Advertisment

ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧ: କହିଲେ- NDA ପାଖରେ ସଂଖ୍ୟାଗରିଷ୍ଠତା ରହିଛି

ମଙ୍ଗଳବାର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏଥିରେ କଂଗ୍ରେସ, ଟିଏମସି, ଆପ, ସପା, ଡିଏମକେ ଓ ଆରଜେଡି ଭଳି ଦଳର ୭୦ ଜଣ ସାଂସଦଙ୍କ ଦସ୍ତଖତ ରହିଛି।

Jagdeep Dhankhar

Jagdeep Dhankhar

Advertisment

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ଗୋଟିଏ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗୃହ ପରିଚାଳନା ବେଳେ ଧନଖଡ଼ ପକ୍ଷପାତିତା କରିଥିବାରୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ ପକ୍ଷରୁ ଏପରି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି।

Advertisment

ତେବେ ଏହାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ତୀବ୍ର ବିରୋଧ କରିଛନ୍ତି। ଏଥିସହ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ପାଇଁ ଆବଶ୍ୟକ ସଂଖ୍ୟା ରହିଥିବା ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ରିଜିଜୁ କହିଛନ୍ତି, “କଂଗ୍ରେସ ଓ ଏହାର ସହଯୋଗୀ ଦଳଗୁଡ଼ିକ ନିୟମିତ ଭାବେ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକୁ ପାଳନ ନ କରି ଭୁଲ କରିବାରେ ଲାଗିଛନ୍ତି। ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗୋଟିଏ ନମ୍ରପୃଷ୍ଠ ଭୂମିରୁ ଆସିଛନ୍ତି। ସେ ସବୁବେଳେ ଚାଷୀ ଓ ଲୋକଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି। ଆମେ ତାଙ୍କୁ ସମ୍ମାନ କରୁ।

Advertisment

ସେ ଯେଉଁଭଳି ଗୃହକୁ ଗାଇଡ କରୁଛନ୍ତି, ସେଥିରେ ଆମେ ଖୁସି। ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି କଂଗ୍ରେସ ଓ ସହଯୋଗୀ ଦଳଗୁଡ଼ିକ ଅଧ୍ୟକ୍ଷ ଆସନକୁ ଅସମ୍ମାନିତ କରିଛନ୍ତି। ଏହା ନିଶ୍ଚିତ ଭାବେ ପ୍ରତ୍ୟାଖ୍ୟାନ ହେବ। କାରଣ ରାଜ୍ୟସଭାରେ ଏନଡିଏ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ଆମେ ସମସ୍ତଙ୍କର ବିଶ୍ୱାସ ଗୃହର ଅଧ୍ୟକ୍ଷଙ୍କ ଉପରେ ରହିଛି।

ମଙ୍ଗଳବାର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏଥିରେ କଂଗ୍ରେସ, ଟିଏମସି, ଆପ, ସପା, ଡିଏମକେ ଓ ଆରଜେଡି ଭଳି ଦଳର ୭୦ ଜଣ ସାଂସଦଙ୍କ ଦସ୍ତଖତ ରହିଛି। ଧନଖଡ଼ ଗୃହ ପରିଚାଳନା ସମୟରେ ବିରୋଧୀଙ୍କ ପ୍ରତି ପକ୍ଷପତିତା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Rajya Sabha Jagdeep Dhankhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe