Advertisment

ରାଜ୍ୟସଭାରେ NDA ସଂଖ୍ୟା: ମ୍ୟାଜିକ ନମ୍ବର ପାଇଁ ଦରକାର ମାତ୍ର ୩ ଆସନ

ଏବେ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୯୭ ଓ ଏନଡିଏ ସାଂସଦଙ୍କ ସଂଖ୍ୟାର ୧୧୮ରେ ପହଞ୍ଚି ଯାଇଛି।

author-image
Hemant Lenka
 Rajya Sabha

Rajya Sabha

ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ମ୍ୟାଜିକ ନମ୍ବରର ଅତି ନିକଟରେ ପହଞ୍ଚି ଯାଇଛି। ଏବେ ଏନଡିଏ କୌଣସି ବିଲ୍‌ ପାସ୍‌ କରାଇବା ପାଇଁ ଆବଶ୍ୟକ ସଂଖ୍ୟା ଠାରୁ ମାତ୍ର ୩ ଆସନ ପଛରେ ରହିଛି।

Advertisment

ଚଳିତ ମାସରେ ଶେଷ ହୋଇଥିବା ୫୬ଟି ରାଜ୍ୟସଭା ଆସନର ନିର୍ବାଚନ ପରେ ବିଜେପି ଓ ଏନଡିଏ ନିଜର ସ୍ଥିତିକୁ ଆହୁରି ମଜବୁତ କରି ନେଇଛନ୍ତି। ବିଜେପିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୧୦୦ ପାଖରେ ପହଞ୍ଚି ଯାଇଛି। ଦଳ ୫୬ଟି ଆସନରୁ ୩୦ଟି ଆସନରେ ଜିତିବା ପରେ ଏପରି ସଫଳତା ହାସଲ କରିଛି।

ଏବେ ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୯୭ ଓ ଏନଡିଏ ସାଂସଦଙ୍କ ସଂଖ୍ୟାର ୧୧୮ରେ ପହଞ୍ଚି ଯାଇଛି।

Advertisment

ନିକଟରେ ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏହା ମଧ୍ୟରୁ ୪୧ ଜଣ ନିର୍ଦ୍ୱନ୍ଦ୍ୱରେ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୫ଟି ଆସନ ପାଇଁ ଭୋଟିଂ ହୋଇଥିଲା।

୩ଟି ରାଜ୍ୟରେ ମଙ୍ଗଳବାର ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ସଂଖ୍ୟା ନଥାଇ ମଧ୍ୟ ଅତିରିକ୍ତ ୨ଟି ଆସନ ପାଇଥିଲା। କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ଓ ବିଜେପି ଶାସିତ ଉତ୍ତର ପ୍ରଦେଶରେ ବ୍ୟାପକ କ୍ରସ ଭୋଟିଂ ହୋଇଥିଲା। ଏଥିପାଇଁ ବିଜେପିକୁ ଅତିରିକ୍ତ ୨ଟି ଆସନ ମିଳିଛି।

୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଲ୍‌ ପାସ୍‌ କରାଇବା ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୩। ଏବେ ୫ଟି ଆସନ ଖାଲି ପଡ଼ିଛି। ଜମ୍ମୁ-କଶ୍ମୀରର ୪ଟି ରାଜ୍ୟସଭା ଆସନ ଓ ଆଉ ଗୋଟିଏ ମନୋନୀତି ଆସନରେ ସାଂସଦ ନାହାନ୍ତି। ଏହାର ଅର୍ଥ ଉଚ୍ଚ ସଦନରେ ଏବେ ଆସନ ସଂଖ୍ୟା ୨୪୦। ଏପରି ସ୍ଥିତିରେ ବିଲ୍ ପାସ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୧। ଏବେ ଏନଡିଏ ପାଖରେ ୧୧୮ ଜଣ ସାଂସଦ ରହିଛନ୍ତି।

ଲୋକସଭାରେ ବିଜେପି ନିଜ ଇଚ୍ଛାରେ ଯେକୌଣସି ବିଲ୍‌ ପାସ କରାଇବା ପାଇଁ ଆବଶ୍ୟକ ସଂଖ୍ୟା ରଖିଛି। ଏବେ ରାଜ୍ୟସଭାରେ ମଧ୍ୟ ଦଳ ଏକପ୍ରକାରର ମ୍ୟାଜିକ ନମ୍ବର ହାସଲ କରି ନେଇଛି କହିଲେ ଚଳେ। କାରଣ ଏନଡିଏରେ ନଥିବା ବିଜେଡି ଓ ୱାଇଏସ୍‌ଆର କଂଗ୍ରେସ ଭଳି ଦଳ ମଧ୍ୟ ପୂର୍ବରୁ ବିଜେପିକୁ ସମର୍ଥନ କରିବାର ନଜିର ରହିଛି।

ରାଜ୍ୟସଭାରେ ପ୍ରମୁଖ ବିରୋଧୀ କଂଗ୍ରେସର ୨୯ ଜଣ ସାଂସଦ ଥିବା ବେଳେ ଆପ ଓ ଡିଏମକେର ୧୦ ଜଣ ଲେଖାଏ ସଦସ୍ୟ ରହିଛନ୍ତି। 

Bjp Rajya Sabha Election Parliament Nda