Advertisment

ଏନଡିଏର ସିଟ ଶେୟାରିଂ ଫର୍ମୁଲା: ୧୪୦ ଆସନରେ ଲଢ଼ିବ ବିଜେପି!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନଡିଏ ମାହାୟୁତି ମେଣ୍ଟର ମୁକାବିଲା ମହା ବିକାଶ ଅଘାଡ଼ି ସହ ହେବ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି।

author-image
Hemant Lenka
BJP

BJP

ବିଜେପି, ଶିବସେନା ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ମାହାୟୁତି ସରକାର ଏବେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ଆଲୋଚନର ଆରମ୍ଭ କରିଛନ୍ତି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୩ ଦଳ ମଧ୍ୟରେ ସିଟ ଶେୟାରିଂକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି।

Advertisment

ସୂତ୍ର ଅନୁସାରେ, ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନରୁ ବିଜେପି ଏକାକୀ ୧୪୦ରୁ ୧୫୦ଟି ସିଟରେ ପ୍ରାର୍ଥୀ ଦେବ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ୮୦ଟି ଓ ଅଜିତ ପାୱାରଙ୍କ ଏନସିପି ସମ୍ଭବତଃ ୫୫ଟି ସିଟରେ ଲଢ଼ିବ। ସେହିପରି ୩ଟି ଆସନ ମେଣ୍ଟରେ ସାମିଲ ହୋଇଥିବା ଛୋଟ ଛୋଟ ଦଳଗୁଡ଼ିକ ମଧ୍ୟରେ ବଣ୍ଟାଯିବ ବୋଲି ଏହି ସୂତ୍ରରେ କୁହାଯାଇଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏନଡିଏ ମାହାୟୁତି ମେଣ୍ଟର ମୁକାବିଲା ମହା ବିକାଶ ଅଘାଡ଼ି ସହ ହେବ। କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ ଏମଭିଏ ଗଠନ କରିଛନ୍ତି। ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ୪୮ଟି ଆସନରୁ ୩୦ଟିରେ ବାଜିମାତ କରିଥିଲା। ମାହାୟୁତି କେବଳ ୧୭ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା।

Advertisment

୨୦୧୯ରେ ମହାରାଷ୍ଟ୍ରରେ ବିଜେପି ଓ ବିଭାଜିତ ହୋଇ ନଥିବା ଶିବସେନା ବିଜୟୀ ହୋଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ସ୍ଥିତି ସୃଷ୍ଟି ହେବାରୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିଲେ। ୨୦୨୨ରେ ଶିବସେନା ନେତା ସିନ୍ଦେ ବିଦ୍ରୋହ କରିବାରୁ ଉଦ୍ଧବ ଠାକରେଙ୍କ ସରକାର ଭୁଶୁଡ଼ି ପଡ଼ିଥିଲା।

ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଏନସିପିର ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଛାଡ଼ି ଦେଇଥିଲେ। ସେ ମଧ୍ୟ ବିଜେପିରେ ମିଶିବାରୁ ଏନସିପି ଦୁଇ ଫାଳ ହୋଇ ଯାଇଥିଲା।

ଚଳିତ ଲୋକସଭାରେ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ପାଖରେ ମୂଳ ଶିବସେନା ଓ ଏନସିପି ଚିହ୍ନ ନଥିଲେ ହେଁ ଉଭୟ ଜବରଦସ୍ତ କମବ୍ୟାକ କରିଥିଲେ। ଏବେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।

Maharashtra Govt Maharashtra