ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ଲଢ଼ିବେ। ଏଥିପାଇଁ ୩ ଦଳ ମିଳିତ ଭାବେ ସିଟ୍‌ ଶେୟାରିଂ ଫର୍ମୁଲା ଫାଇନାଲ କରିଛନ୍ତି।

Advertisment

ବୁଝାମଣା ଅନୁଯାୟୀ, ଏନଡିଏ ସରକାରରେ ସାମିଲ ହୋଇଥିବା ଅଜିତ ପାୱାରଙ୍କ ଏନସିପି ମହାରାଷ୍ଟ୍ରରେ କେବଳ ୪ଟି ଆସନରେ ପ୍ରାର୍ଥୀ ଦେବ। ଅଜିତ ପାୱାର ଅଧିକ ଆସନ ପାଇଁ କଥାବାର୍ତ୍ତା କରିଥିଲେ ମଧ୍ୟ ବିଜେପି ଏହା ବିରୋଧରେ ମତ ରଖିଥିଲା। ଫଳରେ ଅଜିତ ପାୱାର ସେହି ୪ଟି ଆସନରେ ସନ୍ତୁଷ୍ଟ ହୋଇଛନ୍ତି। 

ଏନସିପି ମହାରାଷ୍ଟ୍ରର ବାରାମତୀ, ରାଇଘର, ଶିରୁର ଓ ପରଭାନୀ ଆସନରେ ପ୍ରାର୍ଥୀ ଦେବାକୁ ଅନୁମତି ପାଇଛି। ବିଜେପି ସର୍ବାଧିକ ୩୧ଟି ଆସନ ଓ ସିନ୍ଦେଙ୍କ ଶିବସେନା ୧୩ଟି ଆସନରେ ନିର୍ବାଚନ ଲଢ଼ିବ।

Advertisment

ପାୱାର ପରିବାର ଗଡ଼ ହେଉଛି ବାରାମତୀ। ଦୀର୍ଘ ଦଶନ୍ଧି ହେଲା ପାୱାର ପରିବାରର ସଦସ୍ୟ ଏଠାରେ ନିର୍ବାଚନ ଲଢ଼ୁଛନ୍ତି ଓ ବିଜୟୀ ହୋଇ ଆସୁଛନ୍ତି। କିନ୍ତୁ ୨୦୨୪ରେ ଗୋଟିଏ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିବ।

ବାରାମତୀରେ ପାୱାର ପରିବାରର ଦୁଇ ସଦସ୍ୟ ମୁହାଁମୁହିଁ ହେବେ। ବିଦ୍ରୋହ ଘୋଷଣା କରି ବିଜେପିରେ ସାମିଲ ହୋଇଥିବା ଅଜିତ ପାୱାର ବାରାମତୀରେ ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ଟିକେଟ ଦେବେ।

ବର୍ତ୍ତମାନ ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି। ୨୦୨୪ରେ ମଧ୍ୟ ସେ ଏଠାରୁ ଲଢ଼ିବେ। ଯଦି ସୁନେତ୍ରା ଟିକେଟ ପାଆନ୍ତି, ତା’ହେଲେ ନଣଦ ସୁପ୍ରିୟାଙ୍କ ସହ ତାଙ୍କ ଲଢ଼େଇ ହେବ।

ଏହାବାଦ ରାଇଘର ଆସନ ପାଇଁ ଏନସିପି ଦଳର ମହାରାଷ୍ଟ୍ର ସଭାପତି ତଥା ବର୍ତ୍ତମାନର ସାଂସଦ ସୁନୀଲ ତାଟକାରେଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରେ ତାଙ୍କର ମୁକାବିଲା ଉଦ୍ଧବ ଠାକରେଙ୍କ ଶିବସେନାର ନେତା ଅନନ୍ତ ଗୀତେଙ୍କ ସହ ହୋଇପାରେ। ଗୀତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି।

ଶିରୁର ଆସନ ପାଇଁ ଏନସିପି ପ୍ରଦୀପ କୁମାର କାଣ୍ଡ କିମ୍ବା ଅଧଲରାଓ ପାଟିଲଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିପାରେ। ସେହିପରି ପରଭାନୀରେ ରାଜେଶ ଭିଟକରଙ୍କ ମୁକାବିଲା ଉଦ୍ଧବ ସେନାର ନେତା ତଥା ସାଂସଦ ସଞ୍ଜୟ ହରିଭାଉ ଯାଦବଙ୍କ ସହ ହେବ।

NCP Ajit Pawar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe